Posts

ଟାଟା ପାୱାର ଉପରେ ଅଭିଯୋଗ କରିଛନ୍ତି ବେଙ୍ଗ ପାଟିଆ ଗ୍ରାମବାସୀ ଓ ଚାଷୀ l

Image
RITA VISION NEWS By Umakanta Mohapatra ଯାଜପୁର :- ଜିଲ୍ଲାର ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେଙ୍ଗପାଟିଆ ଗ୍ରାମରେ ବିଦ୍ୟୁତ ଯୋଗାଣ ରେ ଅନିୟମିତତା ଯୋଗୁ ଲୋକେ ଓ ଚାଷୀ ହନ୍ତସନ୍ତ l ଏହି ଗ୍ରାମର ପ୍ରାୟ ୩୦୦ ପରିବାର କେବଳ ଚାଷ ଉପରେ ନିର୍ଭର କରି ଚଳନ୍ତି l ବିଗତ ଦିନରେ ହୋଇଯାଇଥିବା କାଳ ବୈଶାଖୀରେ ଦିନଠାରୁ ଆଜି ପର୍ଯ୍ୟନ୍ତ ମାସେ ହୋଇଯିବ ବୋରିଂ ପଏଣ୍ଟ ର ଇଲେଟ୍ରିକ୍ କେବୁଲ୍ ପୋଡି ଯାଇଛି l ବାରମ୍ବାର ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ ମଧ୍ଯ କେହି ଟାଟା ପାୱାର ର କର୍ମଚାରୀ ଏହା ପ୍ରତି ଦ୍ରୁଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି l ଚାଷୀ କରିଥିବା ବିଭିନ୍ନ ପନିପରିବା ଚାଷ ଭିଷଣ ଖରା ଯୋଗୁଁ ଉଜୁଡ଼ି ଗଲା l ବିଦ୍ୟୁତ୍ ବିଭାଗ ର ମନମୁଖୀ କାର୍ଯ୍ଯ ପାଇଁ ଆଜି ରୁଣ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଚାଷୀ ମାନଙ୍କ ପାଇଁ ସରକାର ବିଭିନ୍ନ ସୁବିଧା ଯୋଗାଇ ଦେଉଥିବା ବେଳେ ଏଠି ବିଦ୍ୟୁତ୍ ଯୋଗାଣ କରି ଟାଟା ପାୱାର ପାଇଁ ଚାଷୀ ମାନେ କାନ୍ଦୁଛନ୍ତି I ଟାଟା ପାୱାର ଗ୍ରାହକଙ୍କୁ ଭଲ ସେବା ପ୍ରଦାନ କରୁଥିବା ପ୍ରଚାରପ୍ରସାର କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା l ଏହି ବେଙ୍ଗପାଟିଆ ଗ୍ରାମରେ ଏହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି l ଅସୁରକ୍ଷିତ ବିଦ୍ୟୁତ୍ ସେବା କିପରି ଭାବରେ ଚାଲିଛି ଆଖିରେ ନ ଦେଖିଲେ ଜାଣିହେବ ନାହିଁ l ମୁକୁଳ

ଅସାବଧାନତା ନେଇଗଲା ଜୀବନ, ୱାଗନର ତଳେ ଚାପିହୋଇ ଗଲା ୬ଟି ଜୀବନ I

Image
ଯାଜପୁର (ବ୍ୟାସନଗର) : - ପୁଣି ଏକ ଟ୍ରେନ ଦୁର୍ଘଟଣା ଘଟଣା ଯାହା ପୁଣି ଦୁଃଖ ଦେଇଛି। ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟ ରେଳ ଧାରଣାରେ କଟି ୬ ଜଣଙ୍କର ଜୀବନ ଯାଇଛି। ଏହି ଅଘଟଣ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ।ସୂଚନା ମୁତାବକ ଆଜି ଅପରାହ୍ଣ ୫ଟା ୧୫ ସମୟରେ ଯାଜପୁରରୋଡ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ବର୍ଷାରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେସନର ସାଈମନ୍ଦିର ରେଳଫାଟକ ନିକଟରେ ଅଟକିଥିବା ଏକ ମାଲଗାଡ଼ି ତଳେ ଆଶ୍ରୟ ନେଇଥିଲେ।ସ୍ଵଳ୍ପ ସମୟ ପରେ ୱାଗନ ଆଗକୁ ବଢ଼ିଥିଲା। ଫଳରେ ୱାଗନ ଚକା ତଳେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ୫ ଜଣ ଆହତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁରରୋଡ ଡାକ୍ତରଖାନାକୁ ନିଆଯାଇଥିଲା ସେଠାରେ ଡାକ୍ତର ୩ଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ରେଳ ବିଭାଗ ଡିଆରଏମ କହିଛନ୍ତି ୱାଗନର ଗୁଡିକ ଅନେକ ଦିନ ହେବ ଷ୍ଟପ୍ ଲାଇନରେ ଛିଡା ହୋଇଥିଲା। ସେହି ନିକଟରେ ରେଳ ଶ୍ରମିକ ମାନେ ପ୍ୟାନେଲ ଲୋଡିଂ କାମ କରୁଥିଲେ। ଆଜି ବର୍ଷା ପବନ ହେବା ଫଳରେ ଶ୍ରମିକମାନେ ସେହି ୱାଗନର ତଳକୁ ଚାଲିଯାଇଥିଲେ। ଆଉ କ୍

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି l

Image
ଯାଜପୁର (କଳିଙ୍ଗନଗର) :- ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବା ପ୍ରତିବଦ୍ଧତାକୁ ଦୋହରାଇବା ସହ ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଥିବା “ ବିଟ୍ ଦି ପ୍ଲାଷ୍ଟିକ୍‌’ ବିଷୟବସ୍ତୁ ଅନୁସାରେ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌) ପକ୍ଷରୁ ସୋମବାର ଯାଜପୁର ଜିଲ୍ଲାର କଳିଙ୍ଗନଗର କାରଖାନା ପରିସରରେ ବହୁସଂଖ୍ୟକ ବୃକ୍ଷରୋପଣ ସହ ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ପରିବେଶ ଦିବସ ପାଳନ ଅଂଶ ସ୍ବରୂପ କାରଖାନା ପରିସରରେ ବିଭିନ୍ନ ସ୍ଥାନରେ ୨୫୦୦ରୁ ଅଧିକ ଚାରା ରୋପଣ କରାଯାଇଛି । ବହୁସଂଖ୍ୟକ ବୃକ୍ଷରୋପଣ ବ୍ୟତୀତ ପରିବେଶ ଦୀର୍ଘସ୍ଥାୟିତ୍ଵ ଉପରେ ସଚେତନତା ସୃଷ୍ଟି କରିବା ଲାଗି ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଏବଂ କର୍ମଚାରୀମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ, ସ୍ଲୋଗାନ ଓ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥି ସହିତ ନିକଟସ୍ଥ ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ୬୫୦ ଫଳ ଧାରଣକାରୀ ଚାରା ବଂଟନ କରାଯିବା ସହ କାରଖାନା ପରିସର ଓ ଆଖପାଖ ଅଂଚଳରେ ପ୍ଲାଷ୍ଟିକ୍ ସଫେଇର ଏକ ଅଭିଯାନ ଆୟୋଜନ କରାଯାଇଥିଲା । ଏହି ଅବସରରେ କଳିଙ୍ଗନଗର ଟ୍ରେନିଂ ସଂଟର ପ୍ଲଟ-୨ରେ ଟିଏସ୍‌ର ଉପସଭାପତି (ଅପରେସନ୍) ରାଜୀବ କୁମାର ଏକ “ ହର୍ବାଲ୍ ଓ ମସଲା ଉଦ୍ୟାନ’କୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟିଏସ୍କେର ମୁଖ୍ୟ (ମେକାନିକାଲ୍ ମେଟେନାନ୍ସ) ଶଙ୍କର ବିଶ୍ଵାସ, ମୁଖ୍ୟ (ଇଲେକ୍ଟ୍ରିକାଲ

ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ ’ ଏବଂ ‘ଉଦୟବଟ’ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ l

Image
ଯାଜପୁର (ବ୍ୟାସନଗର) :- ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ’ ବିଶ୍ୱ ପରିବେଶ ଦିବସର ଅନୁଚିନ୍ତା ହେଉ ବୋଲି ଆଜି ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଚୋରଦା ସ୍ଥିତ ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ‘ଉଦୟବଟ’ ଏବଂ ‘ବ୍ୟାସନଗର ବରିଷ୍ଠ ନାଗରିକ ମଞ୍ଚ ’ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମତପ୍ରକାଶ ପାଇଛି । ସର୍ବପ୍ରଥମେ କରମଣ୍ଡଳ ସୁପରଫାଷ୍ଠ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିବା ଯାଜପୁରର ୦୨ ଯାତ୍ରୀଙ୍କ ସହ ସମସ୍ତ ମୃତ ଯାତ୍ରୀଙ୍କ ପାଇଁ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ନାଗରିକ ମଞ୍ଚର ସଂପାଦକ ଚନ୍ଦ୍ରମଣି ସାମଲଙ୍କ ଅଧ୍ୟକ୍ଷତାରେ ଏହି ଉପଲକ୍ଷେ ଅନୁଷ୍ଟିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ‘ଉଦୟବଟ’ର ସଂପାଦକ ତଥା ବିଶିଷ୍ଟ ପରିବେଶବିତ୍ ଦୁଷ୍ମନ୍ତ କୁମାର ରାଉତ ଯୋଗ ଦେଇ କହିଲେ ଯେ ‘ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା ’ । ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଠ ଆମ ଦେଶରେ ପରିବେଶ ସମସ୍ୟା ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ପର୍ଯ୍ୟାପ୍ତ ବୃକ୍ଷରୋପଣ, ପରିବେଶ ସୁରକ୍ଷା ପାଇଁ ଆମ ଅଭ୍ୟାସରେ ପରିବର୍ତ୍ତନ ଆଣିବା ସର୍ବାଗ୍ରେ ଜରୁରୀ । ସୁସ୍ଥ ଓ ନିରାମୟ ଜୀବନ ପାଇଁ ଉତମ ପରିବେଶ, ସ୍ୱଚ୍ଛ ପାଣି, ସ୍ୱଚ୍ଛ ପବନ, ସତେଜ ପନିପର

ବୀଣାପାଣି ସରକାରୀ ବିଦ୍ୟାପୀଠର ୫୭ତମ ପ୍ରତିଷ୍ଠା ଦିବସ ପାଳନ।

Image
ଯାଜପୁର (କଳିଙ୍ଗନଗର) :- ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ଗତ ଗୁରୁବାର ଦିନ ବୀଣାପାଣି ସରକାରୀ ବିଦ୍ୟାପୀଠ, ନୀଳମଣିଦେଇପୁର ର ୫୭ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଅଞ୍ଚଳର ମୂରବୀ, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି, ମୋ ସ୍କୁଲ ଅଭିଯାନର ସଦସ୍ୟ ସଦସ୍ୟା ବୃନ୍ଦ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତତପରେ ବିଦ୍ୟାଳୟରେ ସ୍ଥାପିତ ବାବା ଗଣପତି ଓ ମା ବୀଣାପାଣିଙ୍କ ମୂର୍ତ୍ତୀ ନିକଟରେ ଯଥାବିଧି ପୂଜାର୍ଚ୍ଚନା, ହୋମକାର୍ଯ୍ୟ ଓ ପୁଷ୍ପାଞ୍ଜଳୀ ପ୍ରଦାନ ସମାପନ ପରେ ସଭାକକ୍ଷରେ ଏକ ସଭାକାର୍ଯ୍ୟର ଆୟୋଜନ କରାଯାଇଥିଲା। ଏହି ସଭାକକ୍ଷରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ବିଦ୍ୟାଳୟର ପ୍ରତିଷ୍ଠା ନିମନ୍ତେ ଜମୀଦାନ କରିଥିବା ସ୍ବର୍ଗତ ନଟବର ମହାନ୍ତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଗଲା। ଉପସ୍ଥିତ ପ୍ରବକ୍ତାମାନେ ସ୍ବର୍ଗତ ନଟବର ମହାନ୍ତିଙ୍କ ଅବଦାନ ଓ ବିଦ୍ୟାଳୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଠନ ନିମନ୍ତେ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ କର୍ତ୍ତବ୍

ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ କରମଣ୍ଡଳ ଦୁର୍ଘଟଣାରେ ମୃତାହତ ବ୍ୟକ୍ତିମାନଙ୍କ ପାଇଁ ସମୂହ ଦୀପଦାନ l

Image
ଯାଜପୁର (ବ୍ୟାସନଗର) :- ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ଆମର ଆତ୍ମାର ସଦଗତି ନିମନ୍ତେ ଆହତ ମାନଙ୍କର ଆସୁଆରୋଗ୍ୟ କାମନା କରି ଆଜି ଯାଜପୁର ଜିଲ୍ଲାର ବ୍ୟାସନଗର ସହରରେ ଥିବା ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କ ପ୍ରତିମୃତ ତଳେ ବ୍ୟାସନଗରର ଅଗ୍ରଣୀ ସାମାଜିକ ସଂଘଠନ ସହୀଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଦୁଇ ମିନିଟ ମୃତକଙ୍କ ପାଇଁ ନିରବ ପ୍ରାଥନା କରାଯାଇଥିଲା ଏବଂ ଆହତ ବ୍ୟକ୍ତିଙ୍କ ଆସୁଆରୋଗ୍ୟ କାମନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସମ୍ପାଦକ ହେମନ୍ତ କୁମାର ଧୀର, କାର୍ଯ୍ୟକାରୀ ସଭାପତି ସମୀର ରାୟ, ଉପସଭାପତି କଳିଙ୍ଗ ପହି,କୋଷାଧକ୍ଷ ପରେଶ ଦାଶ, ସାମ୍ବାଦିକ ମଳୟ ମଲ୍ଲିକ, ପବିତ୍ର ମହାନ୍ତି,ସୁଜିତ ମଲ୍ଲିକ, କଳ୍ପତରୁ ଧୀର,ଆଶିଷ ମଲ୍ଲିକ, ହେମନ୍ତ ନାୟକ, ଅସିତ ଦାସ , ଦୀପକ ଦାସ, କାଳନ୍ଦୀ ମଲ୍ଲିକ,ରମାକାନ୍ତ ବେହେରା, ଘଗେଶ୍ୱର ମଲ୍ଲିକ, ଗୋବିନ୍ଦ ବାରିକ, ମାନସ ରାଉତ,ମନୀଷ ରଞ୍ଜନ ମଲ୍ଲିକ, ମଳୟ ମଲ୍ଲିକ ଉପସ୍ଥିତ ରହିଥିଲେ l

କଳିଙ୍ଗନଗର ଶିଳ୍ପାଞ୍ଚଳ ଲେବର ହଷ୍ଟେଲ କାର୍ଯ୍ୟ ବନ୍ଦ କରିବା ପଛର ଖଳନାୟକ କିଏ?

Image
ଯାଜପୁର (କଳିଙ୍ଗନଗର) : - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା କାରଖାନା ଗୁଡିକରେ କାର୍ଯ୍ୟ କରୁଥିବା ଲେବର ମାନଙ୍କୁ ସୁବିଧା ରେ ରହିବା ପାଇଁ ସରକାର ଗୋଟିଏ ଏକ ହଜାର ସଜ୍ଯା ଲେବର ହଷ୍ଟେଲ ର ନିର୍ମାଣ କାର୍ଯ୍ୟ ଦାନଗଦି ବ୍ଲକ ସ୍ଥିତ ଜଖପୁରା ଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଯାହା କି ୪୧.୦୪୧କୋଟି ଟଙ୍କା ବ୍ୟୟ ଅଟକଳ ଖର୍ଚ୍ଚ କରିବା ପାଇଁ ଟେଣ୍ଡର ହୋଇଥିବା ବେଳେ ଡି. କେ ଇଞ୍ଜିନିୟରିଂ ଠିକା ସଂସ୍ଥା କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଯାହାକି ଆସନ୍ତା ୨୦୨୪ ମସିହା ମେ ମାସ ୫ ତାରିଖ ରେ ଶେଷ କରିବା ପାଇଁ କାର୍ଯ୍ୟ ସ୍ଥଳରେ ଲାଗିଥିବା ଫଳକରେ ସୂଚନା ଥିବା ଦେଖିବାକୁ ମିଲିଛି। ମାତ୍ର କାର୍ଯ୍ୟ ଟି ସରକାରୀ ହୋଇଥିବା ହେତୁ ଜିଲ୍ଲା ପ୍ରସାସନ ର ବହୁ ସହଯୋଗ ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। କାର୍ଯ୍ୟ ଟି ଆରମ୍ଭ ହେବା ପୂର୍ବରୁ ବହୁ ଜଖପୁରା ଗ୍ରାମବାସୀ ବିରୋଧ କରିବା ବେଳେ ପ୍ରଶାସନ ପକ୍ଷରୁ କୁହା ଗଲା କି ଏହା ସରକାରୀ କାର୍ଯ୍ୟ ତେଣୁ ଆପଣଙ୍କ ସହଯୋଗ ଆବଶ୍ଯକ ତେଣୁ ଗ୍ରାମବାସୀ ମାନେ ମଧ୍ଯ ସହଯୋଗ କରିଥିବା ବେଳେ କିଛି ମୁଷ୍ଟିମୟ ଲୋକ ନିଜର ଫାଇଦା ପାଇଁ ସ୍ଥାନୀୟ ବିଧାୟଙ୍କର ନାମ ନେଇ ୩୦.୦୫.୨୦୨୩ ରିଖରେ କାର୍ଯ୍ୟ କୁ ବନ୍ଦ କରି ଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବିଧାୟକ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ ପ୍ରତିଦିନ କୌଣସି ନା କୌଣସି ଉନ୍ନତି ମ