Posts

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗନଗରରେ ଶ୍ରେଣୀ ଗୃହ ଉତ୍ସର୍ଗୀକୃତ ଓ ଗୋଷ୍ଠୀ ପୋଖରୀର ପୁନରୁଦ୍ଧାର l

Image
(ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡାଇଙ୍କ ଦ୍ୱାରା ଦୁଇ ପ୍ରକଳ୍ପ ଉଦ୍‌ଘାଟିତ)  କଳିଙ୍ଗନଗର:- ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ପକ୍ଷରୁ ଯାଜପୁର ଜିଲ୍ଲାର କଳିଙ୍ଗନଗର ସ୍ଥିତ ବାରଗଡ଼ିଆ ଗ୍ରାମ ପଞ୍ଚାୟତ ର ପାଞ୍ଚଟି ନୂଆ ଶ୍ରେଣୀ ଗୃହ ଓ ଏକ ଗୋଷ୍ଠୀ ପୋଖରୀ ସମେତ ଦୁଇ ପ୍ରମୁଖ ପ୍ରକଳ୍ପକୁ ଉତ୍ସର୍ଗୀକୃତ କରାଯାଇଛି । ଶନିବାର ଏହି ଦୁଇ ବ୍ୟବସ୍ଥାକୁ ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ଉଦ୍‌ଘାଟନ କରିଥିଲେ ଏବଂ ଏହି ଅବସରରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିବ୍ୟ ରଂଜନ ବରାଳ, ସୁକିନ୍ଦା ବ୍ଲକର ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ବାରଗଡ଼ିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ଦେଓ, ବାରଗଡ଼ିଆ ଗ୍ରାମ ପଂଚାୟତର ସମିତି ସଭ୍ୟ ଶ୍ରୀ ମୃତ୍ୟୁଞ୍ଜୟ ଦେଓ, ଟାଟା ଷ୍ଟିଲ୍ଫା ଉଣ୍ଡେସନର ୟୁନିଟ୍ ମୁଖ୍ୟ ଆଲେନ୍ ଜୋସେଫ୍ ଓ ଗୋଷ୍ଠୀର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ବାରଗଡ଼ିଆର ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ପାଞ୍ଚଟି ଅତିରିକ୍ତ ଶ୍ରେଣୀ ଗୃହକୁ ଉଦ୍‌ଘାଟନ କରାଯାଇଛି । ଟିଏସ୍ଏଫ୍ ଦ୍ଵାରା ନିର୍ମାଣ କରାଯାଇଥିବା ଏହି ସମ୍ପୂର୍ଣ ଫର୍ଣିସଡ୍ ଶ୍ରେଣୀଗୃହଗୁଡ଼ିକର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ସ୍ତରରେ ଉନ୍ନତି ଆଣିବା । ଏହି ଶ୍ରେଣୀ ଗୃହ କଳିଙ୍ଗନଗର ଅଧ

ଝାରସୁଗୁଡ଼ା ଉପନିର୍ବାଚନ: ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି l

Image
      (ବିଜେଡ଼ି ହାତେଇଲା ଝାରସୁଗୁଡ଼ା)     ଝାରସୁଗୁଡ଼ା(ବ୍ୟୁରୋ ରିପୋର୍ଟ) : - ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଏଠାରେ ରେକର୍ଡ ସଂଖ୍ୟକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ବିଜେଡ଼ି ର ଦୀପାଳୀ ଦାସ । ସେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଦେବାସହ ଶୁଭେଚ୍ଛା ଜଣାଇଛନ୍ତି l ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ ରେ ସ୍ଵର୍ଗତ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ହେଲେ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ଝିଅ ଦୀପାଳୀ । ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ। ତେଣେ କଂଗ୍ରେସ ପ୍ରାର୍ଥୀ ୪, ୪୭୩ ଖଣ୍ଡ ଭୋଟ ପାଇଛନ୍ତି। ସୂଚନାଯୋଗ୍ୟ, ଗତ ୨୦୧୯ ବିଧାନସଭା ନିର୍ବାଚନରେ ସ୍ୱର୍ଗତ ନବ ଦାସ ମୋଟ୍ ୯୮, ୬୨୦ ଭୋଟ୍ ପାଇ ନିର୍ବାଚିତ ହୋଇଥିଲେ। ବିଶେଷ କରି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତଥରର ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କଠାରୁ ମଧ୍ୟ ଅଧିକ ଭୋଟ୍ ପାଇବାରେ ସକ୍ଷମ ହୋଇଛନ୍ତି। ଗତ ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ

ଗାଁ ର ଗୋଚର ଜମି ହଡ଼ପକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ତୁରନ୍ତ ପଦକ୍ଷେପ ନେବାକୁ ଦାବି l

Image
 କଳିଙ୍ଗନଗର : - ଗାଁ ର ରଖିତ କିଶମ ଗୋଚର ଜମିକୁ ବଳ ପୂର୍ବକ ହଡ଼ପ କରିବା ଏବଂ ଉକ୍ତ ଜମିରେ ଘର ନିର୍ମାଣ କରିବା ସହିତ ଜମିର ଚାରି ପାଖରେ ତାର ବାଡ଼ ଏବଂ ସିମେଣ୍ଟ ଖୁଣ୍ଟ ଦେଇ ନିଜ ଅକ୍ତିଆରରେ ରଖିବା ଘଟଣା କୁ ନେଇ ଏବେ ଗ୍ରାମବାସୀ ଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉକ୍ତ ଜମିର ପୁନରୁଦ୍ଧାର ଏବଂ ହଡ଼ପ କାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ପାଇଁ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଅଭିଗୋଗ କରିଛନ୍ତି ଗ୍ରାମବାସୀ। ସୂଚନା ମୁତାବକ ଦାନଗଦି ବ୍ଲକ୍ ଅନ୍ତର୍ଗତ ନଛିପୂରା ପଞ୍ଚାୟତ ଖରଡାବନ୍ଦୀ ମୌଜାରେ, ଗୋବର୍ଦ୍ଧନ ପୁର ପଞ୍ଚାୟତ, ମାନପୁର ଗ୍ରାମର ପ୍ରଫୁଲ୍ଲ କୁମାର ପୁହାଣ ଏବଂ ତାଙ୍କ ସ୍ତ୍ରୀ ଉର୍ବଶୀ ପୁହାଣ ଙ୍କ ନାମରେ ସ୍ଥାନୀୟ ଲୋକଙ୍କ ପାଖରୁ କିଛି ଜମି କିଣି ଏଠାରେ ଏକ ଫାର୍ମହାଉସ୍ ନିର୍ମାଣ କରି ଗାଁ ଲୋକଙ୍କୁ କର୍ମ ନିଯୁକ୍ତି ଦେବେ ବୋଲି କହିଥିଲେ l କର୍ମ ନିଯୁକ୍ତି ଲୋଭରେ ସ୍ଥାନୀୟ ଅଞ୍ଚଳର କିଛି ପଛୁଆ ବର୍ଗ ର ଲୋକ, ଶ୍ରୀ ପୁହାଣ ଙ୍କ କଥାରେ ରାଜି ହୋଇ ନିଜ ନିଜର ପୈତୃକ ଜମି ଶ୍ରୀ ପୁହାଣଙ୍କ ନାମରେ ରେଜିଷ୍ଟ୍ରି ଭୁକ୍ତ କରାଇ ଥିଲେ। ଇତି ମଧ୍ୟରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ, ଫାର୍ମହାଉସ ନିର୍ମାଣ ତ ଦୂରର କଥା ବରଂ ଚତୁରତାର ସହିତ ଶ୍ରୀ ପୁହାଣ ଅର୍ଥ ବଳ ଏବଂ ବାହୁବଳ ପ୍ରହୋଗ କରି, ଏହି ଜମିକୁ ଲାଗି ଗାଁ ର ରଖିତ ( କିଶମ ) ଗୋଚର ଜମିକୁ ବେଆଇନ ଭାବେ ନିଜ

ସାଧାରଣ ଜନତାଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ମାଛ ବେପାରୀ l ପ୍ରଶାସନିକ ଅଧିକାରୀ ଙ୍କ ଦୃଷ୍ଟି ପଡ଼ୁ..

Image
(ବରଫ ଦିଆ,ପଚା ,ବିଷାକ୍ତ କେମିକାଲ ମିଶା ମାଛ ଦେଉଛନ୍ତି ଗ୍ରାହକଙ୍କୁ)  ଯାଜପୁର(ବ୍ୟୁରୋ): - ଯାଜପୁର ଜିଲ୍ଲାରେ ଦିନକୁ ଦିନ ମାଛ ବିକାଲିଙ୍କ ଠକାମୀ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଭୁବନେଶ୍ବର,କଟକ,ଯାଜପୁର ତଥା ଅନ୍ୟ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ପାଖା ପାଖି ରହୁଥିବା ବେଳେ, ବାହାର ରାଜ୍ୟରୁ ଆମଦାନୀ ହେଉଥିବା ମାଛ ମାନଙ୍କର ଅବସ୍ଥା ଖରାପ ହୋଇଯାଉଥିବା ଦେଖିବାକୁ ମିଳୁଛି । ମାଛ ବ୍ୟବସାୟୀ ମାନେ ବହୁ ଦିନ ପର୍ଯ୍ୟନ୍ତ ମାଛ ମାନଙ୍କୁ ସତେଜ ରଖିବା ପାଇଁ ବିଷାକ୍ତ କେମିକାଲ ( ଫାମୋଟିନ୍) ତଥା ବରଫ ର ସାହାରା ନେଉଥିବାର ଖବର ବିଭିନ୍ନ ଗଣମାଧ୍ୟମରେ କଟକ,ଭୁବନେଶ୍ୱର ରୁ ପ୍ରସାରିତ ହେଉଥିବାବେଳେ କୁହାଯାଉଛି କି ମାଛ ରେ ବ୍ୟବହୃତ ବିଷାକ୍ତ କେମିକାଲ ହିଁ ମୃତ ବ୍ୟକ୍ତି ମାନଙ୍କୁ ସଚେତ ରଖିବା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ।ଏବେ ଯାଜପୁର ଜିଲ୍ଲା ଯାଜପୁର ରୋଡ ପୌରପରିଷଦ ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଯାଜପୁର ରୋଡ ବ୍ୟାସନଗର ଅଞ୍ଚଳରେ ୫ ରୁ ୬ ଟି ସ୍ଥାନରେ ମାଛ ବିକ୍ରୟ ହେଉଥିବା ବେଳେ ଏଭଳି କିଛି ଦୁଷ୍ଟ, ପଇସା ଖୋର ବିକାଳୀ କିଛି ଦିନ ହେବ ଧବଳଗିରି ଛକ ଆଉ ନାହକା ବାଇପାସ୍ ଛକରେ ବସି ବିକୁଥିବା ଦେଖିବାକୁ ମିଳିଛି।କିଛି ମାଛ ବିକାଳୀ ବରଫ ଦିଆ ମାଛକୁ ପାଣି ହାଣ୍ଡିରେ ରଖି ଦେଶୀ ମାଛ କହି ଠକୁଛନ୍ତି। ପଚା ମାଛକୁ ମଧ୍ୟ ସତେଜ ମାଛ କହି ମିଥ୍ୟା କଥୋପକଥନ କରି ବିକୁଛନ୍ତି। ଫଳର

ଶ୍ରୀଚକ୍ର ସେବା ସମ୍ମାନରେ ସମ୍ମାନିତ ସାମାଜିକ କର୍ମୀ ସୁମିତ୍ରା ।

Image
କଟକ (ବ୍ୟୁରୋ ରିପୋର୍ଟ) :- ଶ୍ରୀଚକ୍ର ଟିଭି ୱେବ ଚ୍ୟାନେଲର ପ୍ରଥମ ବାର୍ଷିକ ଉତ୍ସବ କଟକ ସ୍ଥିତ ଗାନ୍ଧୀ ଭବନ ଠାରେ ସଭାପତି ପ୍ରହ୍ଲାଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ଏହା l ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ସାମାଜିକ କର୍ମୀ ସୁଶ୍ରୀ ସୁମିତ୍ରା ସାହୁଙ୍କୁ ଶ୍ରୀଚକ୍ର ସେବା ସମ୍ମାନରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ସୁଶ୍ରୀ ସୁମିତ୍ରା ସାହୁ କହିଛନ୍ତି ଏମିତି ସେବା କାର୍ୟ୍ଯ ଲୋକଙ୍କ ପାଇଁ ଜାରି ରହିବ ସମାଜ ସେବାରେ ଆଜୀବନ ନିଜର କର୍ତ୍ତବ୍ୟ ଓ ଦାୟତ୍ୱ ଠିକ ରୂପେ ନିଭାଇବେ l ଯାହା ତାଙ୍କ ଦ୍ୱାରା ସମ୍ଭବ ହୋଇ ପାରିବ ସହଯୋଗର ହାତ ବଢାଇବେ ଅନ୍ୟର ଉପକାର ନିମନ୍ତେ,ଶ୍ରୀଚକ୍ର ଟିଭର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୌତମ ସାହୁଙ୍କୁ ଧନ୍ୟବାଦ ଜଣାଇଥିଲେ l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସିଏମସି ମେୟର ଶ୍ରୀଯୁକ୍ତ ସୁବାଷ ସିଂହ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶ୍ରୀଯୁକ୍ତ ଗୌରହରି ମହାନ୍ତି ଉପସ୍ଥିତ ଥିଲେ ।

ଜିଲ୍ଲା ରେଡ଼କ୍ରସ କୁ ସହାୟତା ରେ ଜିନ୍ଦଲ ଷ୍ଟେନଲେସ ର ଦ୍ଵିତୀୟ ସ୍ଥାନ l

Image
ଯାଜପୁର (କଳିଙ୍ଗନଗର) : - ମାନବ ସେବା ହିଁ ମାଧବ ସେବା | ଏହି ଉକ୍ତିକୁ ପ୍ରତିପାଦିତ କରିବାକୁ ଯାଇ ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼,କଳିଙ୍ଗନଗର, ଯାଜପୁର ପ୍ରତ୍ୟେକ ବର୍ଷ ପରି ଗତ ବର୍ଷ ମଧ୍ୟ ଜାତୀୟ ରେଡ୍ କ୍ରସ ସୋସାଇଟି ଯାଜପୁର ଶାଖାକୁ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟ ରେ ତା’ର ସାହାଯ୍ୟର ହାତ ବଢ଼ାଇଥିଲା | ଏହି ପରିପେକ୍ଷୀ ରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଆର୍ଥିକ ଅନୁଦାନ ଦେଇଥିବା ସଂସ୍ଥା ବା ବ୍ୟକ୍ତିବିଶେଷ ମାନଙ୍କୁ ଉପଢ଼ୋକନ, ଉତ୍ତରୀୟ ଓ ମାନପତ୍ର ଦେଇ ଜିଲ୍ଲା ରେଡ୍ କ୍ରସ ସୋସାଇଟି ତରଫରୁ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଗୋପୀନାଥ କୁଅଁର ଧନ୍ୟବାଦ ଜ୍ଞାପନ କରିଥିଲେ | ଜିଲ୍ଲା ରେଡ କ୍ରସ ଶାଖା ସମ୍ପାଦକ ତଥା ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପ୍ରତିନିଧି ଶ୍ରୀଯୁକ୍ତ କୁଳମଣି ନାୟକଙ୍କ ସଂଯୋଜନା ରେ ଆୟୋଜିତ ସଭାରେ, ଅନୁଦାନ ରାଶି ହିସାବରେ ସମଗ୍ର ଜିଲ୍ଲା ରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିବା ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ସମ୍ବର୍ଦ୍ଧିତ କରି ବାହ୍ୟ ସମ୍ପର୍କ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ନୀଳମାଧବ ରଥଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଜିନ୍ଦଲ ଆଗଭର ହୋଇ ଜାତୀୟ ରେଡ୍ କ୍ରସ ସୋସାଇଟିକୁ ସହାୟତାର ହାତ ବଢ଼ାଇ ଜିଲ୍ଲା ରେଡ୍ କ୍ରସ ପାଣ୍ଠିକୁ ସୁଦୃଢ କରାଇଥିବାରୁ ଏହି ସମ୍ବର୍ଦ୍ଧନା ସଭାର

5t ରୂପାନ୍ତରିତ ବିଦ୍ୟାଳୟ କୁ ଭର୍ଚୁଆଲ ରେ ଶୁଭ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ l

Image
ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ର 5t ରୂପାନ୍ତରିତ ବିଦ୍ୟାଳୟ ଉଦଘାଟନ ଉତ୍ସବ ସୋମବାର ସନ୍ଧ୍ୟାରେ ଦାନଗଦି ବ୍ଲକ ରାଣୀପଡ଼ା ପଞ୍ଚାୟତ ବନଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷିରେ ଯାଜପୁର ଜିଲ୍ଲାର ୭୩ ଟି ରୂପାନ୍ତରିତ ବିଦ୍ୟାଳୟ କୁ ଭର୍ଚୁଆଲ ରେ ଲୋକାର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଭର୍ଚୁଆଲ ଜରିଆରେ ସୁଇଚ୍ ଟିପି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅଭିଭାଷଣ ରଖିଥିଲେ। ଏହି ଅବସରରେ ବନଦୁର୍ଗା ଉଚ୍ଚ ବିଦ୍ୟାଳୟର ଛାତ୍ର ବିଶ୍ଵଜିତ ବେହେରା ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ । ଭବିଷ୍ୟତରେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିବା କହିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସାଂସଦ ଶର୍ମିଷ୍ଠା ସେଠୀ, ଗ୍ରାମ୍ୟ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ, ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ, କୋରାଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମି