Posts

ଦାନଗଦି ଭବନ ଠାରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି l

Image
ଯାଜପୁର (ଦାନଗଦି) ୨୩/୨: - ସ୍ଥାନୀୟ ‘ଦାନଗଦି ଭବନ’ଠାରେ ଆଜି ତା.୨୩/୦୨/୨୦୨୪ରିଖ ଶୁକ୍ରବାର ପୂର୍ବାହ୍ନରେ ଯାଜପୁରରୋଡ଼ ସ୍ଥିତ ଯାଜପୁର ଜିଲ୍ଲା ଶ୍ରମ ଓ ଇଏସଆଇ ବିଭାଗ ତରଫରୁ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଣ, ବୈଷୟିକ ଓ ତାଲିମ ବିଭାଗ ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ସହାୟତା ରାଶି ବଂଟନ କରି କହିଥିଲେ ଯେ ରାଜ୍ୟ ସରକାର ନିର୍ମାଣ ଶ୍ରମିକମାନଙ୍କ ବହୁବିଧ ଉନ୍ନତି ପାଇଁ ବିଭିନ୍ନ ପ୍ରକାରର ସହାୟତା ପ୍ରଦାନ କରିଆସୁଛନ୍ତି । ଏହି ଯୋଜନାରେ କୋଠାବାଡି ଓ ଅନ୍ୟ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ବହୁ ଅଭାବୀ ଶ୍ରମିକ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ୬୦ବର୍ଗର ବ୍ୟକ୍ତିବିଶେଷ ବେଶ ଉପକୃତ ହେଉଛନ୍ତି । ତେଣୁ ଏହି ଯୋଜନା ସଂର୍ପକରେ ସମସ୍ତେ ଭଲ ଭାବେ ସଚେତନ ହେବା ଉଚିତ୍ । ନିର୍ମାଣ ଶ୍ରମିକଙ୍କ ଏହି ସହାୟତା ଶିବିର ଜରିଆରେ ୬.୫୪ କୋଟି ପାଖାପାଖି ଟଙ୍କା ହିତାଧିକାରୀମାନଙ୍କୁ ବଂଟାଯିବା ସମସ୍ତଙ୍କୁ ଖୁସି କରିଛି ବୋଲି ଇଂ. ଘଡ଼ାଇ କହିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି ନିର୍ମାଣ ଶ୍ରମିକଙ୍କ ପାଇଁ ରାଜ୍ୟ

ଜନତା ଙ୍କ ପଟ୍ଟା ଜମିକୁ ଜୋରଜବରଦସ୍ତ ଅକ୍ତିଆର କରିବା ପାଇଁ ଭିସିଆଇ କାରଖାନା ର ମସୁଧା, ବିରୋଧ କଲେ ଯଖପୁରା ଗ୍ରାମବାସି l

Image
ଯାଜପୁର (କଲିଙ୍ଗନଗର) : - ଯାଜପୁର ଜିଲ୍ଲା କଲିଙ୍ଗନଗର ରେ ସଦ୍ୟ କିଛିଦିନ ତଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଦାନଗଦୀ ଭବନରେ ପ୍ରସ୍ତାବିତ ଭିସିଆଇ କେମିକାଲ ପ୍ରାଇଭେଟ ଲିମିଟେଡ଼ କାରଖାନା ସ୍ଥାପନ ପାଇଁ ହୋଇଥିଲା ଜନ ଶୁଣାଣୀ । ଅଳ୍ପ ହୁଅନ୍ତୁ ବା ବହୁତ ଅନୁଷ୍ଠିତ ଜନଶୁଣାଣୀରେ କାରଖାନା ନିର୍ମାଣ ସପକ୍ଷରେ ମତ ମିଳିଥିଲା । କିନ୍ତୁ ଯେଉଁ କାରଖାନା ନିର୍ମାଣକୁ ଜନଶୁଣାଣୀରେ ସମର୍ଥନ ମିଳିଥିବାର କଥା କୁହାଯାଉଛି, ସେହି କେମିକାଲ କାରଖାନା ବିରୁଦ୍ଧରେ ସଦସ୍ୟ ସଚିବ କେନ୍ଦ୍ରୀୟ ପ୍ରଦୂଷଣ ନିକଟରେ ଅଭିଯୋଗ ହୋଇଥିବା ବେଳେ ଭିସିଆଇ କେମିକାଲ କାରଖାନା ହେଲେ ଅଞ୍ଚଳ ପ୍ରଦୂଷିତ ହେବ ଏବଂ ପାଖ ଆଖ ଗାଁ ଲୋକଙ୍କ ଜୀବନଜୀବିକା ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସଦସ୍ୟ ସଚିବ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ନିକଟରେ ଅଭିଯୋଗ ହୋଇଥିବା ସୂଚନା ମିଲିଛି। ମାତ୍ର ଏହି କଥା କୁ କିଛି ଦିନ ନ ପୂରୁଣୁ ଆଜି ଯଖପୁରା ଗ୍ରାମ ରେ ଥିବା ବହୁତ ଲୋକ ଏକତ୍ର ହୋଇ ନିଜର ଚାଷଜମି ଉପରେ ପଡୁଥିବା ମହୋରମ କୁ ବିରୋଧ କରିଛନ୍ତି। ଏ ନେଇ ମାନ୍ଯବର ଯାଜପୁର କୋଟ ଉକ୍ତ ଜମିରେ ୧୪୪ ଧାରା ଲାଗୁ କରିଛନ୍ତି। କେସ୍ ନମ୍ବର ୪୭୦/୨୦୨୪ ରେ ଖାତା ନମ୍ବର ୩୪୪ ପ୍ଲଟ ନମ୍ବର ୮୬୧ ରେ ୩.୨୫ ଡିସିମିଲ ଯାଗାରେ ୧୪୪ ଧାରାରେ ସଂପୂକ୍ତ କାରଖାନା କୁ ନିର୍ଦେଶ କରିବା ସହିତ ସ୍ଥାନୀୟ ଥାନା କୁ ମଧ୍ଯ ରିପୋର୍ଟ କରିବା ପାଇଁ ନିର୍ଦ୍ଦେ

ସାମ୍ବାଦିକ ସୁରକ୍ଷା ଆଇନ ଓ ଭତ୍ତା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏସୟୁଜେ ଓଡ଼ିଶା ର ଦାବି ପତ୍ର।

Image
ଯାଜପୁର (ବ୍ୟୁରୋ ରିପୋର୍ଟ): - ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ମରଣାନ୍ତକ ଆକ୍ରମଣ, ଆକ୍ରୋଶ ଏବଂ ଅସହିଷ୍ଣୁତା ବଢି ଚାଲିଥିବାରୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଜରୁରୀ ହୋଇ ପଡିଛି। ସେହିପରି ସାମ୍ବାଦିକ ମାନେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ବରିଷ୍ଠ ସାମ୍ବାଦିକ ମାନେ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ସେମାନଙ୍କୁ ପଥି ଔଷଧ ମିଳୁ ନାହିଁ। ଭୁବନେଶ୍ୱର ରେ ସଂଖ୍ୟାଧିକ ଗଣମାଧ୍ୟମ ର ମୁଖ୍ୟାଳୟ ରହିଥିବା ସାମ୍ବାଦିକ ମାନେ ଦୂର ଦୂରାନ୍ତ ରୁ ରାଜଧାନୀ କୁ ଆସିଲେ ସେମାନଙ୍କ ଅବସ୍ଥାନ ନିମନ୍ତେ ଅତିଥି ଭବନ ଟିଏ ନାହିଁ। ଏହି ସବୁ ଦାବି ଗୁଡିକ ପୂରଣ ପାଇଁ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶାର ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନ କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବୁଧବାର ଦିନ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାସିକ ୨୫ ହଜାର ଟଙ୍କା ଏବଂ ଅବସର ନେଇସାରିଥିବା ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା ର ପେନସନ ଏବଂ ସୁରକ୍ଷା ଆଇନ ଲାଗୁ କୁ ଏସୟୁଜେ ଓଡ଼ିଶା ବିଶେଷ ଗୁରୁତ୍ବ ଦେଇ

ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ବ୍ୟାସସରୋବର ମେଳା ଆରମ୍ଭ l

Image
ଯାଜପୁର (ବ୍ୟାସନଗର) :-- ତା. ୨୦/୦୨/୨୦୨୪ ରିଖ ମଙ୍ଗଳବାର ପବିତ୍ର ଭୈମୀ ଏକାଦଶୀ ତିଥିରେ ଆରମ୍ଭ ହେଉଛି “ବ୍ୟାସସରୋବର ମହୋତ୍ସବ-୨୦୨୪” । ଓଡିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ତଥା କ୍ରୋମନଗରୀ ଭାବେ ବିଦିତ ବ୍ୟାସନଗର (ଯାଜପୁରରୋଡ଼) ସହରର ବ୍ୟାସ ସରୋବର ଅଂଚଳରେ ଏହା ପ୍ରତିବର୍ଷ ପରି ଅନୁଷ୍ଠିତ ହେବ ।ବହୁ ପୂରାତନ ଏହି ପୌରଣିକ ମେଳା ୧୧ ଦିନ ଧରି ଚାଲିବାକୁ ପରିଚାଳନା କମିଟି ବୈଠକ ନିଷ୍ପତ୍ତି ହୋଇଛି l ଏହି ଉପଲକ୍ଷେ ସକାଳେ ଆୟୋଜିତ ହେବ ‘ବ୍ୟାସ ମାରାଥନ୍‌-୨୦୨୪’ । ସକାଳ ୦୭ଟାରୁ ଏହା ସ୍ଥାନୀୟ ‘ରାଜୀବ ଗାନ୍ଧି’ ଷ୍ଟାଡିୟମରୁ ବାହାରି ସରୋବର ସ୍ଥଳରେ ସମାପ୍ତ ହେବ । ଏହି ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ମେଳା ଓ ମାରାଥନ୍‌କୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାସନଗର ପୈାର କର୍ତ୍ତୃପକ୍ଷ ଓ ପାରିଷଦମାନେ ଚଳଚଂଚଳ ହୋଇପଡିଥିବାର ପରିଲକ୍ଷିତ ହୋଇଛନ୍ତି ।  ୧୯ ତାରିଖ ପୂର୍ବାହ୍ନରେ ପୈାର ପରିଷଦ ସମ୍ମିଳନୀ କକ୍ଷରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୈାର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରମୁଖ ମହୋତ୍ସବର ରୂପରେଖ ଉପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଏଥିରେ ପୈାର ପରିଷଦର ବରିଷ୍ଠ କର୍ମଚାରୀ କିଶୋର କୁମାର ରାଉତ, ଶଶିକାନ୍ତ ଘଡ଼ାଇ, ମାଣିକ ରଂଜନ ନାୟକ, ବି

"ଉଦୟବଟ" ପତ୍ରିକା ତରଫରୁ ବିଦ୍ୟାଦାତ୍ରୀ ସରସ୍ୱତୀ ମା ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) : - ଯାଜପୁର ଜିଲ୍ଲା ଯାଜପୁରରୋଡ଼ (ବ୍ୟାସନଗର) ସହରରୁ ପ୍ରକାଶିତ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ କାର୍ଯ୍ୟାଳୟରେ ମା’ ସରସ୍ୱତୀଙ୍କ ପୂଜା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହୋଇଛି । ୧୯୮୮ ମସିହାରୁ ‘ଉଦୟବଟ’ ଏହି ପୂଜାକୁ ଅତି ଭକ୍ତିର ସହ ପାଳନ କରିଆସୁଛି । ଛାତ୍ର କଳିଙ୍ଗ କେଶରୀ ରାଉତ (ଲୀପେଶ) କର୍ତା ଭାବେ ଏଠାରେ ପୂଜା କାର୍ଯ୍ୟ ସଂପାଦନ କରିଥିବା ବେଳେ ବରିଷ୍ଠ ପୂଜକ ତଥା ବିଶିଷ୍ଠ ପ୍ରବଚକ ତଥା ଶିକ୍ଷକ ଦୀପକ ରଂଜନ ପାଣିଗ୍ରାହୀ ଯଥାରୀତି ମତେ ପୂଜା କରିଥିଲେ । ମଧ୍ୟାହ୍ନରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବ୍ୟକ୍ତିବିଶେଷ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ସୁମିତ୍ରା ମିଶ୍ର, ବିଦ୍ୟୁତ୍‌ପ୍ରଭା ରାୟ, ସୁମନ୍ତ ରାଉତ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଅରୁଣ ଦାସ, ଚକ୍ରଧର ମଲ୍ଲିକ, ବସନ୍ତ କୁମାର ପାତ୍ର, ଅସିତ୍ ଦାସ, ଆରତୀ ରାୟ, ସଂଯୁକ୍ତା ସ୍ୱାଇଁ, ଭାରତୀ ବିଶ୍ୱାଳ, ସୁଜାତା ଜେନା, ଗୋଲାପ ମଲ୍ଲିକ, ଭାରତୀ ବେହେରା, ରୀତା ସାହାଣୀ, ବିନୋଦ ବିହାରୀ ରାୟ, ନରହରି ବେହେରା, ଗୋଲାପ ମୁଣ୍ଡା, ସୁମନ୍ତ କୁମାର ପଲେଇ, ଦାନଗଦି ଅଂଚଳର ସମାଜସେବୀ ସନାତନ ପାତ୍ର, ପ୍ରୀତିପାଲ ସିଂହ, ହରଦୟାଲ ସିଂହ, ପ୍ରଦୀପ ବାରିକ, ସୁବାସ ଜେନା, ସନ୍ତୋଷ କୁମାର ଖୁଂଟିଆ, ପାୟଲ ରାୟ, କ

ଶିଶୁ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ମାତୃ ସମ୍ମିଳନୀ ଓ ସରସ୍ଵତୀ ପୂଜା l

Image
ଯାଜପୁର (ଦାନଗଦୀ) :- କଳିଙ୍ଗନଗର ଶିଶୁ ମନ୍ଦିର ସୋଲେଇ ରେ ମାତୃ ସମ୍ବିଳନୀ ଓ ସରସ୍ୱତୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସଭା ଆରମ୍ଭ ରୁ ପ୍ରଦୀପ ପ୍ରଜ୍ବଳନ, ମାତୃ ବନ୍ଦନା, ଗୁରୁ ବନ୍ଦନା ହୋଇଥିଲା , ମୁଖ୍ୟ ଅତିଥି ବରିଷ୍ଟ ଆଇନଜୀବି ସୁବାଷ ଚନ୍ଦ୍ର ନନ୍ଦ ଓ ସମ୍ମାନିତ ଅତିଥି ଭାବେ ହିନ୍ଦୁ ସୁରକ୍ଷା ସେନା ର ଜିଲ୍ଲା ସଭାପତି  ବସନ୍ତକୁମାର ପାତ୍ର ଯୋଗଦାନ କରିଥିଲେ l ପ୍ରଧାନ ଗୁରୁଜୀ ସୁବାଷ ଚନ୍ଦ୍ର ଦେଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଗୋପୀନାଥ ରାଉତ  ଶିଶୁ ମାନଙ୍କ ପ୍ରଥମ ଗୁରୁମା ନିଜ 'ମା,' ନିଜ ଘରେ କିପରି ଦୈନନ୍ଦିନ ଶିଶୁ ମାନଙ୍କୁ ସୁ ଶିକ୍ଷା ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ପାଇଁ ଏକ ଆଦର୍ଶ ମଣିଷ ରୂପେ ଗଢିବେ ତାହା ଉଦାହରଣ ମାଧ୍ୟ୍ୟମ ରେ ବୁଝାଇ ଥିଲେ l ମୁଖ୍ୟ ବକ୍ତା ସୁବାଷ ଚନ୍ଦ୍ର ନନ୍ଦ ତାଙ୍କ ମାର୍ଗ ଦର୍ଶନ ରେ ମାତୃ ସମ୍ବିଳନୀ ରେ ଉପସ୍ଥିତ ମା'ମାନେ ସମସ୍ତେ ମା ଭାରତୀଙ୍କର ସନ୍ତାନ ଯେଉଁ ରାଷ୍ଟ୍ର ରେ ମା' ମାନେ ଆଗରେ ସେହି  ରାଷ୍ଟ୍ର ନିଶ୍ଚିତ ଆଗକୁ ବହୁତ ଉନ୍ନତ ରାଷ୍ଟ୍ର ହୋଇପାରିବ ବୋଲି କହିବା ସହ ଭାରତୀୟ ସଂସ୍କୃତି ପରମ୍ପରା ରକ୍ଷା କରିବା ପାଇଁ ଶିଶୁ ମନ୍ଦିର ନିତ୍ୟାନ୍ତ ପ୍ରୟୋଜନ ଓ ଶିଶୁ ମନ୍ଦିର ଶିଶୁ ମାନଙ୍କ ପାଇଁ ଏକ ବିରାଟ ଉଜ୍ଜଳ ଭବିଷ୍ୟତ ଗଠନର ଅନୁଷ୍ଠାନ ବୋଲି କହିଥିଲେ l ସୁ ଶିକ୍ଷା ପ୍ରଦାନକିପରି

ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନାକୁ ରେସ୍‌ପନ୍ସିବଲ୍ ଷ୍ଟିଲ୍ସାର୍ଟିଫିକେସନ l

Image
(ରେସ୍‌ପନ୍ସିବଲ୍ ଷ୍ଟିଲ୍ ହେଉଛି ଇସ୍ପାତ ଉତ୍ପାଦନକାରୀମାନଙ୍କ ଲାଗି ଏକ ବିଶ୍ବସ୍ତରୀୟ ସାର୍ଟିଫିକେସନ କାର୍ଯ୍ୟକ୍ରମ)  ଯାଜପୁର (କଳିଙ୍ଗନଗର ) : - ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନା ରେସ୍‌ପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ ହାସଲ କରିଛନ୍ତି । ୨୦୨୨ରେ କମ୍ପାନିର ଜାମସେଦପୁର କାରଖାନା ପ୍ରଥମ ଭାରତୀୟ ଇସ୍ପାତ କାରଖାନା ଭାବେ ଏହି ଐତିହାସିକ ସଫଳତା ହାସଲ କରିଥିଲା । ଟାଟା ଷ୍ଟିଲ୍‌ ଏବେ ରେସ୍‌ପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ ହାସଲ କରିଥିବା କାରଖାନାରୁ ଏହାର ୯୦ ପ୍ରତିଶତ ଇସ୍ପାତ ଉତ୍ପାଦନ କରୁଛି ।ରେସ୍‌ନ୍‌ସିବଲ୍ ଷ୍ଟିଲ୍ ହେଉଛି ଇସ୍ପାତ ଶିଳ୍ପର ପ୍ରଥମ ବିଶ୍ବସ୍ତରୀୟ ବହୁବିଧ-ଅଂଶୀଦାରଭିତିକ ସାର୍ଟିଫିକେସନ ଅଭିଯାନ ଯାହା ଇସ୍ପାତଉତ୍ପାଦନକାରୀ, ଗ୍ରାହକ ଓ ମଧ୍ୟସ୍ଥିମାନଙ୍କ ସହ ମିଶି କାମ କରୁଥିବା ବେଳେ ଜଳବାୟୁ ପରିବର୍ତନ, ବିବିଧତା, ମାନବିକ ଅଧିକାର ଆଦିଆହ୍ୱାନର ମୁକାବିଲା କରି ଏକ ଦୀର୍ଘସ୍ଥାୟୀ ଇସ୍ପାତ ଶିଳ୍ପ ଗଠନ ଦିଗରେ କାମ କରୁଛି । ଟାଟା ଷ୍ଟିଲର ସିଇଓ ଏବଂ ଏମ୍‌ଡି ଟିଭି ନରେନ୍ଦ୍ରନ୍ କହିଛନ୍ତି ଯେ, ‘ଆମ କାରଖାନାଗୁଡ଼ିକ ପାଇଁ ରେସପନ୍ସିବଲ୍ ଷ୍ଟିଲ୍‌ ସାର୍ଟିଫିକେସନ୍ଦୀର୍ଘସ୍ଥାୟିତ୍ଵ ପ୍ରତି ଟାଟା ଷ୍ଟିଲର ପ୍ରତିବଦ୍ଧତାର ପ୍ରମାଣ । ଏହା ଇସ୍ପାତ ଶିଳ୍ପର ବିଭିନ୍ନ ଆହ୍ୱାନର ମୁକାବିଲା ଏବଂ ଏକ ଉନ୍ନତ ଭବିଷ୍ୟତଗଠନ ଦିଗରେ ଆମର ସକ୍ରିୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ।