Posts

ସମାଜସେବୀ ତଥା ଜଣାଶୁଣା ଆଦିବାସୀ ନେତାଙ୍କ ପରଲୋକ l

Image
ଯାଜପୁର (କଳିଙ୍ଗନଗର) ୧୦/୧:- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଦାନଗଦୀ ବ୍ଳକ ଅନ୍ତର୍ଗତ ଗୋବରଘାଟି ଟାଟା କଲୋନୀ ର ନିବାସୀ ଜଣାଶୁଣା ସମାଜସେବୀ ତଥା ଆଦିବାସୀ ନେତା ସୁର ସିଂ ଶୁଣ୍ଢି ଙ୍କ ପୁଅ ଫନେନ୍ଦ୍ର ଶୁଣ୍ଢି ଙ୍କ ଆଜି ସକାଳ ପ୍ରାୟ ୯ଟା ୩୦ ମି. ରେ ଟାଟା ମେଡିକା ହସ୍ପିଟାଲ ରେ ମୃତ୍ୟୁ ହୋଇଛି l ସେ ଦୀର୍ଘ ଏକ ବର୍ଷ ହେବ ସେ ରୋଗରେ ଆକ୍ରାନ୍ତ ହୋଇ ଟାଟା ମେଡିକା ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ I ଆଜି ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ଜଣେ ପର ଉପକାରୀ ବ୍ୟକ୍ତି ଥିଲେ l ଗ୍ରାମର ପ୍ରମୁଖ ବ୍ୟକ୍ତିଙ୍କ ସହଯୋଗ ରେ ପରିବାର ଲୋକେ ଆଦିବାସୀ ରୀତିନୀତି ଅନୁସାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି l ମୃତ୍ଯୁ ବେଳକୁ ତାଙ୍କୁ ୪୮ବର୍ଷ ହୋଇଥିଲା l ତାଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅ଼ଞ୍ଚଳରେ ଶୋକର ଛାୟା ଖେଳିଯାଇଛି l 

ଜଖପୁରା ପଞ୍ଚାୟତରେ ଖୋଲିଲା ଧାନ ମଣ୍ଡି l

Image
ଯାଜପୁର (କଳିଙ୍ଗନଗର)୦୯/୧ :- ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ପଞ୍ଚାୟତ ରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ରେ ସୋମବାର ଦିବା ୧୧ ଘଟିକା ରେ ସମବାୟ ସମିତି ର ସମସ୍ତ ସଭ୍ଯ ଓ ଚାଷୀ ଙ୍କ ଉପସ୍ଥିତ ରେ ଧାନମଣ୍ଡି ପାଇଁ ବ୍ଯବହାର ହେବାକୁ ଥିବା କଣ୍ଟା କୁ ପୂଜାଅର୍ଚ୍ଚନା କରି ମଣ୍ଡି ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଜଖପୁରା ପ୍ରାଥମିକ ସମବାୟ ସମିତି ଲିଃ ର ୨୭୯ ଜଣ ଚାଷୀ ୬୪୦୦ କୁଇଣ୍ଟାଲ ଧାନ ଦେବାପାଇଁ ଟୁକନ ପାଇଥିବା ବେଳେ ୨ ଜଣ ମିଲର ଙ୍କ ଦ୍ବାରା ଏହି ଧାନ କୁ ନେବା ପାଇଁ ବ୍ଯବସ୍ଥା କରାଯାଇଛି। ଆଶୀର୍ବାଦ ଆର୍ଗୋ ଓ ଏଜିଏସ ଆର୍ଗୋ ଏହି ଦୁଇ ମିଲର ଚାଷୀଙ୍କଠାରୁ ଟୁକନ୍ ଧାର୍ଯ୍ୟ ଅନୁଯାୟୀ ଧାନ କିଣିବେ I ଆଶୀର୍ବାଦ କୁ ଏକହଜାର କୁଇଣ୍ଟାଲ ଧାନ ନେବା ବେଳେ ଏଜିଏସ ୪୪୦୦ କୁଇଣ୍ଟାଲ ଧାନ ନେବା ପାଇଁ ସରକାର ଙ୍କ ସହିତ ଅନୁବନ୍ଧିତ ହୋଇଥିବା ସୂଚନା ମିଲିଛି । ଏହି ଉଦଘାଟନ ଉତ୍ସବ ରେ ସମବାୟ ସମିତି ର କାର୍ଯ୍ୟକାରୀ ସଭାପତି ସୋନାଲି ପହି ବିଧି ଅନୁସାରେ ନଡିଆ ବାଡେଇ ଧାନ କଣ୍ଟା କୁ ଉଦଘାଟନ କରିଥିଲେ l ସମବାୟ ସମିତି ର ସମସ୍ତ ସଭ୍ଯ ସଭ୍ଯା ଯଥା କାଳନ୍ଦୀ ସେଠୀ, ଦେବେନ୍ଦ୍ର ପଣ୍ଡା,ପଦ୍ମନାଭ ପହି,ଅରୁଣ ସାମଲ,ସ୍ମୁତିରଞ୍ଜନ ନାୟକ,ଉଦୟ ରାଉତ, ଲକ୍ଷ୍ମୀ ପ୍ରିୟା ବ୍ରହ୍ମ,ଦୟାନିଧୀ ସାହୁ, ପଦ୍ମନାଭ ବେହେରା,ଶରତ ସେଠୀ, ପ୍ରଶାନ୍ତ ନାୟକ, ସମବାୟ ସମିତି ର ସମ୍ପାଦକ ହୂର୍ଷିକେଷ ପୂଷ୍ଟି ଓ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ମା ଓ ଚାରିବର୍ଷ ର ଶିଶୁ ଗୁରୁତର l ଉତ୍ତ୍ଯେକ୍ତ ଲୋକେ କାର୍ ପୋଡ଼ିଦେଲେ l

Image
ଯାଜପୁର (କଳିଙ୍ଗନଗର)ତା ୦୮/୧ :- ଡୁବୁରୀ - ଚଣ୍ଡିଖୋଲ ଜାତୀୟ ରାଜପଥର ଗୋଲାଗାଁ, ବାଇସାହି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ ସନ୍ଧ୍ୟା ପାଖାପାଖି ୬ ଟା ସମୟରେ ଡୁବୁରୀ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଏକ କାର୍ (OD04N 8167) ଅପର ପକ୍ଷରୁ ଆସୁଥିବା ଏକ ମୋଟରସାଇକଲ୍ ସହିତ ମୁହାମୁହିଁ ଧକ୍କା ଦେଇଥିଲା I ଫଳରେ ମୋଟରସାଇକଲ୍ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଶିଶୁ ପୁତ୍ର ଗୁରୁତର ଭାବେ ଆହତ ହୋଇଥିଲେ l ସ୍ଥାନୀୟ ଲୋକେ କ୍ରୋଧାନ୍ବିତ ହୋଇ ଧକ୍କା ଦେଇଥିବା କାର୍ ଟିରେ ନିଆଁ ଲଗାଇ ଦେଇଥିଲେ l କାର ରେ ଥିବା ଦୁଇଜଣଙ୍କୁ ପ୍ରବଳ ମାଡ ମାରିଥିବା ଜଣା ପଡିଛି l ମୃତ ବ୍ୟକ୍ତି ଜଣକ ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତର ଅଙ୍କୁରାପାଳଗାଁ ର ଗୁଲୁ ରାମେୟ (୪୦) ବୋଲି ଜଣାପଡିଛି Iମୃତ ଗୁଲୁ ର ସ୍ତ୍ରୀ ଓ ୪ ବର୍ଷର ଶିଶୁ ପୁତ୍ର କୁ ଗୁରୁତର ଅବସ୍ଥାରେ ଟାଟା ମେଡିକା ହସ୍ପିଟାଲ କୁ ନିଆଯାଇଛି I କଳିଙ୍ଗନଗର ପୋଲିସ୍ ଖବର ପାଇ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି କୁ ପଂଚନାମା ପାଇଁ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଛି I ଜଳନ୍ତା କାର୍

ଏକ ବର୍ଷର ଶିଶୁ ପୁତ୍ର ମୃତ୍ୟୁ କୁ ନେଇ ବଡ଼ ଅଭିଯୋଗ ଆଣିଲେ ବାପା ମା l

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ବର୍ଷର ଶିଶୁ ପୁତ୍ରର ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ବାପା ମା l ସୂଚନା ଅନୁଯାୟୀ ଶଙ୍ଖଚିଲା ସ୍ଥିତ ବରେଇ ଗ୍ରାମର ଉଜ୍ଜଳ ପ୍ରଧାନ ଓ ତାଙ୍କ ସ୍ୱାମୀ ଆନନ୍ଦ ପ୍ରଧାନଙ୍କ କୌଣସି ପୁଅ ଝିଅ ନଥିବାରୁ ସେ ତାଙ୍କ ଶଳା ଦୟା ଦେହୁରୀଙ୍କ ୩ ମାସର ଶିଶୁ ପୁଅକୁ ପୌଷ୍ୟ ପୁତ୍ର ଭାବେ ରଖି ପାଳିଥିଲେ l ଶିଶୁ ପୁତ୍ରର ନାଁ ସାଇ ଦେହୁରୀ ହୋଇଥିବାବେଳେ ତାଙ୍କୁ ଦୀର୍ଘ ୭ ମାସ ଧରି ଲାଳନ ପାଳନ କରି ଚାଲିଥିଲେ, କିନ୍ତୁ ହଠାତ ଆଜି ସକାଳୁ ଶିଶୁଟିର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଚିକତ୍ସା ନିମନ୍ତେ ଯାଜପୁର ରୋଡ଼ ଗଣେଷ ମାର୍କେଟ ସ୍ଥିତ ଡାକ୍ତର ତାଜମୁଲ ହକ ହୋମିଓ କ୍ଲିନିକରେ ଚିକିତ୍ସା କରିଥିଲେ l ଡାକ୍ତର ତାଙ୍କୁ ଔଷଧ ଦେଇଥିଲେ କିନ୍ତୁ ଔଷଧ ଖାଇବାପରେ ଶିଶୁଟି ରକ୍ତ ବାନ୍ତି କରିବାରୁ ତୁରନ୍ତ ନିକଟସ୍ଥ ଯାଜପୁରରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାକୁ ପ୍ରାଥମିକ ଚିକତ୍ସା ପରେ ମୃତ ଘୋଷଣା କରିଥିଲେ ବୋଲି କହନ୍ତି ମା ଉଜ୍ଜଳ ପ୍ରଧାନ l  ଅନ୍ୟପଟେ ହୋମିଓ ଡାକ୍ତର ତାଜମୁଲ ହକ କୌଣସି ଭୁଲ ଔଷଧ ଦେଇନାହାଁନ୍ତି ବୋଲି ନିଜର ଚିକତ୍ସାକୁ ନେଇ ପ୍ରତିକ୍ରିୟା ରଖିଥିଲେ I  ଏନେଇ ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କ ସହ ଏସ.ଆଇ ନିର୍ମଳ ଚନ୍ଦ୍ର ସାହୁ ଓ ଏସ.ଆଇ

ଟଙ୍କା ପାଇଁ ସବୁ ସମ୍ଭବ, ସରକାରୀ କର୍ମଚାରୀ ବିଧବା ସ୍ତ୍ରୀକୁ କରିଦେଲ ଅବିବାହିତା କନ୍ୟା l

Image
ଯାଜପୁର (କଳିଙ୍ଗନଗର) :- ବ୍ୟାସନଗର ତହସିଲରେ ଲିଗାଲହେୟାର ପ୍ରମାଣପତ୍ରରେ ଜାଲିଆତି, ବିଧବା ସ୍ତ୍ରୀକୁ କରିଦେଲେ ଅବିବାହିତ କନ୍ୟା l ଲିଗାଲହେୟାର ପ୍ରମାଣପତ୍ର କୁ ଜାଲିଆତି କରି ଲୁଟିନେଲେ କୋଟିକୋଟି ଟଙ୍କାର ଜମି ଓ ଘର ଏହିପରି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଦାନଗଦୀ ବ୍ଲକ ଅନ୍ତର୍ଗତ ମାଣତୀରା ପଞ୍ଚାୟତ ର ଦାଖରାପଦା ଗ୍ରାମରୁ I ଦାଖରାପଦା ଗ୍ରାମର ଅର୍ଜ୍ଜୁନ ଜେନାଙ୍କ ଝିଅ ସସ୍ମିତା ଜେନା ବ୍ୟାସନଗର ପୌରପାଳିକା ଅନ୍ତର୍ଗତ ନହକା ଗ୍ରାମର ସ୍ବର୍ଗତ ପାର୍ଥ ସାରଥି ମହାନ୍ତି ଙ୍କ ପୁଅ ରାଜେନ୍ଦ୍ର ମହାନ୍ତି ଙ୍କ ସହିତ ଶଙ୍ଖଚିଲା ହିଙ୍ଗୁଳାଙ୍କ ମନ୍ଦିରରେ ୨୦୨୦ ମାର୍ଚ୍ଚ ୩ ତାରିଖ ରେ ପରିବାର ଉପସ୍ଥିତିରେ ବିବାହ ହୋଇନଥିଲା l ବାହାଘର ପରେ ଉଭୟ ସ୍ୱାମି ସ୍ତ୍ରୀ ନିଜ ନହକା ଘରେ ରହୁଥିଲେ l ଦୁର୍ଭାଗ୍ଯ ବଶତଃ ସେହି ବର୍ଷ ୨୦୨୦ ଡିସେମ୍ବର ୧୧ ତାରିଖରେ ଏକ ରାସ୍ତା ଦୁର୍ଘଟଣାରେ ରାଜେନ୍ଦ୍ର ମହାନ୍ତି ଙ୍କ ମୃତ୍ୟୁ ହୋଇଥିଲା l ସ୍ବାମୀଙ୍କ ମୃତ୍ଯୁ ପରେ ସସ୍ମିତା ଙ୍କୁ ତାଙ୍କ ଶାଶୁ ଜୟନ୍ତି ମହାନ୍ତି ବାପଘର ଦାଖରାପଦାକୁ ପଠାଇ ଦେଇଥିଲେ I କିଛି ଦିନପରେ ସସ୍ମିତା ଶାଶୁଘର ନହକା ଯିବାକୁ ଚାହିଁବାରୁ ଶାଶୁ ଆଉ ବୋହୂକୁ ଘରେ ପ୍ରବେଶ କରାଇ ଦେଇନଥିଲେ I ତେଣୁ ବାଧ୍ଯ ହୋଇ ସସ୍ମିତା ନିଜ ବାପଘରେ ରହିଥିଲେ I ଏହା ପରେ ସସ୍ମିତା ନିଜ ସ୍ୱାମୀଙ୍କ ମୃତ୍ଯୁ ପ୍ରମାଣପତ୍ର ବାହାର କରିବା ପାଇଁ ବ୍ୟ

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଯାଜପୁରର ସୌମ୍ୟାଶ୍ରୀଙ୍କ ସଫଳତା I

Image
(ଇସ୍ରୋ କେନ୍ଦ୍ର ପରିଦର୍ଶନ ପାଇଁ ଚୟନ ହୋଇଥିବା ୨୦ ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମିଲ)  ୟାଟସ୍ ୨୦୨୨ରେ ଓଡ଼ିଶାର ୩୦୦ଟି ବିଦ୍ୟାଳୟର ୭୭,୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ- ଯାଜପୁର (କଳିଙ୍ଗନଗର) : - ଯାଜପୁର ଏନ୍ ସି ହାଇ ସ୍କୁଲର ଛାତ୍ରୀ ସୌମ୍ୟାଶ୍ରୀ ସ୍ନେହା ଦାଶ ଟାଟ ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ଵେଷଣ (ୟାଟସ୍) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଯାଜପୁର ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୩୫୩୭ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଯାଜପୁର ଜିଲ୍ଲାରୁ ଚୟନ ହୋଇଥିବା ଶ୍ରେଷ୍ଠ ୨ ଜଣ ବିଦ୍ୟାର୍ଥଳ ମଧ୍ୟରେ ସ୍ଥାନ ପାଇ ଓଡ଼ିଶାର ଶ୍ରେଷ୍ଠ ୬୦ ଜଣ ଫାଇନାଲ୍ ପ୍ରତିଯୋଗୀଙ୍କ ତାଲିକାରେ ନିଜ ନାମ ସାମିଲ କରିପାରିଥିଲେ । ଏହାପରେ ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଠାରେ ଆୟୋଜିତ ଫାଇନାଲ ରାଉଣ୍ଡରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ l କେମ୍ବ୍ରିଜ୍‌ର ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ମ୍ୟାନେଲ୍‌ ଫାଉଣ୍ଡେସନ କମ୍ପ୍ଲେକ୍ସିଟି ଫେଲୋ ତଥା ବର୍ତମାନ ହାଭାର୍ଡ ସେ ସାଇଟିର ଫେଲୋ, ୨୦୦୯ର ୟାଟ୍ସ ବିଜେତା (ଆଲୁମୁନସ) ଡକ୍ଟର ଅଂଶୁମାନ ସାଇଁ ଅନ୍ୟ ବିଜେତାମାନଙ୍କ ସହିତ ସୌମ୍ୟାଶ୍ରୀଙ୍କୁ ସମ୍ମାନିତ କରିଥିଲେ । ଯାଜପୁ

ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳନ କଲା ୧୭ ତମ ସହିଦ୍ ଦିବସ l

Image
(ଗୁଳିକାଣ୍ଡ ରେ ପ୍ରାଣ ହରାଇଥିବା ପରିବାରଙ୍କୁ ଆଜି ପର୍ଯ୍ୟନ୍ତ ମିଳିନାହିଁ ନ୍ୟାୟ) ଯାଜପୁର (କଳିଙ୍ଗନଗର) :- ଯାଜପୁର ଜିଲ୍ଲା କଳିଙ୍ଗନଗର ର ବହୁ ଚର୍ଚ୍ଚିତ ଗୁଳିକାଣ୍ଡ ଘଟଣା ଆଜକୁ ୧୭ ବର୍ଷ ହୋଇଯାଇଛି l ଏହି ଅବସରରେ କଳିଙ୍ଗନଗର ବୀର୍ ସହିଦ୍ ସ୍ମୃତି, ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ପାଳନ କରାଯାଉଛି ସହିଦ୍ ଦିବସ l ଆମେ ଏଠି ମନେପକାଇ ଦେଉଛୁ ଯେ ୨୦୦୬ ମସିହାରେ ଟାଟା ଷ୍ଟିଲ କାରଖାନା ପ୍ରତିଷ୍ଠା ପାଇଁ ସରକାର ଜମି ଅଧିଗ୍ରହଣ କାର୍ଯ୍ୟକୁ ବିରୋଧ କରି ନିଜର ଭିଟାମାଟି କୁ ଟାଟା କମ୍ପାନୀ କୁ ନ ଦେବା ପାଇଁ ସେହି ଅଞ୍ଚଳର ଆଦିବାସୀ ୨୦୦୬ ମସିହା ଜାନୁଆରୀ ୨ ତାରିଖ ଦିନ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ପୋଲିସ ଗୁଳିରେ ୧୩ ଜଣ ଆଦିବାସୀ ପ୍ରାଣ ହରାଇଥିବା ବେଳେ ଆଦିବାସୀଙ୍କ ତୀର ମାଡରେ ଜଣେ ପୋଲିସ ହାବିଲଦାରଙ୍କ ଜୀବନ ଯାଇଥିଲା । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିସ୍ଥାପନ ବିରୋଧୀ ଜନମଞ୍ଚ ପାଳିଛି ସହୀଦ ସ୍ମୃତି ଦିବସ । ଗତବର୍ଷ କୋଭିଡ କଟକଣା ଯୋଗୁଁ ଜନମଞ୍ଚ ପକ୍ଷରୁ ସ୍ମୃତିସଭା ଓ ଆଦିବାସୀଙ୍କ ପାରମ୍ପରିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା, କେବଳ ସହୀଦ ସ୍ତମ୍ଭ ଓ ମାୟାମଲିଙ୍ଗି ନିକଟରେ ପୂଜାର୍ଚ୍ଚନା କରାଯାଇ ସହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା I ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ଚମ