Posts

ଇମ୍ଫା ପକ୍ଷରୁ ପଥପ୍ରାନ୍ତ ବନୀକରଣର ଶୁଭାରମ୍ଭ l

Image
ଯାଜପୁର (କାଳିଆପାଣି):-ଇମ୍ଫା ପରିଚାଳନାଧୀନ ସୁକିନ୍ଦା କ୍ରୋମାଇଟ ଖଣି ଓ ମହାଗିରି ଭୁତଳ କ୍ରୋମାଇଟ ଖଣି ପକ୍ଷରୁ କାଳିଆପାଣି ଚଣ୍ଡିମାତା ବିଦ୍ୟାଳୟ ସମ୍ମୁଖରେ ପଥପ୍ରାନ୍ତ ବନୀକରଣର ଶୁଭାରମ୍ଭ କରାଯାଇ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି l ଇମ୍ଫାର ଉପସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବାପୁରାଓଜୀ ନାରାଡେ ଏହି କାର୍ଯ୍ୟକ୍ରମକୁ ଗତ ୩ ତାରିଖରେ ଶୁଭାରମ୍ଭ କରି ଏକ କଦମ୍ବ ବୃକ୍ଷ ରୋପଣ କରି ଏହି ଯୋଜନାରେ କାଳିଆପାଣି ପଞ୍ଚାୟତରେ ୫ଶହରୁ ଉର୍ଦ୍ଧ୍ୱ ବଉଳ, କଦମ୍ବ, କୃଷ୍ଣଚୂଡ଼ା, ରାଧାଚୂଡ଼ା ଆଦି ବୃକ୍ଷ ରୋପଣର କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଥିଲେ l ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘ ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ଇମ୍ଫlର ଯୋଗାଣ ଶୃଙ୍ଖଳ ମୁଖ୍ୟ ଜି ଭି ରାଜେଶ, ସୁକିନ୍ଦା ଖଣି ପରିଚାଳକ ଜଳନ୍ଧର ପାତ୍ର, ପ୍ରଶାସନିଜ ମୁଖ୍ୟ ଦ୍ଵିତୀରାଜ ଜଗଦାନନ୍ଦ ନାୟକ, ଇମ୍ଫା ଶାଖା ଶ୍ରମିକ ସଂଗଠନର ସଭାପତି, ସମ୍ପାଦକ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ l ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉଦ୍ୟାନ ବିଭାଗ ସହ ପରିଚାଳକ ସମରେନ୍ଦ୍ର ସ୍ୱାଇଁ ସହାୟତା କରିଥିଲେ l( ଯାଜପୁର ସୁକିନ୍ଦା ରୁ ଜୟନାରାୟଣ ମହାପା

ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଙ୍କ ପରଲୋକ l

Image
  ବ୍ୟୁରୋ ରିପୋର୍ଟ(ଭୁବନେଶ୍ବର) :- ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ ଦୂରଦର୍ଶନର ବରିଷ୍ଠ ଅଧିକାରୀ ଓ ପ୍ରଶାସକ ତଥା ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ଲେଖକ ଏବଂ ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦର ମୁଖ୍ୟ ତଥା ଇ ଟିଭିର ବରିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅକ୍ଷୟ କୁମାର ମହାନ୍ତି ଆଜି ସକାଳ ସାତଟା ସମୟରେ ଇହଲୀଳା ସମ୍ବରଣ କରିଛନ୍ତି । ଆଜି ପୁରୀ ସ୍ବର୍ଗ ଦ୍ବାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ପ୍ରକାଶ ଥାଉକି ଅବସର ପରେ ସ୍ଵର୍ଗତ ମହାନ୍ତି ଓଡ଼ିଆ ଦୃଶ୍ୟମାନ ସାହିତ୍ୟ ଉପରେ ଡଃ ହରିହର କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗବେଷଣା କରି ପିଏଚଡ଼ି ଡିଗ୍ରୀ ଲାଭ କରିଛନ୍ତି। ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୧,ଏଚ.ଆଇ.ଜି ୨,ପ୍ଲଟ ନମ୍ବର ୧୩୩ ସ୍ଥିତ ନିଜ ବାସଭବନରେ ପରଲୋକ ଘଟିଛି।ତାଙ୍କ ବିୟୋଗରେ ଗଭୀର ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। 

ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ l

Image
ଯାଜପୁର(ବ୍ୟାସନଗର) :-ଗୁରୁବାର ସକାଳ ୯ ଘଟିକା ଠାରୁ ୧ ଘଟିକା ପଯ୍ୟନ୍ତ ଲଷ୍ମୀ ନଗର ଫ୍ରେଣ୍ଡସ କ୍ଲବ ୱାର୍ଡ ନଂ. ୪ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ଆଖପାଖ ଗାଁ ଲଷ୍ମୀନଗର,ଯୋଡବର, ରମ୍ପାସ,ଯୋଗୀସାହି, ହୁଡ଼ିସାହି, ମହାବୀର କଲୋନୀ,ସପଗାଡ଼ିଆ, ବଙ୍ଗାଳିସାହି,ଫେରୋକ୍ରମ କଲୋନୀ,ପନାସିଆ ଓ ପଦ୍ମପୁର ଗ୍ରାମ ରୁ ଶତାଧିକ ଲୋକ ନିଜ ନିଜର ଆଖି ମାଗଣାରେ ପରୀକ୍ଷା କରାଇଥିଲେ I ସେମାନଙ୍କ ମଧ୍ୟ ରୁ ୨୨ ଜଣ ନିଜ ଆଖି ପାଇଁ ପାୱାର ଚଷମା ବ୍ୟବହାର ପାଇଁ ପରାମର୍ଶ ଓ ୧୭ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିଲେ I ସେଥିରୁ ୧୨ ଜଣ ଚଣ୍ଡିଖୋଲ ସାଇନେତ୍ର ଚକ୍ଷୁ ଚିକିତ୍ସାଳୟ କୁ ଅସ୍ତ୍ରପ୍ରଚାର ପାଇଁ ଯାଇଥିଲେ I ରୋଗୀ ମାନଙ୍କ ପାଇଁ ମେଡିକାଲ ତରଫରୁ ଗାଡ଼ିରେ ଯିବା ଆସିବ, ରହିବା ଖାଇବା, ଅପରେସନ ଔଷଧ ଓ ଚଷମା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା, ଏହି ଆଖି ପରୀକ୍ଷା ଶିବିର ସାଇନେତ୍ର ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଲଷ୍ମୀପ୍ରିୟା ନାୟକ, ଟେକ୍ନିସିଆନ ଗାୟତ୍ରୀ ରାଉତ ଓ ଲଷ୍ମୀ ନଗର ଫ୍ରେଣ୍ଡସ କ୍ଲବ ସଭାପତି ଅଜୟ କୁମାର ଜେନା ଓ ୪ ନଂ ୱାର୍ଡ ର କାଉଁସିଲର ପ୍ରଶାନ୍ତ ଖୁଣ୍ଟିଆ, ଯାଜପୁର ଜିଲ୍ଲା ହିନ୍ଦୁସୁରକ୍ଷା ସେନା ସଭାପତି ବସନ୍ତ କୁମାର ପାତ୍ର ଓ ଲଷ୍ମୀନଗର ଗ୍ରାମର ସଭାପତି ଖଗେଶ୍ୱର ଦାସ,ସୁବାସ ଦାସ,ରମେଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଆଖି ପରୀକ

ଜିନ୍ଦଲ କମ୍ପାନୀ ବିରୋଧରେ ସାଂଘାତିକ ଅଭିଯୋଗ ଉଠାଇଲା କଳିଙ୍ଗନଗର ମଜଦୁର ଇଉନିୟନ୍ l

Image
ଯାଜପୁର(କଳିଙ୍ଗନଗର) : - ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଆଜକୁ ୧୮ ବର୍ଷ ପୂର୍ବେ ୨୦୦୦ ଏକର ପରିମିତ ଜମିରେ ଗଢିଉଠିଥିବା ଷ୍ଟିଲ୍ କାରଖାନା( ଜିନ୍ଦାଲ) ଷ୍ଟିଲ୍ କାରଖାନା ନାମରେ ସାଂଘାତିକ ଅଭିଯୋଗ ଆଣିଛି ୨୮ ବର୍ଷ ର ଶ୍ରମିକ ସଙ୍ଗଠନ କଳିଙ୍ଗନଗର ମଜଦୁର ଇଉନିୟନ୍ l ଏକ ପ୍ରେସ୍ ବିବୃତିରେ ଜିନ୍ଦଲ କମ୍ପାନୀ ର ଶୋଷଣ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ ଇଉନିୟନ୍ ର ସାଧାରଣ ସମ୍ପାଦକ ଆଝାର ଅହମ୍ମଦ ଖାନ୍ I ତାଙ୍କ ସହିତ ଅନ୍ୟାନ୍ୟ କମ୍ପାନୀ ର ଶ୍ରମିକ ସଙ୍ଗଠନ ର ନେତାମାନେ ଯୋଗଦାନ କରି ସମାନ ଅଭିଯୋଗ ଆଣିଛନ୍ତି l ତାଙ୍କ ର ଅଭିଯୋଗ ଯେ, ଜମି ଅଧିଗ୍ରହଣ ଓ କାରଖାନା ସ୍ଥାପନା ବେଳେ ସ୍ଥାନୀୟ ବାସିନ୍ଦା ଓ ବିସ୍ଥାପିତ ଙ୍କୁ ଦେଇଥିବା ପ୍ରତିଶ୍ରୁତି ଜିନ୍ଦଲ କମ୍ପାନୀ ପାଳନ କରିନାହାଁନ୍ତି l ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ୫ଟି ଦାବୀକୁ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଛି l 1. ଜିନ୍ଦଲ କାରଖାନା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇନାହିଁ କିମ୍ବା ନିୟମ ଅନୁଯାୟୀ ପାରିପାର୍ଶ୍ବିକ ଉନ୍ନୟନ କାମ କରୁନାହିଁ l 2. କୌଣସି ଭି ନିଯୁକ୍ତି ଦେବାପୂର୍ବରୁ ଜିଲ୍ଲାପ୍ରଶାସନ ଙ୍କ ନିର୍ଦ୍ଦେଶ କୁ ଏଡ଼ାଇ ଦେଉଛି କମ୍ପାନୀ I 3. ସରକାରଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ, ୬୦ ପ୍ରତିଶତ ଅର୍ଦ୍ଧକୁଶଳୀ ଏବଂ ୩୦ ପ୍ରତିଶତ ବିଭିନ

ଜିଲ୍ଲା କଳା ଓ ସଂସ୍କୃତି ସଂଘ ନୂଆପଡା ର ନୂତନ ଉପ-ସଭାପତି ମନୋନୀତ l

Image
ନୂଆପଡ଼ା(ବ୍ୟୁରୋ ରିପୋର୍ଟ) : - ଜିଲ୍ଲା କଳା ଓ ସଂସ୍କୃତି ସଂଘ ନୂଆପଡା ର ନୂତନ ଉପ-ସଭାପତି ଭାବରେ ମନୋନୀତ ହୋଇଛନ୍ତି ବିଶିଷ୍ଟ ପାଲା ଗାୟକ ଶିରୋମଣି ଅର୍ଜ୍ଜୁନ ଛତ୍ରିଆ।ଏଥିପାଇଁ କଳାକାର ମହଲରେ ଖୁସିର ଲହରୀ ଖେଳିଯାଇଛି।ତାଙ୍କ ନେତୃତ୍ୱରେ ଜିଲ୍ଲାର କଳାକାର ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସମସ୍ତେ ଆଶା କରିଛନ୍ତି।ଏହା ପୂର୍ବରୁ ତ୍ରିମନ ମାଝୀ ଏହି ପଦବୀରେ ରହିଥିଲେ। ଗ୍ରାମାଞ୍ଚଳର କଳା ସଂସ୍କୃତି ର ପୁନଃଉଦ୍ଧାର ବିଭିନ୍ନ ସରକାରୀ ଯୋଜନାର ପ୍ରଚାର ପ୍ରସାର ପାଇଁ କଳାକାର ମାନଙ୍କୁ ନିୟୋଜିତ କରି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସ୍ତରରେ , ଜିଲ୍ଲା କଳା ଓ ସଂସ୍କୃତି ସଂଘ ଓ ବ୍ଲକ ସ୍ତରରେ ବ୍ଲକ କଳା ଓ ସଂସ୍କୃତି ସଂଘ ଗଠିତ ହୋଇଛି। ଜିଲ୍ଲା ସଂଘରେ ଜିଲ୍ଲାପାଳ ଓ ବ୍ଲକ ସ୍ତରରେ ବିଡ଼ିଓ ସଭାପତି ରହୁଥିବା ବେଳେ ଉଭୟ ସଂଘରେ ଜଣେ ଜଣେ ବରିଷ୍ଠ କଳାକାର ଉପ-ସଭାପତି ରହିଥାନ୍ତି। ପୂର୍ବରୁ ପ୍ରତ୍ୟେକ ବ୍ଲକ ରୁ ଜଣେ ବା ଦୁଇ ଜଣ ସଭ୍ଯ ଜିଲ୍ଲା କମିଟିରେ ସଭ୍ଯ ରୂପେ ଚୟନ ହୋଇ ହୋଇଥାନ୍ତି ଓ ସେହି ସଭ୍ଯମାନେ ମତଦାନ ଦେଇ ଜିଲ୍ଲା ଉପ ସଭାପତି ଚୟନ କରନ୍ତି କିନ୍ତୁ, ଏ ବର୍ଷ ଶ୍ରୀ ଛତ୍ରିଆ ମୋହୋଦୟଙ୍କୁ ସମସ୍ତେ ହୃଦୟ ର ସହିତ ମନୋନୀତ କରିଛନ୍ତି । 

ମହଙ୍ଗା ମାଡକୁ ନେଇ କଂଗ୍ରେସ ପକ୍ଷରୁ ସୁକିନ୍ଦାର ବିଭିନ୍ନ ହାଟରେ ସଚେତନତା କାର୍ଯ୍ୟକ୍ରମ l

Image
ଯାଜପୁର (ସୁକିନ୍ଦl):- ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ସାରା ଦେଶରେ ମହଙ୍ଗାଇ ମାଡ଼ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହି କ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ସୁକିନ୍ଦା ବ୍ଲକର ବିଭିନ୍ନ ସାପ୍ତାହିକ ହାଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦାର କଂଗ୍ରେସ ନେତା, ପୂର୍ବତନ ମନ୍ତ୍ରୀ ତଥା ଅଖିଳ ଭାରତ କଂଗ୍ରେସ କମିଟି ସମ୍ପାଦକ ଶରତ ରାଉତଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରବିବାର ସୁକିନ୍ଦାଗଡ଼ ହାଟ, ସୋମବାର ହରିପୁର ହାଟ, ଗୁରୁବାର ଡ଼ୁବୁରୀ ହାଟଠାରେ ଉପସ୍ଥିତ ଖାଉଟି ଓ କ୍ଷୁଦ୍ର ବ୍ୟବସାୟୀ ମାନଙ୍କ ସହ ଏହି ଦରଦାମ ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ l ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଜିଏସଟି ଉଛେଦ, ଗ୍ୟାସ ସିଲିଣ୍ଡର ମୂଲ୍ୟ ହ୍ରାସ, ଡିଜେଲ ଓ ପେଟ୍ରୋଲ ମୂଲ୍ୟ ଉପରୁ ଅବକାରୀ ଶୁଳ୍କ ହ୍ରାସ, କୃଷି ଉପକରଣ, ସାର, କୀଟନାଶକ ଓ ବିହନ ଆଦି ସାମଗ୍ରୀ ଗୁଟିକୁ ଜିଏସଟି ମୁକ୍ତ କରିବାପାଇଁ ଖାଉଟି ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିଲା l ସୁକିନ୍ଦା ବ୍ଲକ କଂଗ୍ରେସ କମିଟି ସଭାପତି ରଣଜିତ ରାଜ, ମହିଳା କଂଗ୍ରେସ ସଭାପତି ସ୍ୱପ୍ନା ବେହୁରା, ଦାନଗଦୀ ବ୍ଲକ ସଭାପତି ବିଭୂଭୂଷଣ ରାଉତ,ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ରାଇଚରଣ ମହାନ୍ତି, ଯୁବ କଂଗ୍ରେସ ଉପ ସଭାପତି ଚଞ

ସ୍ୱାଧୀନତା ଦିବସ ଅବସରରେ, ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ l

Image
କୁଏତ(ବ୍ୟୁରୋ ରିପୋର୍ଟ) :-    ଭାରତୀୟ ପ୍ରବାସୀ ପରିଷଦ ସଂଘ ଏକ ପୁରାତନ ସାମାଜିକ ଓ ସାଂସ୍କୃତିକ ସଂଗଠନ। ଏହି ସଙ୍ଗଠନ ଆନୁକୁଲ୍ୟରେ ଦେଶର ୭୬ ତମ ପବିତ୍ର ସ୍ଵାଧୀନତା ଦିବସ ଅତି ଉତ୍ସାହ ସହକାରେ ଅବୁହଲିଫା ର ଦୁମ୍ ହଲ୍ ରେ ପାଳନ ହୋଇଯାଇଛି । ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ, ଭାରତୀୟ ପ୍ରବାସୀ ପରିଷଦ ର ଅଧ୍ୟକ ଶ୍ରୀଯୁକ୍ତ ବିନୋୟ ସେବାସ୍ତିୟାନ, ଭାରତିୟ ପ୍ରବାସୀ ପରିଷଦ ର ଏରିଆ ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, କେନ୍ଦ୍ରୀୟ କମିଟି ର କର୍ମକର୍ତ୍ତା, ୨୪ ଟି ରାଜ୍ୟ ର ପ୍ରତିନିଧି ମାନେ ମୁଖ୍ୟଅତିଥି ଙ୍କୁ ସ୍ଵାଗତସମ୍ବର୍ଦ୍ଧନା ସହିତ ଦୀପ ପ୍ରଜ୍ବଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ୨୪ ଟି ରାଜ୍ୟ ର ପ୍ରତିନିଧି, ମହିଳା, ପରିବାର, ଯୁବକ, ସଙ୍ଗଠନ, କର୍ମକର୍ତ୍ତା, ବିଭିନ୍ନ କମ୍ପାନୀ ର ପ୍ରତିନିଧି ଙ୍କ ଉତ୍ସାହପୂର୍ଣ୍ଣ ସହିତ ଦେଶାତ୍ମକ ଭକ୍ତି ସହିତ ଭାରତ ମାତା ର ପୂଜା, ବନ୍ଦେ ମାତରଂମ୍ ଭଳି ଦେଶାତ୍ମକ ସଙ୍ଗୀତ ସହିତ ତ୍ରିରଙ୍ଗା ଯାତ୍ରା କରି ଜାତୀୟ ଏକତା ଏମ୍ବ ସଂହିତା ର ବାର୍ତ୍ତା ପ୍ରଦାନ କରିଥିଲେ । ସନ୍ଧ୍ୟା ରେ ବିଭିନ୍ନ ରାଜ୍ୟ ର ପ୍ରତିନିଧିତ୍ଵ ରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା | ଏରିଆ ସଭାପତି ଶ୍ରୀଯୁକ୍ତ ବିଶ୍ବ ରଂଜନ ସାହୁ ଙ୍କ ଅଭିଭାଷଣରେ, ଯସ୍ଵଶୀ ପ୍ରଧାନ ମନ୍ତ୍ରୀ ଆଦରଣୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଜି