Posts

Showing posts from November, 2021

ବିଶିଷ୍ଟ ସାମ୍ବାଦିକ ଙ୍କ ୬୪ତମ ଜନ୍ମଦିନ ପାଳନ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ବୌଦ୍ଧିକ ସମାବେଶ ଓ ମୁକ୍ତାକାଶ ପାଠାଗାର ପରିସରରେ ବରିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ୬୪ତମ ଜନ୍ମଦିନ ପାଳନ କରାଯାଇଛି । ବୌଦ୍ଧିକ ସମାବେଶ ର ସଭ୍ୟମାନଙ୍କ ଦ୍ୱାରା ରାଜା ଛକ ପରିସରରେ ବନ୍ଦନା ଗାନ କରାଯାଇ ତାଙ୍କର ଦୀର୍ଘାୟୁ କାମନା କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ଏହି ପରିପେକ୍ଷିରେ ଶ୍ରୀ ଶତପଥୀ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଶ୍ରୀ ଶତପଥୀ କହିଥିଲେ ରାଜଧାନୀ ସମାବେଶ ର ସମସ୍ତ ସଦସ୍ୟମାନଙ୍କ ଜନ୍ମଦିନ ପାଳନ କରାଯିବ ତା ସହିତ ସେହିଠାରେ କୋୖଣସି ଜଣେ ମହାପୁରୁଷ ଙ୍କ ଓଡ଼ିଆ ଜାତିପତି ଥିବା ଅବଦାନକୁ ସ୍ମୃତି ଚାରଣ କରାଯିବ । ବୌଦ୍ଧିକ ସମାବେଶ ତରଫରୁ ବସ୍ତିରେ ବାସ କରୁଥିବା ଗରିବ ଲୋକଙ୍କ ପିଲା ମାନଙ୍କୁ ରାତ୍ରିରେ ପାଠପଢା ଯିବା ର ବନ୍ଦୋବସ୍ତ କରାଯାଉଅଛି। ରାତ୍ରିରେ ଖୋଲା ଆକାଶ ତଳେ ଶୀତରେ ଶୋଉଥିବା ସମସ୍ତ ଙ୍କୁ କମ୍ବଳ ବଣ୍ଟାଯିବ ବୋଲି କହିଥିଲେ ଏବଂ ଏହାସହିତ ଗରିବ ବସ୍ତିର ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯିବ । ସେ ସମସ୍ତ ସଦସ୍ୟ ଙ୍କୁ ଏକ ଆହ୍ୱାନ ଦେଇଥିଲେ ଯେ ସମସ୍ତେ ମିଶିକି ସମାବେଶ କୁ ଆଗକୁ ଆଗେଇ ନେବାପାଇଁ ବାର୍ତା ଦେଇଥିଲେ । ଏହି ଜନ୍ମଦିନ ଉତ୍ସବରେ ସଭାପତି କମଳ ଲୋଚନ ବିଶ୍ୱାଳ , ଉପସଭାପତି ସୌଭାଗ୍ୟ ରଞ୍ଜନ ମହାନ୍ତି , ସାଧାରଣ ସମ୍ପାଦକ ଲିଙ୍ଗରାଜ କାଟା ,ସମ୍ପାଦକ ରାହୁଲ କୁମାର , ସଂଯୋଜକ ବିମଳ

ଟ୍ରକ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ ଜଣେ ମୃତ ୩ ଗୁରୁତର I

Image
ଅନୁଗୁଳ (ବ୍ୟୁରୋ ରିପୋର୍ଟ) :- ଅନଗୁଳ ଜିଲ୍ଲା ପାଳଲହଡା  ୪୯ନମ୍ବର ଜାତୀୟ ରାଜପଥ ମୁକ୍ତପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ରାସ୍ତା କଡରେ ଠିଆ ହୋଇଥିବା ଟ୍ରକ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ I ଆମ୍ବୁଲାନ୍ସ ରେ ଥିବା ଚାରି ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ଅବସ୍ଥାରେ ତାଙ୍କୁ ପାଳଲହଡା ଡାକ୍ତରଖାନା ରେ ଭର୍ତି କରାଯାଇଛି l ଆମ୍ବୁଲାନ୍ସ ଟି ବିଳମ୍ବିତ ରାତିରେ ମହାରାଷ୍ଟ୍ର ରୁ କଲିକତା ଅଭିମୁଖେ ଯାଉଥିବା ଜଣାପଡିଛି I ମୃତ ବ୍ୟକ୍ତି ଵିଶାଲ ଅହିରେ ସେ ମହାରାଷ୍ଟ୍ର ଅଂଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି l 

ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳିତ l

Image
 ଯାଜପୁର (କାଳିଆପାଣି):- ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ଓ ଏହାର ପ୍ରତିଷ୍ଠାତା ସ୍ବର୍ଗତଃ ଡ.ବଂଶୀଧର ପଣ୍ଡାଙ୍କ ୯୦ତମ ଜୟନ୍ତୀ ଉପଲକ୍ଷେ ସୁକିନ୍ଦା ଉପତ୍ୟକାର ଇମ୍ଫା ପରିଚାଳନାଧିନ ସୁକିନ୍ଦା କ୍ରୋମାଇଟ ଖଣି ପ୍ରଶାସନିକ ଭବନଠାରେ ୨୬ତାରିଖ ଅପରାହ୍ନରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ଇମ୍ଫାର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଜୟାନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇମ୍ଫାର ଦୀର୍ଘ ୬୦ବର୍ଷର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ l  ଶ୍ରମିକ ଓ କର୍ମଚାରୀମାନେ ନିଷ୍ଠାରସହ କାର୍ଯ୍ୟକରି କମ୍ପାନୀର ଉତ୍ତରୋତ୍ତର ଉନ୍ନତିରେ ସହାୟକ ହେବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ l ବ୍ୟବସାୟିକ ମୁଖ୍ୟ ତଥା ବରିଷ୍ଠ ଉପ ସଭାପତି ସଂଜୀବ ଦାସ ଓ ଖଣି ଉପ ସଭାପତି ସୁଧାଂଶୁ ପାଟନୀ ସମ୍ମାନିତ ଅତିଥିଭାବେ ଏଥିରେ ଯୋଗ ଦେଇଥିଲେ l ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିବାସହ ସ୍ବର୍ଗତଃ ପଣ୍ଡାଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l   ଏହି ଅବସରରେ ଦୀର୍ଘ ବର୍ଷଧରି କାର୍ଯ୍ୟକରି ଇମ୍ଫାର ଅଭିବୃଦ୍ଧିରେ ସହାୟକ ହୋଇଥିବା କର୍ମଚାରୀ ମାନଙ୍କୁ ଦୀର୍ଘ ଜୀବନ ସମର୍ପଣ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା l ବିଦ୍ୟୁତ ବିଭାଗ କର୍ମଚାରୀ ସନ୍ତୋଷ ପଣ୍ଡାଙ୍କ ଦ୍ୱାରା ପ୍ରସ୍ତୁତ ସ୍ବର୍ଗତଃ ପଣ୍ଡାଙ୍କ ବାଲୁକା ଚିତ୍ର ଅତିଥିମାନଙ୍କଦ୍ୱାରା ଉ

କିଷାନ ସଂଯୁକ୍ତ ମୋର୍ଚ୍ଚା ୧ ବର୍ଷ ପୂର୍ତ୍ତୀ ସମାବେଶ କୁ ସମର୍ଥନ କରି ମିଳିତ ସଭା ର ଆୟୋଜନ l

Image
  ଯାଜପୁର (ବ୍ୟାସନଗର) :-ଆଜି  ମହାମାରୀ କରୋନା ର ସୁଯୋଗ ନେଇ କେନ୍ଦ୍ର ବିଜେପି ସରକାର ଅଧ୍ୟାଦେଶ ଜରିଆରେ ୩ ଗୋଟି କୃଷି ବିଲ ପାରିତ କରିଥିଲେ l ଯାହାଦ୍ୱାରା ଦେଶର ସମସ୍ତ କୃଷକ ଓ ମଜଦୁର ଆଜକୁ ୨୩ମାସ ଧରି ଦିଲ୍ଲୀ ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସିଙ୍ଗୁର, ଗାଜିପୁର ଓ ଟିକିରି ଠାରେ କୃଷି ବିଲ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ରେ ୭୦୦ ରୁ ଉର୍ଦ୍ଧ କିଷାନ ନେତାମାନେ ଶହୀଦ ହୋଇଥିବାରୁ ସଭାର ପ୍ରାରମ୍ଭରେ ଏକ ଶୋକ ପ୍ରସ୍ତାବ ଆଗତ ହୋଇଥିଲା। ଏହି ସଭା ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷତା ରେ ଏହି ଆନ୍ଦୋଳନ କୁ ସମାବେଶ ଜରିଆରେ ଏକ ସମର୍ଥନ ସଭା ଆୟୋଜିତ ହୋଇଥିଲା l  ଏହି ସଭାରେ ସି ଆଇ ଟି ୟୁ ର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଆଇ ଏନ ଟି ୟୁ ସି ର ଜିଲ୍ଲା ସମ୍ପାଦକ ନୃସିଂହ ଚରଣ ପହି, ନାରାୟଣ ଚନ୍ଦ୍ର ନାୟକ, ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କଂଗ୍ରେସ ର ଜିଲ୍ଲା ସଂଯୋଜକ ପରମାନନ୍ଦ ସେଠୀ, ରବୀନ୍ଦ୍ର ଥାନ୍ଦାର, ସେକ ଆତାର ଉଦ୍ଦିନ ଅହମ୍ମଦ, ମହେନ୍ଦ୍ର ମହାପାତ୍ର, ବିଦ୍ୟାଧର ଜେନା, ସି ଆଇ ଟି ୟୁ ର ଧୀରେନ୍ଦ୍ର ବେହେରା,ସତ୍ୟଜିତ ସାହୁ, ସୁରେଶ ବାରିକ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରେ କୃଷକ ଆନ୍ଦୋଳନ କୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ଦେଶ ବାସୀଙ୍କୁ କ୍ଷମାମାଗିବା ଓ ଗତ ୨୪ତାରିଖ ରେ କେନ୍ଦ୍ର କ୍ୟାବିନେଟ ରେ ଏ

ପ୍ରତିଷ୍ଠା ଦିବସ ପାଳନ ଅବସରରେ ଇମ୍ଫା ପକ୍ଷରୁ ରକ୍ତଦାନ ଶିବିର l

Image
 ଯାଜପୁର(କାଳିଆପାଣି):- ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସୁକିନ୍ଦା କ୍ରୋମାଇଟ ଖଣିଠାରେ ଗତ ୨୩ତାରିଖ ଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି l ଏହାର ଦ୍ଵିତୀୟ ଦିନ ୨୪ତାରିଖରେ ମହାଗିରି ଏନକ୍ଳେଭଠାରେ ଜିଲା ରେଡ଼କ୍ରସ ସହଯୋଗରେ ଆୟୋଜିତ ରକ୍ତଦାନ ଶିବିରରେ ୬୨ଜଣ କର୍ମଚାରୀ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ l  ଇମ୍ଫା ଖଣି ଉପସଭାପତି ସୁଧାଂଶୁ ପାଟନୀ ଶିବିରକୁ ଉଦଘାଟନ କରି ରକ୍ତଦାନ ଏକ ମହତଦାନ ବୋଲି ଉଲ୍ଲେଖକରି ରକ୍ତଦାତାମାନଙ୍କୁ ସାଧୁବାଦ ଜଣାଇଥିଲେ l ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, କାର୍ମିକ ମୁଖ୍ୟ ଗିରିଶ ପଟନାୟକ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସlହିଁତ କରିଥିଲେ l (କାଳିଆପାଣିରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)

ଯାଜପୁର ରୋଡ଼ ରେଳ ଷ୍ଟେସନ ପରାମର୍ଶଦାତା କମିଟି ବୈଠକ, ଯାଜପୁରରୋଡ କୁ ଡିଭିଜନ୍ କରିବାକୁ ବୈଠକରେ ଦାବି l

Image
ଯାଜପୁର :- ଯାଜପୁରରୋଡ ରେଳ ଷ୍ଟେସନ ପରାମର୍ଶଦାତା କମିଟି (୨୦୨୦-୨୧)ର ପ୍ରଥମ ବୈଠକ ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନ ସୁପରିଟେଣ୍ଡେଣ୍ଟ ସମୀର କୁମାର ସ୍ବାଇଁଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକ ରେ ଖୋର୍ଦ୍ଧା ଡିଭିଜନ ର ସହକାରୀ ବାଣିଜ୍ୟ ଅଧିକାରୀ ବି.କେ. ପ୍ରଧାନ ଯୋଗଦେଇ ରେଳ ଷ୍ଟେସନ ବିକାଶ ନେଇ କମିଟି ସଦସ୍ୟ ମାନଙ୍କ ମତାମତ ଗ୍ରହଣ କରିଥିଲେ ।   ଯାଜପୁରରୋଡ କୁ ରେଳ ଡିଭିଜନ୍ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ପ୍ରସ୍ତାବକୁ ସଦସ୍ୟ ମାନେ ଦୋହରାଇବା ସହିତ ଏହାକୁ ଗୁରୁତରଭାବେ ରେଳ ବିଭାଗ ଗ୍ରହଣ କରି ତୁରନ୍ତ ଘୋଷଣା କରାଯାଉବୋଲି ଦାବି କରିଥିଲେ । ଏଥିସହିତ ଷ୍ଟେସନ ନାମ ପରିବର୍ତ୍ତନ କରି ଯାଜପୁରରୋଡ ରଖାଯାଉବୋଲି ପ୍ରସ୍ତାବ ରେ ଦାବି ହୋଇଛି। ଭଦ୍ରକ ରେ ରହୂଥିବା ରାଜଧାନୀ ଏକ୍ସପ୍ରେସ ସମେତ ଯାଜପୁରରୋଡ ଦେଇ ଯାଉଥିବା ସମସ୍ତ ଦୃତଗାମୀ ରେଳ ଏଠାରେ ଅଟକିବା,କେନ୍ଦୁଝର ଭୁବନେଶ୍ବର ମେମୁ ରେଳ ଯଖପୁରାରୁ ଯାଜପୁରରୋଡ ଦେଇ ଯିବାାଆସବା କରିବା, ମାଲଗୋଦାମ ସ୍ଥାନାନ୍ତର,  ଷ୍ଟେସନ ପରିସରରେ ଶିଶୁ ଉଦ୍ୟାନ, ମାଲଗୋଦାମ ପଟରେ ନୂତନ ଟିକେଟ କାଉଣ୍ଟର ସ୍ଥାପନ, ଷ୍ଟେସନ ପରିସରରେ ଅଧିକ ଟୟଲେଟ ସ୍ଥାପନ, ସମସ୍ତ ସିସିଟିଭି ଚାଲୁ କରିବା, ପାଦଚଲା ସିଡିରେ ଲିଫ୍ଟ ଲଗାଇବା, ଖଡଗପୁର ଯାଜପୁରରୋଡ ପାସେଞ୍ଜର କୁ ହାଉଡା ପର୍ଯ୍ୟନ୍ତ ଚଳାଇବା,  ଜିଆରପି ଆଉଟ୍

ରାଜ୍ଯ ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଫଳତା ର ସଦ୍ୟ ଚିତ୍ର ପାଟଣାଗଡ଼ ରେ.. I

Image
 ପାଟଣାଗଡ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳରେ ଝିଅର ଚିକିତ୍ସା ଲାଗି ଜଣେ ବାପା କାନ୍ଧେଇ କରି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପାଟଣାଗଡ ନେହେନାବାନ୍ଧ ଗାଁରେ ରୁହନ୍ତି ଧୂବଲ ଛାତ୍ରିଆ , ସ୍ତ୍ରୀ ଫୁଲମତି ଛାତ୍ରିଆ ଏବଂ ତାଙ୍କ ପୁଅ ଝିଅ । ବହୁ ଦିନ ହେଲା ଝିଅ ମଲ୍ଲୀ ( ୧୮ ) କୌଣସି ଅଜଣା ରୋଗରେ ପୀଡିତ ହୋଇ ଚାଲି  ପାରୁନାହାନ୍ତି।  ସରକାରଙ୍କ ଏତେ ଯୋଜନା ସତ୍ତ୍ଵେ ଝିଅର ଚିକିତ୍ସା ହୋଇ ପାରୁ ନ ଥିବାରୁ ଚିନ୍ତିତ ବାପା ଓ ମା' l ଚିକିତ୍ସା ପାଇଁ ବିଭିନ୍ନ ଜାଗା ବୁଲି ସମସ୍ତ ଅର୍ଥ ଖର୍ଚ୍ଚ କରି ଚିକିତ୍ସା କରିସାରିଲେଣି । ଏବେ ତାଙ୍କ ପାଖରେ ଆଉ ଉନ୍ନତ ଚିକିତ୍ସା ଲାଗି ଅର୍ଥ ନାହିଁ । ଏହି ପରିପ୍ରେକ୍ଷୀରେ ଧୂବଲ ଝିଅକୁ ଚିକିତ୍ସା ଲାଗି ବେଲପଡାକୁ ନେଉଥିଲେ ।  ଅର୍ଥ ଅଭାବରୁ ଗାଡିରେ ନେଇ ନ ପାରି ସକାଳୁ ଝିଅକୁ କାନ୍ଧରେ ଧରି ସେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏତେ ଅସୁବିଧା ସତ୍ତ୍ବେ ହାର ମାନିନାହାନ୍ତି ଉଭୟେ ବାପାମା' । ଝିଅକୁ ଯେମିତି ହେଲେ ଚିକିତ୍ସା କରି ଠିକ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ସରକାର ଏଇ ଗରିବ ପରିବାରକୁ ସହାୟତା ପ୍ରଦାନ କରି ଧ୍ୟାନ ଦେବାକୁ ଦାବି ହେଉଛି ।(ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ସରପଞ୍ଚଙ୍କ ଆକ୍ରମଣ ଘଟଣା ରେ ବିକ୍ଷୋଭ ଓ ଧାରଣା l

Image
ଯାଜପୁର :- ଜିଲ୍ଲା ର ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତରେ ଗତମାସ ୨୭ ତାରିଖରେ ଭକଣ୍ଡାରୀ ଗ୍ରାମର ଜଣେ ଭିନ୍ନକ୍ଷମ ଦଳିତ ଯୁବକଙ୍କୁ ପଞ୍ଚାୟତର ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିଲା । ହେଲେ ଅଭିଯୁକ୍ତକୁ ଗିରଫ କରୁନଥିବାରୁ ଆଜି ଦଳିତ ସଙ୍ଘ ପକ୍ଷରୁ ପାଣିକୋଇଲି ଥାନାରେ ବିକ୍ଷୋଭ ଓ ଗଣ ଧାରଣା ଦିଆଯାଇଛି l  ଅଭିଯୋଗ ଅନୁଯାୟୀ, ଭକଣ୍ଡାରୀ ଗ୍ରାମର ସୁବାସ ମଲିକ ଭତ୍ତା ଟଙ୍କା ସମ୍ପର୍କରେ ବୁଝିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ବଳେ ସରପଞ୍ଚ ଗଣେଶ ସାହୁ ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ମାଡ଼ ମାରିଥିଲେ। କିଛିଦିନ ତଳେ ଏହି ଦଳିତ ଯୁବକ ସରକାରୀ ଆବାସ ପାଇଁ ସରପଞ୍ଚଙ୍କୁ ୩ ହଜାର ଟଙ୍କା ଦେଇଥିଲେ।  ଘର ମିଳିନଥିବା ବେଳେ ସେ ଟଙ୍କା ମାଗିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ସୁବାସ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ । ରାଜ୍ୟ ମାନବିକ ଅଧିକାର ସୁରକ୍ଷା ସେଲରେ ଏନେଇ ସୁବାସ ଅଭିଯୋଗ କରିବା ପରେ ପୁଲିସ  ୨୮୪/୨୧ରେ ଏକ ମାମଲା ରୁଜୁ କରିଥିଲା । ହେଲେ ପୁଲିସ ଅଭିଯୁକ୍ତକୁ ଗିରଫ କରିନଥିଲା। ଫଳରେ ପୀଡ଼ିତ ଯୁବକ ଗତ ୧୧ ତାରିଖରେ ଯାଜପୁର ଏସ୍‌ପିଙ୍କୁ ଭେଟି ଗୁହାରି କରିଥିଲେ। ଏସ୍‌ପିଙ୍କ ନିର୍ଦେଶରେ ଘଟଣାର ତଦନ୍ତ କ

ଇମ୍ଫାର ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ l

Image
 ଯାଜପୁର (କାଳିଆପାଣି ):- ଚଳିତମାସ ୨୬ତାରିଖରେ ଇମ୍ଫାର ୬୦ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଇମ୍ଫା ପରିଚାଳିତ ସୁକିନ୍ଦା କ୍ରୋମାଇଟ ଖଣିଠାରେ ୨୩ ରୁ ୨୬ତାରିଖ ୪ଦିନ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି l କାଳିଆପାଣି ପଞ୍ଚାୟତର ବିର୍ସାନଗରଠାରେ ୨୩ତାରିଖରେ ଆୟୋଜିତ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଇମ୍ଫା ଖଣି ଉପ ସଭାପତି ସୁଧାଂଶୁ ପାଟନୀ ଯୋଗଦେଇ ସ୍ୱଚ୍ଛତା ଅଭିଯାନର ଉଦ୍ଦେଶ୍ୟ ଓ ପରିବେଶ ସନ୍ତୁଳନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ l  ଶ୍ରମିକ ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, କାଳିଆପାଣି ସରପଞ୍ଚ କଳ୍ପନା ଜେନା, ପଞ୍ଚାୟତର ଜନପ୍ରତିନିଧି, ଇମ୍ଫାର ସାଧାରଣ ପରିଚାଳକ ଲଲାଟେନ୍ଦୁ ମହାପାତ୍ର, ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, କାର୍ମିକ ମୁଖ୍ୟ ଗିରିଶ ପଟ୍ଟନାୟକ, ଲୋକସମ୍ପର୍କ ମୁଖ୍ୟ ଜଗନ ମୋହନ ମଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବିର୍ସାନଗର ଗ୍ରାମବାସୀ ଏଥିରେ ଉପସ୍ଥିତ ଥିଲେ l ପ୍ରଶାସନିକ ବିଭାଗ ସହକାରୀ ପରିଚାଳକ ଅଭୟ କୁମାର ପାଣ୍ଡେ, ଲୋକସମ୍ପର୍କ ବିଭାଗ ବରିଷ୍ଠ ପରିଚାଳକ ମିଲନ ରଞ୍ଜନ କର, ଦୀପକ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l      ଏହି କାର୍ଯ୍ୟକ୍ରମରେ ୨୪ତାରିଖରେ ରକ୍ତଦାନ ଶିବିର,୨୫ତାରିଖରେ ଜରାଶ୍ରମରେ ବୃଦ୍ଧମାନଙ୍କୁ ଖାଦ୍ୟ ବଣ୍ଟନ ଓ ଖଣି ଆଖପାଖ ଗ୍ରାମର ବ

ଝୁଲନ୍ତା ଅବସ୍ଥା ରେ ମୃତଦେହ ଉଦ୍ଧାର l

Image
ଯାଜପୁର :-ଜିଲ୍ଲା ର କୋରାଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମର ଧନ ବିଲର ଏକ ଗଛରେ ଏକ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା l ତେବେ ଲୋକେ ବିଲକୁ ଧାନ କାଟି ଆସିଲାବେଳେ ଆଜି ସଖାଳୁ ଘଟଣା ସ୍ଥଳରେ ଲୋକଟିର ବେକରେ ଗାମୁଛାଲାଗି ଝୁଲୁଥିବା ଅବସ୍ଥା ରେ ଶବ ଟି ଦେଖିବା ପରେ ଗାଁ ଲୋକଙ୍କୁ ଓ ପରେ ସ୍ଥାନୀୟ ପୋଲିସ ଷ୍ଟେସନ କୁ ସୂଚନା ଦେଇଥିଲେ l  ବ୍ୟକ୍ତି ଜଣଙ୍କ ନାଁ ଗୁରୁଚରଣ ବେହେରା ତାଙ୍କ ବୟସ (୫୬) ତେବେ ଆଜି ଭୋରୁ ଗାଁ ଦୋକାନରେ ସେ ଚା ପିଉଥିବା ର ଆଲୋଚନା ହେଉଥିବାର ଜଣା ପଡ଼ିଥିଲା l ତେବେ ସେ କାହିଁକି ମୃତ୍ୟୁ ବରଣକଲେ ସନ୍ଦେହ କୁ ନେଇ ଚାରି ଆଡେ ଚର୍ଚ୍ଚା ଚାଲିଛି l 

ବାଞ୍ଜିତଳିଏନ କ୍ରିକେଟ କପ- ବଲାଙ୍ଗୀର ଚମ୍ପିୟାନ ।

Image
ବଲାଙ୍ଗୀର(ବ୍ୟୁରୋ ରିପୋର୍ଟ) : - ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରା:ପ:ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହେଇଥିବା ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ତରଫରୁ ବାଞ୍ଜିତଳିଏନ କ୍ରିକେଟ କପ ର ଫାଇନାଲ ଉତ୍ସବ । ଫାଇନାଲ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ଶ୍ରୀ ସରୋଜ କୁମାର ମେହେର,ବିଧାୟକ ପ୍ରତିନିଧି ହିମାଞ୍ଚଳ ପଧାନ, ସମାଜ ସେବୀ ଗିରିରାଜ ଭୋଇ ଯୋଗଦେଇ ଫାଇନାଲ ଖେଳକୁ ପ୍ରବେଶ କରିଥିବା ଉଭୟ ଖଳିଆ ଦଳ ଓ ବଲାଙ୍ଗୀର ଦଳକୁ ଉତ୍ସାହିତ କରିଥିଲେ । ପ୍ରଥମରୁ ଉଭୟ ଦଳ ସଂଘର୍ଷପୂର୍ଣ ଖେଳ ଖେଳି ଫାଇନାଲ କୁ ପ୍ରବେଶ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ । ଆଜିର ଫାଇନାଲ ଖେଳରେ ବଲାଙ୍ଗୀର ଦଳ ଟସ ଜିଣି ପ୍ରଥମେ ବେଟିଂ ନିଷ୍ପତ୍ତି ନେଇ ୭ଓଭର ରେ ସମସ୍ତ ଉଇକେଟ ବିନିମୟରେ ୫୮ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ ପ୍ରତିଜବାଜରେ ଖଳିଆ ଦଳ ୫ଉଇକେଟ ରେ ୪୯ ରନ ସଂଗ୍ରହ କରି ବଲାଙ୍ଗୀର ଦଳ ଠାରୁ ପରାଜିତ ହୋଇଥିଲେ । ମ୍ୟାନ ଅପ ଦ ମ୍ୟାଚ ବଲାଙ୍ଗୀର ଦଳର ଆଶିଷ କୁ ମୋବାଇଲ ଦିଆଯାଇଥିବା ବେଳେ ମ୍ୟାନ ଅପ ଦ ସିରିଜ ଖଳିଆ ଦଳର ବିପିନ ବନଛୋର କୁ ସାଇକେଲ ପ୍ରଦାନ କରାଯାଇଥିଲା । ବେଷ୍ଟ ଫିଲ୍ଡର ବଲାଙ୍ଗୀର ଦଳର ସୁବାସ କୁ ପୁରସ୍କୃତ କରାଯାଇଥିଲା ଓ ବେଷ୍ଟ ବୋଲର ଭାବରେ ଥବୀର ମାଝୀ କୁ , ବେଷ୍ଟ ଉଇକେଟ କିପର ଅରୁଣ ନାଏକ , ବେଷ୍ଟ ସିକ୍ସର ଅନୀଲ ବନଛୋର ,ବେଷ୍ଟ ଅମ୍ପାୟାର ନୀ

ବାଘନଖ ଓ ହାତୀଦାନ୍ତ ଜବତ, ୪ଜଣ ଗିରଫ l

Image
ନୂଆପଡ଼ା :- ଜିଲ୍ଲା ର ସିନାପାଲି ବନ ବିଭାଗ ତରଫରୁ ବାଘନଖ ଓ ହାତୀଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ସିନାପାଲି ବନବିଭାଗ l ଅଭିଯୁକ୍ତ ମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର(୪୨) ଶଳାଭେନେଇ ସମ୍ପୃକ ଥିବାବେଳେ କଲାହାଣ୍ଡି ଜିଲ୍ଲା ଏମ୍ ରାମପୁର ଅନ୍ତର୍ଗତ ଟୁରଚି ଗ୍ରାମର ନୂଆଖାଉ ବାଗ (୬୦) ଓ ଚିତ୍ରସେନ ବାଗ (୩୨)ବାପା ଓ ପୁଅ ସମ୍ପୃକି ଥିବା ଜଣାପଡିଛି।  ସୂଚନା ଅନୁସାରେ ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମ ପଦରଭଟା ଆମ୍ୱ ଗଛ ଠାରେ ମନୋଜ ମେହେର ଓ ଧନେଶ୍ଵର ମେହେର ବାଘନଖ ଧରି ଗ୍ରାହାକ ଙ୍କୁ ଜଗି ରହିଥିବା ବେଲେ କୌଣସି ସୁତ୍ର ରୁ ଖବର ପାଇଁ ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋ ଙ୍କ ନେତୃତ୍ବ ରେ ଏକ ଟିମ ଚଢାଉ କରି ୨ ଜଣ ବ୍ଯକ୍ତିଙ୍କୁ କାବୁକରି ଗିରଫ କରିବା ସହ ତାଙ୍କ ଠାରୁ ବାଘନଖ ଜବତ କରିଥିଲେ।  ଉକ୍ତ ଅଭିଯୁକ୍ତ ମାନଙ୍କୁ ବନବିଭାଗ କୁ ଆଣି କାହା କାହା ସହ ଲିଙ୍କ୍ ରହିଛି ବୋଲି ଅଧିକ ପଚରା ଉଚରା କରିବାରୁ ଅଭିଯୁକ୍ତ ମାନେ କିଛି କହିନଥିଲେ। ହେଲେ ମନୋଜ ମେହେର ଙ୍କ ମୋବାଇଲ ଖୋଲି ଚେକ୍ କରିଥିବା ବେଲେ ମୋବାଇଲ ରୁ ହାତୀଦାନ୍ତ ଫଟୋ ଥିବା ଜଣା ପଡିଥିଲା। ପରେ ଅଭିଯୁକ୍ତ ମନୋଜ ଙ୍କୁ ସବୁକଥା ପଚାରିବାରୁ ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକ୍ନୋ ଙ୍କ

ନାଗିଶ ଟ୍ରଫିର ଲିଗ୍ ମ୍ୟାଚ୍ ରେ ଓଡିଶା କ୍ରମାଗତ ଚାରିଟି ବିଜୟ ପଞ୍ଜିକରଣ କରିଛି।

Image
ବ୍ୟୁରୋ ରିପୋର୍ଟ :- ଦିଲ୍ଲୀର ନାଗିଶ ଟ୍ରଫିର ଲିଗ୍ ମ୍ୟାଚ୍ ରେ ଓଡିଶା କ୍ରମାଗତ ଚାରିଟି ବିଜୟ ପଞ୍ଜିକରଣ କରିଛି। ଦିଲ୍ଲୀର ସିରିଫର୍ଟ କ୍ରିକେଟ୍ ଗ୍ରାଉଣ୍ଡରେ। ଉତ୍ତରପ୍ରଦେଶ ଟସ୍ ଜିତି ଓଡ଼ିଶାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। 20 ଓଭରରେ ଓଡ଼ିଶା ପଙ୍କଜ ଭୁ’ର 99 * ଏବଂ ସୁଖରାମ ମାଜିଙ୍କ 70 ର ଚମତ୍କାର ନକ୍ ସହିତ 211/3 ର ଏକ ବଡ଼ ଲକ୍ଷ୍ୟ ସ୍ଥିର କରିଥିଲା।  ଉତ୍ତରରେ 212 ଉତ୍ତରପ୍ରଦେଶର ଟାର୍ଗେଟକୁ ପଛରେ ପକାଇ 20 ଓଭରରେ 167/9 ସ୍କୋର କରିଥିଲା ​​।ଏହା ସହିତ ଓଡ଼ିଶା 44 ରନରେ ମ୍ୟାଚ ଜିତିଥିଲା। ଓଡିଶା ନାକୁଲ, ପଙ୍କଜ, ଲିଙ୍ଗରାଜ ଏବଂ କାଳିଆ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଆସନ୍ତାକାଲି ଓଡ଼ିଶା ତାର ଶେଷ ଲିଗରେ ସାକେଟ ଗ୍ରାଉଣ୍ଡରେ ହରିୟାଣାଙ୍କୁ ଭେଟିବ | ଉଭୟ ଦଳ ପୁଲ୍ B. ରେ ପ୍ରଥମ ସ୍ଥାନ ପାଇଁ ଖେଳିବେ |  

ଜିଲ୍ଲା ସ୍ତରୀୟ ବାଞ୍ଜିତଳିଏନ କ୍ରିକେଟ କପ, କ୍ବାଟର ଫାଇନାଲରେ ପାଟଣାଗଡ଼ ଉନ୍ନୀତ I

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ଜିଲ୍ଲା ର ପାଟଣାଗଡ଼ ବ୍ଲକ ବାଲିପଟା ଗ୍ରା:ପ:ଅନ୍ତର୍ଗତ ଖଳିଆ କ୍ରିକେଟ ଖେଳ ପଡ଼ିଆ ଠାରେ ବାଞ୍ଜିତଳିଏନ କ୍ରିକେଟ ଏସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ କ୍ରିକେଟ ପ୍ରତିଯୋଗିତାର ଆଜି କ୍ବାଟର ଫାଇନାଲ । କ୍ୱାଟର ଫାଇନାଲ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ରମେଶ ପୁରୋହିତ, ସମ୍ମାନିତ ଅତିଥି ଭାବରେ ଶ୍ରୀ ପ୍ରମୋଦ ବେହେରା ସଭାପତି ଆଞ୍ଚଳିକ ଧନୁଯାତ୍ରା କମିଟି ଯୋଗୀମୁଣ୍ଡା, ଅନ୍ୟତମ ସମ୍ମାନିତ ଅତିଥି ଭାବରେ ନେତ୍ରା ସାହୁ, ସରୋଜ ରଣା ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚ ପାଟଣାଗଡ଼ ଓ ଭାଲୁଦର୍ହ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା ପ୍ରଥମେ ପାଟଣାଗଡ଼ କ୍ରିକେଟ ଦଳ ଟସ ଜିଣି ବେଟିଂ ନିଷ୍ପତ୍ତି ନେଇ ୫ ଓଭର ରେ ୫୪ ରନ କରିଥିଲେ ପ୍ରତିଜବାବ ରେ ଭାଲୁଦର୍ହ ଦଳ ସମସ୍ତ ଉଇକେଟ ହରେଇ ମାତ୍ର ୩୪ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଖେଳକୁ ଓଡିଶା କ୍ୱାଲିଫାଏଡ଼ ଅମ୍ପାୟାର କିରଣ ଭୋଇ ଓ ବିପିନ ବନଛୋର ପରିଚାଳିତ କରିଥିବା ବେଳେ ଅରୁଣ ନାଏକ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ ।ରହସ୍ୟ ସାହୁ ଙ୍କର ଧରାବିବରଣୀ ରେ ଦର୍ଶକ ମନ୍ତ୍ରମୁଗ୍ଧରେ ବାନ୍ଧି ରଖିଥିଲା। ଏସୋସିଏସନ ସଭାପତି ଶ୍ରୀ ମନୋଜ ଲୁହା ଉପସ୍ଥିତ ରହି ଦାୟିତ୍ୱ ତୁଲାଉଥିବା ବେଳେ ଅବିନାଶ ଲୁହା,ସୁବାସ ସିଂ, କସ୍ତୁଭ ସାହୁ, ରୀଙ୍କୁ ,ପରମେଶ୍ୱର, ନେତ୍ରମଣି ଠାକୁ

ନାଗେଶ ଟ୍ରଫି ଟି-୨୦ ଜାତୀୟ କ୍ରିକେଟ୍ ଟୁର୍ନାମେଣ୍ଟର ୨ୟ ଲିଗରେ ଓଡିଶା ନିଜର ବିଜୟ ଅଭିଯାନ ଜାରି ରଖିଛି।

Image
ବ୍ୟୁରୋ ରିପୋର୍ଟ: - ଦୃଷ୍ଟି ହୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଝାରଖଣ୍ଡ କୁ ପରାସ୍ତ କରି ନାଗେଶ ଟ୍ରଫି ଟି-୨୦ ଜାତୀୟ କ୍ରିକେଟ୍ ଟୁର୍ନାମେଣ୍ଟର ୨ୟ ଲିଗରେ ଓଡିଶା ନିଜର ବିଜୟ ଅଭିଯାନ ଜାରି ରଖିଛି।  ଆଜି ଡିଡିଏ ସ୍ପୋର୍ଟସ କମ୍ପ୍ଲେକ୍ସରେ ୨ୟ ଲିଗ୍ ମ୍ୟାଚ୍ ରେ ସାକେଟ୍ ଝାଡ଼ଖଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲେ। ଧାର୍ଯ୍ୟ ୨୦ ଓଭରରେ ଝାଡ଼ଖଣ୍ଡ ସଞ୍ଜୀବଙ୍କ ୩୬ ବଲ ସାହାଯ୍ୟରେ ୧୩୯/୫ ସ୍କୋର କରିଥିଲା। ୧ମ ଓଭର ୧୩.୩ ଓଭରରେ ସ୍କୋର ଆରାମରେ ଓଡିଶା ପାଇଁ ଉଭୟ ଓପନର୍ ସେମାନଙ୍କର ଅପରାଜିତ ନକ୍ ସହିତ ଶେଷ ହୋଇଥିଲା, ସୁଖରାମ ମାଝି ଏବଂ ନାକୁଲ ବାଦନାୟକ ଯଥାକ୍ରମେ 63 * ଏବଂ 56 * ସ୍କୋର କରିଥିଲେ। ଆସନ୍ତାକାଲି ସକାଳ ୯ଟା DDA ସ୍ପୋର୍ଟସ୍ କମ୍ପ୍ଲେକ୍ସ ସାକେଟରେ ଏହାର ତୃତୀୟ ଲିଗ୍ ମ୍ୟାଚ୍ ଖେଳାଯିବ l  

ନାଗେଶ ଟ୍ରଫି ଓଡ଼ିଶା ସହିତ ଝାରଖଣ୍ଡ ର ହେବ ମହା ମୁକାବିଲା l

Image
ବ୍ୟୁରୋ ରିପୋର୍ଟ :- ତାମିଲନାଡୁ ବିପକ୍ଷରେ ଆରାମଦାୟକ ବିଜୟ ସହ ଓଡ଼ିଶା ନାଗେଶ ଟ୍ରଫି 2021-22 ରେ ଅଭିଯାନ ଆରମ୍ଭ କରିଥିଲା ​​|  ଦୃଷ୍ଟିହୀନଙ୍କ ପାଇଁ ନାଗେଶ ଟ୍ରଫି T20 ଜାତୀୟ କ୍ରିକେଟ୍ ଟୁର୍ନାମେଣ୍ଟ, 2021-22 ନଭେମ୍ବର 17-2021 ରେ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିଲା | ଏହି ଟୁର୍ନାମେଣ୍ଟରେ 24 ଟି ରାଜ୍ୟ ଅଂଶଗ୍ରହଣ କରିଥିଲେ |  ଦ୍ୱାରକା କ୍ରିକେଟ୍ ଗ୍ରାଉଣ୍ଡ ନୂଆଦିଲ୍ଲୀ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ, ତାମିଲନାଡୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲା। ଧାର୍ଯ୍ୟ 20 ଓଭରରେ ତାମିଲନାଡୁ ସ୍କୋର 128/6, ତାମିଲନାଡୁ ଦଳରୁ ଅରୁଣ କୁମାର 51 ରନ୍ ସଂଗ୍ରହ କରିଥିଲେ, କାରଣ ଓଡିଶା ପଙ୍କଜ 4 ଓଭରରେ 18 ରନ୍ ସଂଗ୍ରହ କରି 3 ୱିକେଟ୍ ନେଇଥିଲେ ଏବଂ ତପନ କୁମାର ଗୌଡ ଗୋଟେ ୱିକେଟ୍ ନେଇଥିଲେ। ଓଡିଶା ପାଇଁ ସୁଖ୍ରମ ମାଜି 58 * (33 ବଲ) ଏବଂ ଲାଲ ପ୍ରସାଦ ସୋରେନ 13 ଟି ବଲରୁ 29 ସ୍କୋର କରିଥିଲେ। ତାଙ୍କ ଷ୍ଟାଣ୍ଡିଂ ବୋଲିଂ ପ୍ରଦର୍ଶନ ପାଇଁ ପଙ୍କଜ ଭୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ଘୋଷିତ ହୋଇଥିଲେ।  ଆସନ୍ତାକାଲି ନୂଆଦିଲ୍ଲୀ ସାକେଟ କ୍ରିକେଟ୍ ଗ୍ରାଉଣ୍ଡରେ 1.30 PM ରେ ଦ୍ୱିତୀୟ ଲିଗ୍ ମ୍ୟାଚ୍ ରେ ଓଡିଶା ଓ ଝାଡ଼ଖଣ୍ଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ l  

ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି l

Image
 ଯାଜପୁର (ସୁକିନ୍ଦା ):- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତର  ସୋରିଷିଆପଦା ଠାରେ ବି ବି ଏମ କ୍ଲବ ଆନୁକୂଲ୍ୟରର ଅନୁଷ୍ଠିତ ହୋଇଯାଇଛି l  ଗତ ୧୭ବର୍ଷ ଧରି ସ୍ଥାନୀୟ ବିର୍ସା ପଡିଆଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଗତ ୧୪ଓ ୧୫ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଗ୍ରାମାଞ୍ଚଳର ୧୬ଟି ଟିମକୁ ନେଇ ଫୁଟବଲ ଟୁର୍ନାମେଣ୍ଟ ଓ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l     ଉଦଯାପନୀ ଉତ୍ସବ ଉପଲକ୍ଷେ ୧୫ତାରିଖ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ସତ୍ତାର ସ୍ମୃତି ସଂସଦ, ସୁକିନ୍ଦାର ଅଧ୍ୟକ୍ଷ ଡ. ମଞ୍ଜୁର ଅଲି ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ମଙ୍ଗଳ ସିଂ ହେମ୍ବ୍ରମ, କବିର ବଦରା, ବିଦ୍ୟାଧର ମହାନ୍ତ, ସିଙ୍ଗରାଇ ବାନରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଉ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଓ ଜୀବନlଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l  ଫୁଟବଲ ଟୁର୍ନାମେଣ୍ଟର ଚାମ୍ପିୟନ ଓ ରନର୍ସ ଅପ ଦଳ ସମେତ ମହିଳାମାନଙ୍କର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କୁଅଁର ହେମ୍ବ୍ରମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁରସିଙ୍ଗ ହେମ୍ବ୍ରମ, ସୁବା

କୁହିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଜୈବ-ଚିକିତ୍ସା ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l

Image
ଯାଜପୁର (ସୁକିନ୍ଦା) :-ସୁକିନ୍ଦା ବ୍ଳକ କୁହିକା ସ୍ୱାସ୍ଥ୍ୟକେନ୍ଦ୍ରରେ ଜୈବ-ଚିକିତ୍ସା ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି l ରୋଗୀ ଚିକିତ୍ସା ଜନିତ ବର୍ଯ୍ୟବସ୍ତୁକୁ (Bio-Medical Waste ) ପ୍ରଦୂଷଣ ବୋର୍ଡ ନିୟମାବଳୀ ଅନୁଯାୟୀ ପରିଚାଳନା କରାଯାଇଅଛି l ଏଥିରେ ବିଭିନ୍ନ କିସମର ବର୍ଯ୍ୟବସ୍ତୁକୁ ସଂଗ୍ରହ କରାଯାଇ ଅଲଗା ଅଲଗା ରଙ୍ଗୀନ ବାଲତିରେ ପୃଥକୀକରଣ କରାଯାଏ l  ହଳଦିଆ, ଲାଲ, ନୀଳ, ଧଳା ଓ କଳା ରଙ୍ଗର ବାଲତି ମାନଙ୍କରେ ରଖାଯାଏ l ସେଠାରୁ ନେଇ ନିର୍ଦିଷ୍ଟ ନନ୍ଦକୂଅ ବା ପିଟ ମାନଙ୍କରେ ପକାଯାଏ l ପୂଜ ଓ ରକ୍ତଭିଜା ତୁଳା, କପଡା, ସିରିଞ୍ଜ, ଇଂଜେକସନ ଛୁଞ୍ଚି, ସାଲାଇନ ବୋତଲ,କାଚ ବୋତଲ,ଔଷଧ ଖୋଳ ଇତ୍ୟାଦି ବାହାରେ ଇଆଡ଼େ ସିଆଡେ ନଅପକାଈ ପିଟ ରେ ପକାଇ ଦିଆଯାଇଥାଏ l ପୁନଶ୍ଚ ପିଟ ଗୁଡିକ ସଂସ୍ପରେ ଯେପରି ମଣିଷ, ପଶୁମାନେ ନ ଆସନ୍ତି ସେଥିପାଇଁ ପିଟ ଚାରିପଟେ ଇଟା କାନ୍ଥ ଦିଆଯାଇଛିl ଏହାଦ୍ଵାରା ପରିବେଶ ପ୍ରଦୂଷଣ ଓ ରୋଗ ସଂକ୍ରମଣ ହ୍ରାସପାଇଥାଏ l

ବିଳମ୍ବିତ ରାତିରେ କଳାକନା ବୁଲାଇଲେ ଚୋର l

Image
ଯାଜପୁର (ବ୍ୟାସନଗର) :- ବିଳମ୍ବିତ ରାତିରେ ଯାଜପୁର ରୋଡ ଥାନା କୋପଣ୍ଡ ଗାଁରେ ଲକ୍ଷାଧିକ ଟଙ୍କାର ସୁନାଗ୍ରହଣା ଚୋରି,ଥାନାରେ ଏତଲା ଦିଆଯାଇଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ନିଜର କାମଧନ୍ଦା ସାରି ଖାଇପିଇ ସମ୍ବୁନାଥ ସାହୁଙ୍କ ପରିବାର ଲୋକେ ଶୋଇଥିଲେ। ରାତି ୩ଟାରୁ କୌଣସି କାମରେ ସମ୍ବୁନାଥଙ୍କ ପତ୍ନୀ ସଂଯୁକ୍ତା ସାହୁ ଘର ବାହାରକୁ ଆସିବାକୁ ବାହାରିଥିଲେ । ମାତ୍ର ଘର ପ୍ରତେକ ରୁମରେ କୌଣସି ବ୍ୟକ୍ତି ବାହାରୁ ବନ୍ଦ କରିଦେବା ସହିତ ଘରର ମୁଖ୍ୟ ଫାଟକ ଖୋଲା ଥିଲା  । ଯାହାକୁ ଦେଖି ସଂଯୁକ୍ତା ନିଜ ଘର ଲୋକଙ୍କୁ ଡାକିଥିଲେ। ତେବେ ଘରର ସମସ୍ତ ରୁମକୁ ଯାଇ ଦେଖିଲା ବେଳକୁ ଅଧିକାଂଶ ଜିନିଷ ଚୋରି ହେଇଯାଇଥିଲା। ଏଥିସହିତ ନିଜର ଝିଅ ବାହାଘର ପାଇଁ ରଖିଥିବା ସୁନା ମୁଦି,ଚୁଡ଼ି,ମଙ୍ଗଳସୂତ୍ର ଓ ଅନ୍ୟାନ୍ୟ ରୁପା ଜିନିଷ ଚୋରି ହେଇଯାଇଥିଲା।  ତେବେ ଏହି ଚୋରି ଘଟଣାକୁ ସମ୍ବୁନାଥ ସାହୁ ଯାଜପୁର ରୋଡ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ଚୋରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେପଟେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ସଂଯୁକ୍ତା ସାହୁ ଦାବି କରିଛନ୍ତି l 

ୟୁଥ ଫର ଆକ୍ସନ ସଂଗଠନରେ ନୂତନ କାର୍ଯ୍ୟକର୍ତ୍ତା ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର - ଗତ କାଲି ହୋଟେଲ ରୋୟାଲ କଳିଙ୍ଗରେ ୟୁଥ ଫର ଆକ୍ସନ ସଙ୍ଘର କୋରାଇ ସଭାପତି ସୁଶୀଲ କୁମାର ମଲିକଙ୍କ ତତ୍ୱାବଧାନରେ କରାଇ ଓ ବ୍ୟାସନଗର ସଙ୍ଘର ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ନାମ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ସଂଗଠନ ଦୀର୍ଘ ୨ ବର୍ଷଧରି ନୂତନ ଭାବେ ଅଣ ରାଜନୈତିକ ସଂଗଠନ ଭାବେ କାର୍ଯ୍ୟକରୀ ଆସୁଥିବାବେଳେ ଦିନକୁ ଦିନ ସଂଗଠନ ପ୍ରତି ଜନସାଧାରଣ ତଥା ଯୁବ ପିଢିଙ୍କ ନିକଟତର ହେବାରେ ଲାଗିଛି l  ଏହି ସଂଗଠନ ନିରପେକ୍ଷ ଭାବେ ସମାଜକୁ ଏକ ସୁଦର, ସରସ କରି ଗଢିତୋଳିବା ଓ ଯୁବ ପିଢିଙ୍କ ନକରାତ୍ମକ ଚିନ୍ତାଧାରାକୁ ବଦଳାଇ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାଭଳି ଏହାର ମୁଖ୍ୟ ଉଦେଶ୍ୟ ବୋଲି ସଙ୍ଘ ରାଜ୍ୟ ସମ୍ପାଦକ ଅଶ୍ୱିନୀ କର କହିଥିଲେ l  ୟୁଥ ଫର ଆକ୍ସନ ସଙ୍ଘର ରାଜ୍ୟ ସମ୍ପାଦକ ଅଶ୍ୱିନୀ କର ଓ ଯାଜପୁର ଜିଲ୍ଲା ସଭାପତି ରୂପକ ଦାଶ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ସଙ୍ଘ ଘୋଷିତ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ କୋରାଇ ମଣ୍ଡଳ ସଭାପତି ଭାବେ ସୁଶୀଲ କୁମାର ମଲିକ, ଉପ ସଭାପତି ଭାବେ ଚନ୍ଦନ ମଲିକ, ମନୋଜ ରାଉତ, ସୁବ୍ରତ ସାହୁ, ରଞ୍ଜିତ ମଲିକ l ସମ୍ପାଦକ ଭାବେ ଜଗନ ବରାଳ ବିଶ୍ୱନାଥ ମହାରଣା, ଶ୍ରୀକାନ୍ତ ସ୍ୱାଇଁ, ରମାକାନ୍ତ କାଣ୍ଡି ଓ ଜ୍ଞାନରଞ୍ଜନ ମହାନ୍ତି ରହିଛନ୍ତି l ସାଧାରଣ

ଘୁନସର ଆଦିଶକ୍ତି ପୀଠରେ ନିଶାନ ଯାତ୍ରା ଉଦଯାପିତ l

Image
ବଲାଙ୍ଗୀର (ସଇଁନ୍ତଲା) :- ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଆଦିଶକ୍ତି ପୀଠରେ ଜିଲ୍ଲା ଆଦିବାସୀ କଲ୍ୟାଣ ତରଫରୁ ନିଶାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଦୀମାତା ଧରନି ପେନୁଙ୍କୁ ପୂଜାର୍ଚ୍ଚନା ପରେ ଆଦିବାସୀମାନେ ପାରମ୍ପାରିକ ନୃତ୍ୟ, ବାଦ୍ୟ, ଗୀତ ତାଳେ ତାଳେ ଘୁନସର ଗାଁରେ ସଂସ୍କୃତିକ ଶୋଭାଯାତ୍ରା କରିଥିଲେ । ନାରେନ ଢାପ ଦଳ, ପିପିଲକାନି ଡ଼କାଦଳ, ସୁରଡ଼ା ଡ଼କା ପାଟି, ସହିତ ସଇଁନ୍ତଲା ବ୍ଳକର ଡ଼କାଦଳ ଯୋଗଦେଇ ଥିଲେ । ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ପରେ ଆଦିଶକ୍ତି ପୀଠଠାରେ ନିଶାନ ଯାତ୍ରା ଅବସରରେ ପ୍ରାଚୀନ ଆଦିବାସୀ ଢାପ ନୃତ୍ୟ, ଡ଼କା ନୃତ୍ୟ, ଲୋକ ନୃତ୍ୟ, ଲୋକ ସଙ୍ଗୀତ, ଲୋକ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ନିଶାନ ଯାତ୍ରା ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହା ସଂଘର ମହାସଚିବ ନିରଞ୍ଜନ ବିଶି, ଉପଦେଷ୍ଟା ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ଥବିର ପୁଝାରୀ, ଈଶ୍ୱର ମିର୍ଦ୍ଧା, ସରୋଜ ପୁଝାରୀ, ପୀଠର ମୁଖ୍ୟ ପୂଜକ ହୀରା ବାବା ଉପସ୍ଥିତ ଥିଲେ । ଆଦିବାସୀ ସାଂସ୍କୃତିକ, ଭାଷା, ଧର୍ମ, ଦେବାଦେବୀ ପୂଜା ପାଳିତ ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ବିଦ୍ୟା, ଶିକ୍ଷା, ଦୀକ୍ଷାର ପୁନଃଉଦ୍ଧାର କରି ଆଦିବାସୀଙ୍କ ଆଦି ପରମ୍ପରାକୁ ଉଦ୍‌ଜାପିତ କରିବାକୁ ଆଦିବାସୀ