Posts

ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସହିଦ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ବ୍ୟାସନଗର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସ୍ଥାନୀୟ କାଶିବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ସଂଘର ସଭାପତି ରାଜେନ୍ଦ୍ର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ସହିଦ ଭଗତ ସିଂ, ରାଜଗୁରୁ ,ସୁଖଦେଵଙ୍କ ଫାଶି ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି ଉକ୍ତ ଦିନ ସକାଳ ୮ଘଟିକାରେ ଦଳା ନିକଟସ୍ଥ ନନ୍ଦିଘୋଷ ଟ୍ରେଡ଼ର୍ଶ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଜୀବାସହିତ ସ୍ଥାନୀୟ ଗୁଗୁଲ ମଣ୍ଡପ ଠାରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା ,ନୃତ୍ୟ,, ଚିତ୍ରାଙ୍କନ, ସଙ୍ଗୀତ , ଝୋଟି , ସହିଦ ଭଗତ ସିଂଙ୍କ କୌତୁକ ପୋଷାକ ଏବଂ ଏକ ପ୍ରଥପାନ୍ତ ନାଟକ ପ୍ରତିଯୋଗିତାର ଆୟୋଜନ କରାଯିବାପାଇଁ ସ୍ଥିର କରାଯାଇଅଛି ସଂଘ ପକ୍ଷରୁ ସନ୍ଧ୍ୟା ସମୟରେ ଏକ ଆଲୋଚନା ଏବଂ ସମ୍ବର୍ଦ୍ଧନା ସଭା ତତ୍ ସହିତ ସହିଦ ସ୍ମରଣୀକା ଉନ୍ମୋଚନ ହେବାକୁ ସ୍ଥିର କରାଯାଇଛି ଏହିସଭାରେ ସଂଘର ସମ୍ପାଦକ ହେମନ୍ତ କୁମାର ଧୀର ଉପସଭାପତି କଳିଙ୍ଗ ପହି ସହ ସମ୍ପାଦକ ଅଖାୟ ନାୟକ କାର୍ଯ୍ୟକାରୀ ସଭାପତି ସମୀର ରାୟ ଉପଦେଷ୍ଟା ଚନ୍ଦ୍ରମଣି ସାମଲ ନାରାୟଣ ଚନ୍ଦ୍ର ନାୟକ ,ସଭ୍ୟ ମହେଶ୍ୱର ନାୟକ,ଆଶିଷ କୁମାର ବଳ, ସଂଗ୍ରାମ କେଶରୀ ଜେନା, ଉପେନ୍ଦ୍ରନାଥ ମହାନ୍ତି , ଭଗବାନ ପଣ୍ଡା, ଦୀପକ କୁମାର ଦାସ, ଖଗେଶ୍ବର ମ

ବିଆଇପିଏଫ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ l

Image
ଯାଜପୁର (ସୁକିନ୍ଦା): - ଅlନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ପକ୍ଷରୁ ସୁକିନ୍ଦା କ୍ରୋମ ଉପତ୍ୟକାର କାଳିଆପାଣିସ୍ଥିତ ଗୋପବନ୍ଧୁ କ୍ଲବଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l କାଳିଆପାଣି ସରପଞ୍ଚ କଳ୍ପନା ଜେନା ଏହାକୁ ଉଦଘାଟନ କରଥିଲେ l ସମିତି ସଭ୍ୟା ସଂଗୀତା ପ୍ରଧାନ, ଇମ୍ଫାର କାଳିଆପାଣି କ୍ରୋମାଇଟ ଖଣି ପରିଚାଳକ ମନୋଜ କୁମାର ସାମଲ, ସିଆରପି ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥଲେ l ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମଧ୍ୟରେ ମହାମାରୀ କରୋନା ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଫାଉଣ୍ଡେସନ ପ୍ରଚେଷ୍ଟାରେ ଫିନାଇଲ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୁରୁଜଙ୍ଗ ମା ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀ, ଉନ୍ନତ ମାନର ଛତୁ ଉତ୍ପାଦନ ନିମନ୍ତେ ଭାରତୀ ମହାନ୍ତ ଓ ପରିବା ଚାଷ ନିମନ୍ତେ ନିର୍ମଳା ମହାନ୍ତ ପୁରଷ୍କୃତ ହୋଇଥିଲେ l ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ

ଓଡିଶା ପ୍ରତିଭା ପୂଜା ସଂସଦର ସାରସ୍ୱତ ସମାରୋହ l

Image
ଯାଜପୁର (ସୁକିନ୍ଦା): ରାଜ୍ୟର ପ୍ରମୁଖ ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ଓଡିଶା ପ୍ରତିଭା ପୂଜା ସଂସଦର ଯାଜପୁର ଜିଲା ଶାଖା ଆନୁକୂଲ୍ୟର ଭାରତୀୟ ବିଦ୍ୟା ନିକେତନ, ସୁକିନ୍ଦା ପରିସରରେ ସାରସ୍ୱତ ସମାରୋହ, କବିତା  ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି l ସଂସଦର ରାଜ୍ୟ ସାଧାରଣ ସମ୍ପାଦକ ଦିଲୀପ କୁମାର ଦାସ ଏହାକୁ ଉଦଘାଟନ କରିଥିଲେ l ସୁକିନ୍ଦା ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁ, ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସୁକିନ୍ଦା ବାର ଆସୋସିଏସନ ସଭାପତି ବିବେକାନନ୍ଦ ବୋଷ, ଶିକ୍ଷାବିତ ସୁରେନ୍ଦ୍ର କୁମାର ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ଏହି ଉପଲକ୍ଷେ ଅପର୍ଣ୍ଣl ମିଶ୍ର, ଲବଙ୍ଗଲତା ପରିଡା, ସୁଦାମ ଚରଣ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ପୂର୍ବତନ ଅର୍ଥମନ୍ତୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି,ସୁକିନ୍ଦା ରାଜାସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ବିଶିଷ୍ଠ ଅତିଥି, ସାହିତ୍ୟିକ ଡ. ଶରତ ରାୟ ଓ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ l ଓଡିଶା ସାହିତ୍ୟ ଏକାଡେମୀ ରାଜ୍ୟ ସଦସ୍ୟ ବାହାଦୂର ପାଟ୍ଟଶାଣୀ ମୁଖ୍ୟ

ଦିବ୍ୟାଙ୍ଗ କୁ କୃତିମ ଗୋଡ ରୋପଣ କରାଇଲେ ନେତାଜୀ ସୁଭାଷ ସେନା l

Image
ବ୍ୟୁରୋ ରିପୋର୍ଟ :- କଟକ ନୂଆବଜାର ସ୍ଥିତ ନେତାଜୀ ସୁଭାଷ ସେନା ସବୁବେଳେ ଦିବ୍ୟାଙ୍ଗ ମାନଙ୍କ ପାଇଁ ମହନୀୟତା କାମ କରି ଆସିଛି।ରାସ୍ତା କଡରେ ମାଟି ପାତ୍ର ବିକ୍ରି କରୁଥିବା ଏକ ବୁଲା ବିକାଳୀ ର କୃତିମ ଗୋଡ ରୋପଣ କରି ତାର କଷ୍ଟ ନିବାରଣ କରିଛନ୍ତି ସୁଭାଷ ସେନା। ପପୁ ବାଉରିଆ ନାମକ ଏହି ବୁଲା ବିକାଳୀ ଜଣଙ୍କ ରାଜସ୍ଥାନ ର ହୋଥିବା ବେଳେ ଦୃଭାଗ୍ୟ ବସତ ବିଦ୍ୟୁତ ସ୍ପର୍ଶ ରେ ଆସି ତାଙ୍କ ଡାହାଣ ଗୋଡ ଟି କଟା ଯାଇଥିଲା I ସେବେଠୁ ସେ ଦିବ୍ୟାଙ୍ଗ ହୋଇ ବହୁ କଷ୍ଟ ରେ ବେପାର କରୁଥିଲେ l ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କୁ ସୁଭାଷ ସେନାର ସଭାପତି ଅଜିତ ଦାସ ତାଙ୍କୁ ଓଲୋଟପୁର ସ୍ଥିତ ଏସ.ଭି. ନିରତାର ମେଡିକାଲ କୁ ନେଇ ତାଙ୍କର କୃତିମ ଗୋଡ ରୋପଣ କରିବା ସହ ଦୁଇଟି ଆଶ୍ରା ବାଡ଼ି ପ୍ରଦାନ କରିଛନ୍ତି। ସୁଭାଷ ସେନାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଏଭଳି ମହାନ କାର୍ଯ୍ୟ ସାଧାରଣରେ ଚର୍ଚ୍ଚା ର ବିଷୟ ହୋଇଛି। Netaji Subhash Sena implanted Dibyang with artificial legs.  Beuro report: - Netaji Subhash Sena in Cuttack New Bazaar has always done great deeds for the disabled. Subhash Sena has relieved his pain by planting the artificial legs of a bulla bikini selling clay pots on the side of the road. The man, identi

ଦୈନିକ ଓଡ଼ିଆ ଖବରକାଗଜ'' ମନ୍ଥନ '' ର ଦ୍ଵାଦଶ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

Image
Beuro report - ଓଡ଼ିଶା ରେ ଅତି ପରିଚିତ, ନିର୍ଭୀକ ଓଡ଼ିଆ ଦୈନିକ ଖବର କାଗଜ '' ମନ୍ଥନ '' ର ଦ୍ଵାଦଶ ସ୍ୱନକ୍ଷତ୍ର ଦିବସ ଢେଙ୍କାନାଳ ସ୍ଥିତ ଗୋପବନ୍ଧୁ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ '' ମନ୍ଥନ '' ର ସମ୍ପାଦକ ଶରତ ରାଉତ I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ - ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତ ବର୍ଷରେ ମିଡିଆ ପୁଞ୍ଜିପତି, ଶିଳ୍ପପତି ଓ ରାଜନେତା ଚଳାଇଛନ୍ତି l ଯାହାଦ୍ୱାରା ଭିନ୍ନ ଭିନ୍ନ ସମ୍ବାଦ ପତ୍ର ରେ କୌଣସି ସଠିକ୍ ଖବର ଜନସାଧାରଣ ପାଇପାରୁନାହାନ୍ତି I କିନ୍ତୁ'' ମନ୍ଥନ '' କ୍ଷୁଦ୍ର ଓ ମଧ୍ୟମ ଖବର କାଗଜ ହୋଇଥିଲେ ବି ଗୁଣାତ୍ମକ ଓ ନିର୍ଭୀକ ସମ୍ବାଦ ପରିବେଷଣ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିଛି l ଦଳ ମତ ନିର୍ବିଶେଷରେ ଖବର ପ୍ରଚାରିତ କରି ଓଡ଼ିଶା ର କୋଣ ଅନୁକୋଣରେ ପରିଚିତ ହୋଇପରିଛି l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାରାୟଣ ଦାସ (ପୂର୍ବତନ ପଞ୍ଚାୟତିରାଜ ମନ୍ତ୍ରୀ), ଶ୍ରୀଯୁକ୍ତ ଅବନୀକାନ୍ତ କାନୁନଗୋ (ସଭାପତି ରାଜ୍ଯ ଶିଳ୍ପ ମହାସଂଘ), କର୍ନେଲ ବିଶ୍ୱେଶ୍ୱର ରାଉତ୍, ସୂଚନା ଅଧିକାର କର୍ମୀ- ପ୍ରିୟବ୍ରତ ଗଡନାୟକ ଏହା ସହିତ ମୁଖ୍ୟ ବକ୍ତା ଭାବ

ସୁକିନ୍ଦା ମହାବିଦ୍ୟାଳୟ ଅଧକ୍ଷଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା l

Image
 ଯାଜପୁର (ସୁକିନ୍ଦା): ସୁକିନ୍ଦା ମହାବିଦ୍ୟାଳୟ ଅଧ୍ୟକ୍ଷ କୃଷ୍ଣ ବଲ୍ଲଭ ଶତପଥି ଅବସର ଗ୍ରହଣ କରିଥିବାରୁ କଲେଜ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏଥିରେ କଲେଜରେ ପୂର୍ବତନ ଅଧ୍ୟକ୍ଷ ଦୋଳଗୋବିନ୍ଦ ବଳ ଦୁର୍ଯ୍ୟୋଧନ ବେହେରା ଓ ରମାକାନ୍ତ ସାହୁ ପୂର୍ବତନ ଅଧ୍ୟାପକ ହେମନ୍ତ ରାଉତ ଦୀନବନ୍ଧୁ ସେଠି ପଦ୍ମନାଭ ରାଉତ ଅତିଥିଭାବେ ମଞ୍ଚାସୀନ ହୋଇ କଲେଜ କଳେବର ବୃଦ୍ଧିରେ ବିଦାୟୀ ଅଧ୍ୟକ୍ଷଙ୍କ ଅବଦାନ ଅତୁଳନୀୟ ବୋଲି ଅବିହିତ କରିଥିଲେ l ପୂର୍ବତନ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଦେବେନ୍ଦ୍ର ନାଥ ପାଣିଗ୍ରାହୀ ସୁବାଷ ବାରିକ ବନମାଳୀ ନାୟକ ଶରତ ମହାନ୍ତି ଶିବରାମ ନନ୍ଦ ରାମଚନ୍ଦ୍ର ଧୀର ଡ. ପ୍ରସନ୍ନ ମହାପାତ୍ର ଓ ଅଧ୍ୟାପିକା ସୁନନ୍ଦା ମହାପାତ୍ରଙ୍କ ସମେତ କଲେଜ ଅଧ୍ୟାପକ ଅକ୍ଷୟ ନାୟକ ଡ. ଲକ୍ଷ୍ମୀକାନ୍ତ ଦାଶ ରାଜେନ୍ଦ୍ର ନାରାୟଣ ରାଉଳ ହାଡିବନ୍ଧୁ ଦାସ ରତ୍ନାକର ପହି ଅଧ୍ୟାପିକା ଜ୍ୟୋତିର୍ମୟୀ ସାହୁ, ଅଣଶିକ୍ଷକ କର୍ମଚାରୀ ଚିତ୍ତରଞ୍ଜନ ବେଜ ଉଦ୍ଧବ ବେହେରା ପ୍ରମୁଖ ବିଦାୟୀ ଅଧ୍ୟକ୍ଷ ଜଣେ ଉନ୍ନତିମୂଳକ ଚିନ୍ତାଧାରାର ବ୍ୟକ୍ତି ଥିଲେ ବୋଲି ଅବିହିତ କରି କଲେଜର କଳେବର ବୃଦ୍ଧିରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ l ବିଦାୟୀ ଅଧ୍ୟକ୍ଷ ଶ୍ରୀ ଶତପଥୀ ସମ୍ବର୍ଦ୍ଧନାର ଉତ୍ତର ଦେଇ କଲେଜ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କ

ସୁକିନ୍ଦାର ସମସ୍ତ ପେଟ୍ରୋଲ ପମ୍ପରୁ ମୋଦିଙ୍କ ହୋର୍ଡିଙ୍ଗ ହଟାଇଲା ଯୁବ କଂଗ୍ରେସ l

Image
ଯାଜପୁର (ସୁକିନ୍ଦା) : ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଉଛି l ତୈଳ ଓ ଗ୍ୟାସର ମୂଲ୍ୟବୃଦ୍ଧିକୁ ବିରୋଧକରି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ସୁକିନ୍ଦା ଓ ଦାନଗଦୀ ବ୍ଲକର ବିଭିନ୍ନ ସ୍ଥାନରେଥିବା ପେଟ୍ରୋଲ ପମ୍ପ ଗୁଡିକରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ହୋର୍ଡିଙ୍ଗରେ କଳା ବୋଳାଯିବା ସହ ସେଗୁଡିକୁ ହଟାଇ ଦିଆକାଇଥିଲା l ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସlମନ୍ତରାୟଙ୍କ ନେତୃତ୍ୱରେ ଚଞ୍ଚଳ ମହାପାତ୍ର,ସାମନ୍ତ ନିରଞ୍ଜନ ଜେନାମଣି, ଅଭିମନ୍ୟୁ ଘଡ଼ାଇ, ଅଭିରାମ କାଣ୍ଡି, ଅଜିତ ନାୟକ,ରାକେଶ କୁମାର ନାଟିଆ,ଉମାକାନ୍ତ ଜେନାମଣି, ବାବୁଲି ପୂର୍ତ୍ତୀ, ମଳୟ ପାତ୍ର, ଅଜିତ ଜେନା,ସୁଶାନ୍ତ ପାତ୍ର, ଭବାନୀ ଦେଓ, ଅମୁଲ୍ୟ ପାତ୍ର, ନିଲୁ ଦେଓ, ଅରୁଣ ମଲ୍ଲିକ, ପ୍ରସନ୍ନ ନାୟକ, ଶେଖ ସବୀର କଳ୍ପତରୁ ଧଳ ପ୍ରମୁଖ ବହୁ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ କଂଗ୍ରେସ କର୍ମୀ ଦାନଗଦୀ, ଡ଼ୁବୁରି, ବାଘୁଆପାଳ,ବାଘବlହlଳି (ସୁକିନ୍ଦା), ମୁଲଖମ୍ବ (କୁହିକା)ଆଦି ସ୍ଥାନରେଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ମୋଦି ସରକାର ବିରୋଧୀ ନାରାଡେଇ ମୋଦିଙ୍କ ହୋର୍ଡିଙ୍ଗ ଗୁଡିକୁ ହଟାଇ ଦେଇଥିଲେ l (ଜୟ ନାରାୟଣ ମହାପାତ୍ରଙ୍କ