Posts

ଯାଜପୁର ଜିଲ୍ଲାରେ ପ୍ରଧାନ ମନ୍ତ୍ରୀ ଜନଜାତି ଅଦିବାସୀ ନ୍ୟାୟ ମହା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ l. (ପିଏମ - ଜନମନ)

Image
ଯାଜପୁର, ତା ୨୩/୦୮ :- ପୂର୍ବାହ୍ନ ଘ ୧୧.୩୦ ଟିକା ସମୟରେ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣଳୟ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ ଯାଜପୁର ଙ୍କ ଦ୍ବାରା ପ୍ରଧାନ ମନ୍ତ୍ରୀ ଜନଜାତି, ଅଦିବାସୀ ମହା ଅଭିଯାନ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର  ସୁକିନ୍ଦା ବ୍ଲକ ଅନ୍ତର୍ଗତ ୩ ଗୋଟି ଗ୍ରାମ ପଞ୍ଚାୟତ ଅଧୁନସ୍ଥ ୧୩ ଗୋଟି ଗ୍ରାମରେ ବସବାସ କରୁଥିବା ବିଶେଷ ରୂପେ ଦୁର୍ବଳ ଜନଜାତି ସମୂହ (PVTG) ମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଅଛି । ଏହି କାର୍ଯ୍ୟାକ୍ରମ ତା  ୨୩ ୦୮.୨୦୨୪ ଠାରୁ ୧୦.୦୯.୨୦୨୪ ରିଖ ପର୍ଯ୍ୟନ୍ତ ଉପରୋକୁ ଗ୍ରାମ ମାନଙ୍କରେ ସଚେତନତା ସହିତ ଜୀବନ ଧାରଣ ପାଇଁ ଆବଶ୍ୟକ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଅଶୋକ କୁମାର ବେହୁରିଆ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧି

ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ କର୍ମଶାଳା ଅନୁଷ୍ଠିତ ।

Image
ଯାଜପୁର, ତା ୨୩/୦୮ :- ପୂର୍ବାହ୍ନ ରେ ଯାଜପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ଦିବସୀୟ ପ୍ରାକୃତିକ ବିପର୍ଯ୍ୟୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ଶ୍ରୀ ମେଘନାଦ ବେହେରା ଯୋଗ ଦେଇଥିଲେ । ପ୍ରାରମ୍ଭରେ ମା' ବିରଜା ଙ୍କ ଫଟୋରେ ମାଲ୍ୟାର୍ପଣ  ଓ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମେଘନାଦ ବେହେରା ତାଙ୍କ ଅଭିଭାଷଣରେ କହିଲେ ଯେ  ବାତ୍ୟା ବନ୍ୟା ସମୟରେ ଲୋକମାନେ ଭୟଭୀତ ନ ହୋଇ ନିଜ ନିଜ ଭିତରେ ସହଯୋଗର ହାତ ବଢାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । କର୍ମଶାଳାର ସଭାପତି ଜିଲ୍ଲା ଜରୁରୀ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବରିଷ୍ଠ  ଅଧିକାରୀ ସୁଦେଷ୍ଠ କୁମାର ସେଠୀ ଯୋଗ ଦେଇ କହିଥିଲେ ଯେ ଜିଲ୍ଲାରେ ଥ‌ିବା ୨୯ ଗୋଟି ବାତ୍ୟା ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପରିଷ୍କାର ପରିଚ୍ଛନ୍ନ ରଖିବା ସମସ୍ତଙ୍କ ଦାୟିତ୍ୱ । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀର ଦାୟିତ୍ୱରେ ଥିବା ସଭାପତି ଓ ସମ୍ପାଦକଙ୍କୁ ଅନୁରୋଧ କରିଥିଲେ ଯେ ଠିକ ସମୟରେ ଉକ୍ତ ଆଶ୍ରୟସ୍ଥଳୀର ଉପଯୋଗ ଓ ଭବିଷ୍ୟତ ନିମନ୍ତେ ରକ୍ଷଣା

ମାଆ ପାଇଁ ଗଛ ଟିଏ ବନୀ କରଣ କାର୍ଯ୍ୟରେ ସାମିଲ ହେଲେ ସାଂସଦ ।

Image
ଯାଜପୁର, ତା ୨୨/୦୮ : - ଆଜି ପୂର୍ବାହ୍ନରେ ମାଆ ପାଇଁ ଗଛଟିଏ ଲଗାଇବା ବନୀ କରଣ  କାର୍ଯ୍ୟରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରବିନ୍ଦ୍ର ନାରାୟଣ ବେହେରା କୋରେଇ ବ୍ଲକ ଅଧୂନ ଓଉପଦା ଠାରେ ପାଣିକୋଇଲି ଓ ସୁକିନ୍ଦା ଜାତୀୟ ରାଜପଥ ରେ ଏକଲକ୍ଷ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଶୁଭାରମ୍ଭ କରି ଜିଲ୍ଲାରେ ବୃକ୍ଷ ରୋପଣ ବନୀକରଣ କାର୍ଯ୍ୟର ଏକ ସାମାଜିକ ଆନ୍ଦୋଳନ ସୃଷ୍ଟି କରିବାକୁ ଆହ୍ବାନ ଦେବା ସହ ଏକ ଲକ୍ଷ ବୃକ୍ଷ ତଥା ଆମ୍ବ, ପଣସ, ସାଗୁଆନ ଇତ୍ୟାଦି ପାଣିକୋଇଲି ରୁ ସୁକିନ୍ଦା ଜାତୀୟ ରାଜପଥ କଡରେ ରୋପଣ କରିବାକୁ ଧାର୍ଯ୍ୟ କରିଛନ୍ତି । ଆଧୁନିକ ସଭ୍ୟତା ଆପନେଇବାଦ୍ୱାରା ପରିବେଶ ବ୍ୟାପକ ଭାବେ ପ୍ରଦ୍ୟୁଷଣ ହେବାରେ ଲାଗିଛି। ବାୟୁମଣ୍ଡଳ ଦୂଷିତ ହୋଇ ଅଙ୍ଗାରକାମ୍ଳ ଗ୍ୟାସ ବଢିବା,ତାପମାତ୍ରାରେ ତାରତମ୍ୟ, ବଜ୍ର ପାତର ତାରତମ୍ୟ, ବୃଷ୍ଟି ପାତର ତାରତମ୍ୟ ଆଦି ଭୁଲ ସମସ୍ୟା ଉପୁଜୁଥ‌ିବା ବେଳେ ଏ ସମସ୍ତ ସମସ୍ୟାକୁ ପ୍ରତିହତ କରିବାକୁ ହେଲେ ପିଲାଠାରୁ ବୃଦ୍ଧ ବୃଦ୍ଧା ସମସ୍ତେ ଆମ ଧରିତ୍ରୀ ମା ପାଇଁ ଗଛଟିଏ ଲଗାଇବା ଆବଶ୍ୟକ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ପି.ଅନ୍ଵେଷା ରେଡୀ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୂକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ  ଅଧୁକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ,ବ ଡି ଓ କୋରେଇ, ବନ ବି

ମମତା ମହନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ମମତାଙ୍କ ନାଁ ମଧ୍ୟ ସାମିଲ ରହିଛି । ନିକଟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏପିରିକି ରାଜ୍ୟସଭା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ରାଜ୍ୟସଭା ଉପ-ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ୮ ଟି ରାଜ୍ୟରେ ୯ଟି ରାଜ୍ୟସଭା ଆସନ ପାଇଁ ବିଜେପି ଏହି ତାଲିକା ପ୍ରକାଶ କରିଛି। କିରଣ ଚୌଧୁରୀଙ୍କୁ ହରିୟାଣାରୁ ପ୍ରାର୍ଥୀ କରାଯାଇଛି ଏବଂ ରବନିତ ସିଂହଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ କରାଯାଇଛି । ସେହିପରି ଓଡ଼ିଶାରୁ ମମତାଙ୍କ ନାଁରେ ମୋହର ମାରିଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ସଂଖ୍ୟା ଦୃଷ୍ଟିରୁ ବିଜେପି ଆବଶ୍ୟକ ସଦସ୍ୟ ଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇସାରିଛି ।

‘ଉଦୟବଟ’ ତରଫରୁ ନିଆରା ଢଙ୍ଗରେ ରକ୍ଷାବନ୍ଧନ ପର୍ବ ପାଳନ l

Image
  ବ୍ୟାସନଗର ୧୯/୮(ବ୍ୟୁରୋ ରିପୋର୍ଟ ):- ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ଏବଂ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରତିବର୍ଷ ପରି ବୃକ୍ଷ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇଛି । ଏଠାରେ ନିଆରେ ଢ଼ଙ୍ଗରେ ‘ରକ୍ଷାବନ୍ଧନ’ ଉତ୍ସବ ପାଳନ କରାଯାଇଥିଲା । ଆଜି ଅପରାହ୍ନରେ ‘ଉଦୟବଟ’ ପରିସରରେ ଥିବା ପବିତ୍ର ଓଲଟପଦ୍ମ, ରୁଦ୍ରାକ୍ଷ, ବେଲ, ବଉଳ, ଗଂଗଶିଉଳୀ ଆଦି ବୃକ୍ଷର ମୂଳସବୁକୁ ସଫା କରାଯିବା ପରେ ବୃକ୍ଷଗୁଡିକର ପୂଜାର୍ଚ୍ଚନା କରାଯାଇଥିଲା । ପରିବେଶବିଦ୍ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଓ ବରିଷ୍ଠ ସମାଜସେବୀ ଡ଼. ସୁରେଶ କୁମାର ହୋତା, ବିଶିଷ୍ଟ ଆଲବମ୍ କଣ୍ଠଶିଳ୍ପୀ ଉପେନ୍ଦ୍ର ପ୍ରସାଦ ପାତ୍ର, ସାମ୍ବାଦିକ ଓ ସମାଜସେବୀ ଅଭିରାମ ପରିଡା, ଶିକ୍ଷାବିତ୍ ଟୁକୁ ଭଂଜ, ଯୁବ ସମାଜସେବୀ ଚନ୍ଦ୍ରମଣି ବାରିକ, ଶ୍ରମିକ ନେତା ଅରୁଣ ଦାସ, ଶିକ୍ଷାବିତ୍ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବୃକ୍ଷପ୍ରେମୀ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଅକ୍ଷୟ କୁମାର ଜେନା, ହରଦୟାଲ ସିଂହ, ସମାଜସେବୀ ବିଦ୍ୟୁତ୍‌ପ୍ରଭା ରାୟ, ସୁମନ ରାୟ, ଭାରତ ଭୂଷଣ ରାଉତ, କଳିଙ୍ଗ କେଶରୀ ରାଉତ, ଭାରତୀ ବିଶ୍ୱାଳ ପ୍ରମୁଖ ବୃକ୍ଷକୁ ପୂଜାର୍ଚ୍ଚନା କରି ତହି

ସମ୍ବାଦ ସାହିତ୍ୟ ଘର ଟମକା ଶାଖା ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ l

Image
  ଯାଜପୁର :- ସମ୍ବାଦ ଆମ ଓଡ଼ିଶାର ଆହ୍ବାନ କ୍ରମେ ସମ୍ବାଦ ସାହିତ୍ୟ ଘର ଟମକା ଶାଖା ପକ୍ଷରୁ ଆଜି ଏହି ମହୋତ୍ସବ ପାଳନ କରାଯାଇଛି । ଆମ ଓଡିଶା ପକ୍ଷରୁ ପଠା ଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ , କର୍ମଚାରୀ ,ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ, ସାହିତ୍ୟିକ ଲେଖକ, ଜନପ୍ରତିନିଧି, ସମ୍ବାଦର ଶୁଭେଚ୍ଛୁ ,ପାଠକ ସମାଜ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି 'ଗୋବର୍ଦ୍ଧନ ପୁର ମହିଳା ମହାସଂଘର ସଦସ୍ୟା, ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇ ସମ୍ବାଦର ଏହି ଅଭିନବ ପ୍ରୟାସକୁ ପ୍ରସଂଶା କରିଥିଲେ । ବ୍ଲକ୍ ଅଧିନ ମାନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ଅଡିଟୋରିୟମ ପ୍ରେକ୍ଷାଳୟରେ ପୂର୍ବାହ୍ନ ୧୦ ଟା ସମୟରେ ଏହି ଉତ୍ସବ ପାଳନ କରାଯାଇ ଥିଲା । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଏହି ଉତ୍ସବକୁ ଉଦଘାଟନ କରିଥିଲେ ।  ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ । ପ୍ରଦିପ ପ୍ରଜୂଳନ , ଶଂଖ ନାଦ , ଏବଂ ଅକ୍ଷୟ କୁମାର ହେତାଙ୍କ ଶ୍ଳୋକ ପାଠରେ ପ୍ରେକ୍ଷାଳୟଟି ପ୍ରକମ୍ପିତ ହୋଇ ଉଠିଥିଲା । ଉଦଘାଟନ ପରେ ପରେ ସମୂହ ଦେଶାତ୍ମ ବୋଧକ ସଂଗୀତ ଗାନ କରାଯିବା ପରେ କାର୍ଯ୍ୟକ୍ରମକୁ ଆରମ୍ଭ ପଜରାଯାଇଥିଲା । ସମ୍ବାଦ ସାହିତ୍ୟଘର ଟମକା ଶାଖାର ସଭାପତି ଅକ୍ଷୟ କୁମାର ରାଉତ ସଭାକାର୍

ଏସ୍.ୟୁ.ଜେ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l

Image
କେନ୍ଦ୍ରାପଡା(ବ୍ୟୁରୋ ରିପୋର୍ଟ)୧୮/୦୮ :- ଏସୟୁଜେ ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ର କର୍ମକର୍ତ୍ତା ଓ ସଭ୍ୟ ସଭ୍ୟା ମାନଙ୍କ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନ ଠାରେ ପ୍ରାନ୍ତୀୟ ସମାବେଶ ଏବଂ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ମାନ୍ୟବର କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ଵର ବେହେରା, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ, ହାଇକୋର୍ଟର ବରିଷ୍ଠ ଆଇନଜୀବି ଧରଣୀଧର ନାୟକ, ଭାରତୀୟ ଜନତା ପାର୍ଟି ର ରାଜ୍ୟ ମୁଖପାତ୍ର ତେଜେଶ୍ଵର ପରିଡ଼ା ଓ ମାନନୀୟା କେନ୍ଦ୍ରାପଡ଼ା ପୋରାଧ୍ୟକ୍ଷ ସରିତା ସାହୁ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। "ଗଣତନ୍ତ୍ରରେ ଗଣମାଧ୍ୟମର ବିଶ୍ୱସନୀୟତା" ଶୀର୍ଷକ ଆଲୋଚନା ଚକ୍ର ରେ ଉପରୋକ୍ତ ଅତିଥି ମାନେ ବକ୍ତବ୍ୟ ରଖିଥିବା ବେଳେ ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ମଂଚାସୀନ ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି (ହାପି) ଏସୟୁଜେ ଓଡ଼ିଶା ସଂଗଠନ ଗଠନ,ଏହାର ଲକ୍ଷ୍ୟ, ଆଭିମୁଖ୍ୟ ଏବଂ ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଜିଲ୍ଲା ଶାଖା ସଭାପତି ଦୈତ୍ୟାରି ଜେନା ସ୍ଵାଗତ ଭାଷଣ ଦେଇଥିବାବେଳେ ଜିଲ୍ଲା ଉପସଭାପତି ଅସିତ କୁମାର ପଣ୍ଡା ଜିଲ୍ଲାର ବିବରଣୀ ପାଠ କରିଥିଲେ। ଶିକ୍ଷାବିତ ଇଶ୍ଵର ପୃଷ୍ଟି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା