Posts

କଳିଙ୍ଗନଗର ତୃତୀୟ ରିଜର୍ଭ ବାଟାଲିୟନ ର ନବ ନିର୍ମିତ ବାରାକ ଓ ଓଡ୍ରାଫ କାର୍ଯ୍ୟାଳୟ ଉଦଘାଟନ I

Image
 ଯାଜପୁର (ସୁକିନ୍ଦା):- ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଆରପି କୋଚେ ୪ ତାରିଖରେ ସୁକିନ୍ଦା ନିକଟସ୍ଥ ରଙ୍ଗୀଟାଙ୍ଗର ଠାରେ ଅବସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ଗସ୍ତକରି ସେଠାରେ ନବ ନିର୍ମିତ ଚାରି ମହଲା ବିଶିଷ୍ଟ ପୁରୁଷ ବାରାକ ଓ ଓଡିଶା ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଗୃହ ଦ୍ବୟକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବାଟାଲିୟନ କାର୍ଯ୍ୟାଳୟଠାରେ କମାଣ୍ଡାଣ୍ଟ ଲୋଚନ ପଶାୟତ ଶ୍ରୀ କୋଚେଙ୍କୁ ସ୍ୱାଗତ କରିଥିଲେ l ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା l ଡେପୁଟି କାମାଣ୍ଡାଣ୍ଡ ସନ୍ତୋଷ କୁମାର ଦନସେନା, ସହକାରୀ କମାଣ୍ଡାଣ୍ଟ ଜନ ଏକ୍କା, ଇନିସପେକ୍ଟର ଏପି କେରକେଟା, ଜ୍ଞାନ ରଞ୍ଜନ ରାଉତ, ସୁନୀଲ ମଲ୍ଲିକ, ନୃସିଂହ ଚରଣ ଦାସ, ଶ୍ରୀଧର ସାହୁ, ଦେବେନ୍ଦ୍ର କୁମାର କାନୁନଗୋ, ଏସଆଇ କେସିଏଚ ଖଟୁଆ, ଆରକେ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ନାୟକ ଓ ଓଡ୍ରାଫର ସ୍ଥାନୀୟ ମୁଖ୍ୟ ବିବେକାନନ୍ଦ ଦାସ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

ଯାଜପୁର ଜିଲ୍ଳା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଖଣି ଉପନିର୍ଦ୍ଧେଶକଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା l

Image
  ଯାଜପୁର (ବ୍ୟାସନଗର) :- ଜିଲ୍ଳା ର ସୁକିନ୍ଦା ମାଇନ୍ସରେ ଫାଷ୍ଟକମ ଫାଷ୍ଟ ଲୋଡିଂରେ ଅନିୟମିତତାକୁ ନେଇ ଦୀର୍ଘ ବର୍ଷ ଧରି ତୂ ତୂ ମେ ମେ ଚାଲିଥିବାବେଳେ ଏଯାବତ ଏହାର କୌଣସି ସମାଧାନ ହୋଇନପରିନାହିଁ I ଏହି ଅସନ୍ତୋଷକୁ ନେଇ ଆଜି ଯାଜପୁର ରୋଡ଼ ସ୍ଥିତ ଖଣି ଉପ ନିର୍ଦେଶକଙ୍କ କାର୍ଯ୍ୟାଳୟ ଆଗରେ ଶତାଧିକ ଟ୍ରକ ମାଲିକମାନେ ଗଣ ଧାରଣାକୁ ଓହ୍ଲାଇଛନ୍ତି I ଅଭିଯୋଗ ଅନୁଯାୟୀ ଏହି ଫାଷ୍ଟ କମ ଫାଷ୍ଟ ଲୋଡିଂକୁ ନେଇ ବାରମ୍ବାର ଅସନ୍ତୋଷ ଦେଖାଯାଉଥିଲା I ଏହାକୁନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ ପ୍ରଥମେ ୨୦୦୫ ମସିହାରେ ୬ ଚକିଆ ଗାଡ଼ି ଗୁଡିକ ଶାନ୍ତି ଶୃଙ୍ଖଳା ଓ ସୁବନ୍ଦୋବସ୍ତ ଭାବେ ଚାଲିଆସୁଥୁବା ବେଳେ ପୁନଃଶ୍ଚ ଓ ୧୩ /୯ /୨୦୧୯ ମସିହାରେ ୧୦ ଚକିଆ, ୧୨ ଚକିଆ ଓ ୧୪ ଚକିଆ ଟ୍ରକ ଗୁଡିକ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶାନୁସାରେ ସଠିକ ଭାବେ ଲୋଡିଂ କରିଆସୁଥିଲେ କିନ୍ତୁ ଦୀର୍ଘ ୨ ମାସ ହେବ କିଛି ସ୍ଥାନୀୟ ମୁଷ୍ଟିମେୟ ଲୋକ ଜୋର ଜବରଦସ୍ତ ଉଚ୍ଚ ନ୍ୟାଳୟଙ୍କ ନିର୍ଦେଶକୁ ଅବମାନନା କରି ନିଜ ନିଜର ଗାଡିକୁ ପ୍ରତ୍ୟେକ ଦିନ ଲୋଡି କରୁଛନ୍ତି l ଫଳରେ ଜିଲ୍ଲାର ବିଭିନ୍ନ ଟ୍ରକ ମାଲିକ ସଂଘର ଗାଡିଗୁଡିକ ଲୋଡ଼ିଂ ହେବାରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ଆଣିଛି ଟ୍ରକ ମାଲିକ ସଙ୍ଘ l ଏନେଇ ୫ /୮/୨୦୨୨ ଓ ୧୨/୮/୨୦୨୨ ତାରିଖରେ ପଙ୍କପାଳ ସ୍ଥିତ ବଙ୍ଗଳରେ ଏବଂ ଓ

ସୁକିନ୍ଦା ସାହିତ୍ୟ ସମାଜ ପ୍ରତିଷ୍ଠାତାଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧେlତ୍ସବ ପାଳିତ ହୋଇଯାଇଛି l

Image
ଯାଜପୁର (ସୁକିନ୍ଦା ): - ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ସ୍ବର୍ଗତଃ କବି ଦୁର୍ଯ୍ୟୋଧନ ନାୟକଙ୍କ ଦ୍ଵିତୀୟ ବାର୍ଷିକ ଶ୍ରାଦ୍ଧ ଉତ୍ସବ ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗତ 2ତାରିଖ (ଅଁଳା ନବମୀ ତିଥି)ରେ ସୁକିନ୍ଦା ଭାରତୀୟ ବିଦ୍ୟା ନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ରାଜା ଭୁଦେବ ଭୂପତି ହରିଚନ୍ଦନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉପଲକ୍ଷେ ଅନୁଷ୍ଠିତ ସ୍ମୃତିଚାରଣ ସଭାକୁ ଉଦଘାଟନ କରି ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ସ୍ବର୍ଗତଃ ନାୟକଙ୍କ ଅବଦାନ ସମ୍ପର୍କରେ ଅବତାରଣା କରିଥିଲେ l ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟିରେ ସ୍ବର୍ଗତଃ ନାୟକଙ୍କ ଭୂମିକା ବର୍ଣ୍ଣନାକରି ସେ ଜଣେ ବ୍ୟକ୍ତି ନଥିଲେ ଏକ ଅନୁଷ୍ଠାନ ଥିଲେ ବୋଲି କହିଥିଲେ l ନିର୍ମଳ ଚନ୍ଦ୍ର ରାଉତ, ଗୋଲକ ଚନ୍ଦ୍ର ପଲାଇ, ସୁରେନ୍ଦ୍ର କୁମାର ଦାଶ, ଲବଙ୍ଗଲତା ପରିଡା, ଅଲେଖ ପ୍ରସାଦ ପାଗଡ଼, ନାରାୟଣ ଶତପଥି, ଅଜୟ ଖୁଣ୍ଟିଆ, ପବିତ୍ର ମୋହନ ସାହୁ, ପ୍ରଦୀପ ଓଝା,ଶ୍ରୀନିବାସ ରାଉତ,ପ୍ରମୋଦ କୁମାର ସାହୁ ପ୍ରମୁଖ ସ୍ବର୍ଗତଃ ନାୟକଙ୍କ ସ୍ମୃତିଚାରଣ କରିଥିଲେ l ସାହିତ୍ୟ ସମାଜ ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭା

ଷ୍ଟେଟ୍ ବ୍ୟାଙ୍କ୍ ର ଦାନଗଦୀ ବଜାରରେ ଥିବା ଗ୍ରାହକ ସେବା କେନ୍ଦ୍ର ପୁରସ୍କୃତ l

Image
ଯାଜପୁର (ଦାନଗଦୀ) :-ଭାରତୀୟ ଷ୍ଟେଟବ୍ଯାଙ୍କ ର ମୌସୁମୀ ଅଭିଯାନ କାର୍ଯ୍ୟକ୍ରମ ରେ ଦାନଗଦୀ ବଜାରରେ ଥିବା ଗ୍ରାହକ ସେବା କେନ୍ଦ୍ର ପୁରସ୍କୃତ l ଭାରତ ସରକାରଙ୍କ ବିତ୍ତିୟ ପରିଯୋଜନା କାର୍ଯ୍ୟକ୍ରମ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଭୂମିକା ଉଚ୍ଚତର l ରାଜ୍ୟରେ ସର୍ବାଧିକ ଗ୍ରାହକ ସେବା କେନ୍ଦ୍ର ଖୋଲି ଲୋକମାନଙ୍କ ର ନିକଟବର୍ତ୍ତୀ ହୋଇ ପାରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ l ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ 'ଆଜାଦିକ୍ ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ମାଧ୍ୟମରେ ଗତ ଅଗଷ୍ଟ ଏକ ତାରିଖ ରୁ ସେପ୍ଟେମ୍ବର ପନ୍ଦର ତାରିଖ ପର୍ଯ୍ୟନ୍ତ ମୌସୁମୀ ଅଭିଯାନ ଆରମ୍ଭ କରି ସର୍ବାଧିକ ସୁରକ୍ଷା ବୀମା, ଅଟଳ ପେନସନ ଯୋଜନା କରିବା ଲାଗି ଆହ୍ୱlନ ପରିପ୍ରେକ୍ଷୀରେ ଦାନଗଦି ଷ୍ଟେଟ ବ୍ୟାଙ୍କ ଡୁବୁରୀ ପ୍ରୋଜେକ୍ଟ ଶାଖା ଅଧୀନରେ ଥିବା ଗ୍ରାହକ ସେବା କେନ୍ଦ୍ରର ର ପରିଚାଳକ ପ୍ରମୋଦ କୁମାର ପୋଥାଳ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି l ଏ ନେଇ ଭୁବନେଶ୍ବର ରେଲ ଅଡିଟୋରିୟମ ଠାରେ ଅନୁଷ୍ଠିତ ଏକ ସମାରୋହରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳ ସିଜିଏମ  ଚନ୍ଦ୍ର ଶେଖର ଶର୍ମା ଓ ଡିଜିଏମ ମନମୋହନ ସ୍ୱାଇଁ ଦାନଗଦୀ ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ପ୍ରମୋଦ କୁମାର ପୋଥାଳ ଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିବା ସହିତ ସଫଳତା ପାଇଁ ସାମିଲ ହୋଇଥିବା ସମସ୍ତ ଗ୍ରାହକ ସେବା କେନ୍ଦ୍ରର ଅଧି

ଶ୍ରମିକ ଶୋଷଣ ନୀତି ବିରୋଧରେ ଇମ୍ଫା ମାଇନ୍ସ ଫାଟକ ସମ୍ମୁଖରେ ଗଣଧାରଣା l

Image
ଯାଜପୁର (କାଳିଆପାଣି) :- ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଇମ୍ଫା ଖଣିର ଫାଟକ ସମ୍ମୁଖରେ ଆଜି ସକାଳୁ ଇମ୍ଫା ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପକ୍ଷରୁ ୧୧ ଦଫା ଦାବିକୁ ନେଇ ଗଣଧାରଣା ଦେଇଥିବାର ଦେଖିବାକୁ ମିଳିଛି । ଇମ୍ଫା କମ୍ପାନୀ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ଶୋଷଣ କାରୁଥିବାର ଅଭିଯୋଗ ହୋଇଛି । ଶ୍ରମିକଙ୍କ କହିବାନୁଯାଇ ପ୍ରଥମ ଦାବି ସର୍ବମୋଟ ବେତନ ଉପରେ ୨୦ ପ୍ରତିଶତ ବୋନସ,ଗ୍ରାଚ୍ୟୁଇଟି ପେମେଣ୍ଟ,ଇମ୍ଫା କମ୍ପାନୀର ଚିଙ୍ଗୁଡିପାଳ ଖଣିରେ କାର୍ଯ୍ୟ କରୁଥିବା ୭୬ ଶ୍ରମିକଙ୍କୁ ପୁନଃ ନିଯୁକ୍ତି,ଟ୍ରକ ବୋଝେଇ କରୁଥିବା ଲୋଡିଂ ଲେବରଙ୍କୁ ପରିଚୟ ପତ୍ର ଦେବା, ୧୦ବର୍ଷ କିମ୍ବା ୧୦ବର୍ଷ ରୁ ଅଧିକ କଣ୍ଟ୍ରାକ୍ଟର ରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ବିଭାଗୀୟ କର୍ମୀ ଭାବରେ ନିଯୁକ୍ତି କର , କ୍ୟାଣ୍ଟିନ୍ ରେ ମାଗଣା ଚା ଓ ଜଳଖିଆ ସୁବିଧା, ଭୂତଳ ଖଣି ଶ୍ରମିକଙ୍କ ପାଇଁ ଓ କାଳିଆପାଣି ମହାନ୍ତ ସାହି ଓ ମୁଣ୍ଡା ସାହିକୁ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ କରିବା ଦାବିକୁ ନେଇ ଖଣି ସମ୍ମୁଖରେ ଗଣଧାରଣା ଶ୍ରମିକସଙ୍ଘ ପକ୍ଷରୁ ଗଣଧାରଣା ଦେଇଥିବାର ଦେଖିବାକୁ ମିଳିଛି ।ଏହି ଗଣ ଧାରଣାରେ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଯୁଗ୍ମ ସମ୍ପାଦକ ଭରତ ମହାନ୍ତ, ଭଗବତୀ ମହାନ୍ତ, ୩୭ନଂ ଜୋନ ଜିଲ୍ଲାପରିଷଦ ଜେମା ଚାଖି, କାଳିଆପାଣି ପଞ

ପୂର୍ବତନ ମହିଳା ସରପଞ୍ଚ ଙ୍କ ଏକାଦଶାହ ଅବସରରେ ଶୋକ ସଭା, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ l

Image
  ଯାଜପୁର (ଦାନଗଦୀ) ଜିଲ୍ଲା ର ଦାନଗଦି ବ୍ଲକ ଅନ୍ତର୍ଗତ ଓଲଳ ଗ୍ରାମପଞ୍ଚାୟତର ଓଲଳ ଠାରେ ପୂର୍ବତନ ମହିଳା ସରପଞ୍ଚ ଓ ମହିଳା ନାରୀନେତ୍ରୀ ଓ ସମାଜ ସେବୀ ସ୍ୱଭୀମାନୀ ଶ୍ରୀମତୀ ରେଣୁ ବାଳା ଜେନା ଙ୍କର ଏକାଦଶହରେ ଶୋକ ସଭା ଓ ଅଶୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ରେଣୁବାଳା ଜେନା ଙ୍କ ଜନ୍ମ ୧୯୭୫ ମସିହା ଡିସେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ l   ସେ ମାତ୍ର ୪୭ ବର୍ଷ ବୟସରେ ଚଳିତ ମାସ ତା ୧୭-୧୦-୨୦୨୨ ରିଖ ମୃତ୍ୟୁ ହୋଇଥିଲେ l ସ୍ୱାମୀ ନୃସିଂହ ଚରଣ ଜେନା ଓ ଏକ ମାତ୍ର ପୁତ୍ର ଜଗଦିଶ ଜେନା ଶହ ପରିବାର ବର୍ଗଙ୍କୁ ୟହଲୀଳାରେ ଭସାଇ ଚାଲିଗଲେ। ଏହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭାରେ ମୂଖ୍ୟ ଅତିଥି ଭାବେ ଜାତୀୟ କଂଗ୍ରେସ ଦଳର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀଯୁକ୍ତ ଶରତ ରାଉତ ଙ୍କ ସହିତ ପୁଷ୍ପଲତା ପାତ୍ର, ଦୟାନିଧି ପଲେଇ,ରାଈଚରଣ ମହାନ୍ତି, ଉମାକାନ୍ତ ଜେନାମଣୀ ସେଠାରେ ପହଂଚି ରେଣୁବାଳା ଜେନାଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।ଏହି ଅବସରରେ ଶ୍ରୀଯୁକ୍ତ ରାଉତ କହିଥିଲେ ରେଣୁବାଳା ୧୯୯୫ ମସିହାରେ ପ୍ରଥମେ କଂଗ୍ରେସ ଦଳ ରୁ ରାଜନୈତି ଜୀବନ ଆରମ୍ଭ କରିଥିଲେ l ସେ ଦାନଗଦୀ ବ୍ଲକର ପ୍ରଥମ ମହିଳା ଅଧ୍ୟକ୍ଷା ଥିଲେ ଏବଂ ଜିଲ୍ଲା କଂଗ୍ରେସ ର ମହିଳା ଉପସଭାପତି ଥିଲେ I ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବହୁ ରାଜନୈତିକ ବ୍ୟକ୍ତିବିଶେଷ

ଚୋରା ଚାଲାଣ ବେଳେ ବିଦେଶୀ ମଦ ଜବଦ, ଜଣେ ଗିରଫ I

Image
                      ଫାଇଲ ଫଟୋ   ଯାଜପୁର (ଦାନଗଦୀ) :-ଆଜି ସକାଳ ପ୍ରାୟ ଆଠ ଟା ସମୟରେ ଯାଜପୁର ଜିଲ୍ଲା ଟମକା ଥାନା ର କର୍ମଚାରୀମାନଙ୍କ ଦ୍ୱାରା ପେଟ୍ରୋଲିଂ କରୁଥିବା ବେଳେ ଓସ୍ତପାଳ ଛକ ନିକଟରେ ଜଣେ ଅଚିହ୍ନା ଯୁବକକୁ ଦେଖି ସନ୍ଦେହ ହେବାରୁ ତାକୁ ପଚରା ଉଚରା କରିଥିଲେ l ଯୁବକ ଙ୍କ ନାମ ଟୁନା ସେଠୀ(୩୨) ସେ ଓସ୍ତପାଳ ଗ୍ରାମର ବିନୋଦ ସେଠୀ ଙ୍କ ପୁଅ ବ୍ୟାଗ୍ ଯାଂଚ କରିବାରୁ ସେ ବ୍ୟାଗ୍ ରୁ ୧୬ଟି ୧୮୦ ଏମଏଲ ର ହୁଇସ୍କି ବିଦେଶୀ ମଦ ବୋତଲ ବାହାରିଥିଲା l ଏହାର କୌଣସି ପ୍ରମାଣ ପତ୍ର ନ ପାଇବାରୁ ଉକ୍ତ ଯୁବକ କୁ ଗିରଫ କରାଯାଇ ଥାନା କେସ୍ ନଂ ୧୨୭/ତା ୨୬-୧୦-୨୦୨୨ ଓଡ଼ିଶା ଅବକାରୀ ଆଇନ୍ ଆକ୍ଟ ୪୨A ରେ ମାମଲା ରୁଜୁ ହୋଇଥିବା ଟମକା ଥାନା ଅଧିକାରୀ ସୂଚନା ଦେଇଛନ୍ତି l