Posts

କେନ୍ଦ୍ରାପଡ଼ାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ଘଟଣାକୁ ସୁକିନ୍ଦା ପ୍ରେସ ଫୋରମର ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି I

Image
ଯାଜପୁର (କଳିଙ୍ଗନଗର): - କେନ୍ଦ୍ରାପଡ଼ାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜନୈକା ମହିଳା କନେଷ୍ଟବଳ ଗତ 22ତାରିଖରେ ବିଚ ରାସ୍ତାରେ ମାଡମାରିବା ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବlରୁ କେନ୍ଦ୍ରାପଡ଼ାର ସାମ୍ବାଦିକ ଭାଇମାନେ ଆନ୍ଦୋଳନକୁ ଓଲ୍ଲାହିଛନ୍ତି lରାଜ୍ୟର ବିଭିନ୍ନ ଜିଲା ଓ ବ୍ଲକ ସ୍ତରୀୟ ସାମ୍ବାଦିକ ସଂଗଠନ ପକ୍ଷରୁ ଏହାକୁ ସମର୍ଥନ ଜଣାଇ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଦାବି ଜୋର ଧରୁଛି l ଯାଜପୁର ଜିଲ୍ଲାର ସୁକିନ୍ଦା ପ୍ରେସ ଫୋରମ ପକ୍ଷରୁ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜ୍ଞାପନ କରାଯାଇଛି l ଫୋରମର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ ଡ଼ୁବୁରୀ ଏକ୍ସପ୍ରେସ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଇନକୁ ହାତକୁ ନେଇଥିବା ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବିକରି ନାରାବାଜି ଦେଇଥିଲେ l ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ଉପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକ୍ରମଣ କରାଯାଇ ସେମାନଙ୍କ କଣ୍ଠରୋଧପାଇଁ ହେଉଥିବା ଉଦ୍ୟମକୁ ତୀବ୍ର ନିନ୍ଦା କରାଯିବା ସହ ରାଜ୍ୟ ସରକାର ତୁରନ୍ତ ସାମ୍ୱାଦିଜ ସୁରକ୍ଷା ଆଇନ କାର୍ଯ୍ୟଜାରୀ କରିବାକୁ ଫୋରମ ପକ୍ଷରୁ ଦାବି କରାଯ

ପ୍ରତିଶୃତି ରକ୍ଷା କଲେ ରାଜ୍ଯ ସରକାର l

Image
ଭୁବନେଶ୍ବର : - ପ୍ରତିଶୃତି ରକ୍ଷା କଲେ ରାଜ୍ୟ ସରକାର । କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରଙ୍କ ଯେଉଁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ମିଳିବା ନେଇ ଘୋଷଣା କରିଥିଲେ ତାହାକୁ ଆଜି ମଞ୍ଜୁର କରିଛନ୍ତି।କୋଭିଡ଼ ମହାମାରୀରେ ବିଗତ ଦିନରେ ପ୍ରାଣ ହରାଇଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାର ପାଇଁ ୨ କୋଟି ୫୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୭ ଜଣ ସାମ୍ବାଦିକଙ୍କ ମଧ୍ୟରୁ ଏହିମାନେ ପାଇବେ ସହାୟତା ।  –ପ୍ରଦୀପ କିଶୋର ସାହୁ, ସମ୍ବାଦ, ଗଞ୍ଜାମ  ଗୋବିନ୍ଦ ବେହେରା, ଟିଭି ନିଉଜ ୬(ୱେବ), ଗଞ୍ଜାମ  କିଶୋର ଚନ୍ଦ୍ର ଦାଶ, ସମାଜ, ଗଞ୍ଜାମ  ନରେଶ କୁମାର ବେହେରା, ଓଡ଼ିଶା ଫାଇଲ୍ସ, ଗଞ୍ଜାମ  ରତ୍ନାକର ମହାରଣା, କଳିଙ୍ଗ ଜ୍ୟୋତି, ଗଂଜାମ  ନୀଳୟ ରଂଜନ ପଟ୍ଟନାୟକ, ବ୍ଲକ ପ୍ରତିନିଧି, ଗଞ୍ଜାମ  କରୁଣାକର ସାହୁ, ଅନୁପମ ଭାରତ, ଗଞ୍ଜାମ  ମାନସ ଜୟପୁରିଆ, ଜି–ଓଡ଼ିଶା, ଭୁବନେଶ୍ୱର  ବସନ୍ତ ଦାସ, ମୁକ୍ତବୃତ୍ତି ସାମ୍ବାଦିକ , ଭୁବନେଶ୍ୱର  ବିଜୟନ ଲକ୍ଷ୍ମୀ ମହାନ୍ତି, ଆଜିକାଲି, ଭୁବନେଶ୍ୱର  ପ୍ରୀତିମାନ ମହାପାତ୍ର, ଟାଇମ୍ସ ଅଫ୍ ଇଣ୍ଡିଆ, ଭୁବନେଶ୍ୱର  ଶୁଭ୍ରାଂଶୁ ଶେଖର ମିଶ୍ର, ସମ୍ବାଦ, ବଲାଙ୍ଗୀର  ଯତୀଶ ଚନ୍ଦ

ବାଘ ଛାଲ ଜବଦ କରିବା ସହ ଶିକାରୀ ଗିରଫ l

Image
କଣ୍ଟାମାଳ(ବ୍ୟୁରୋ ରିପୋର୍ଟ) : - ବୌଦ୍ଧ ବନଖଣ୍ଡ ମନମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କପାସିରା ଗ୍ରାମ ନିକଟରୁ ଆଜି ଷ୍ଟେଟ୍‍ ଟାସ୍କ ଫୋର୍ସ ଟିମ୍‍ର ଚଢାଉରେ ଏକ ବାଘ ଛାଲ, ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ ହୋଇ ଥିବା ଜଣାଯାଇଛି। ବାଘ ଛାଲର ମୂଖ୍ୟ ଅଭିଯୁକ୍ତକୁ ମଧ୍ୟ ଟାସ୍କ ଫୋର୍ସ ଟିମ ଗିରଫ କରିଥିବା ଜଣା ପଡିଛି। ସୂଚନା ପ୍ରକାରେ କୌଣସି ସୂତ୍ରରୁ ଖବର ପାଇ ଭୂବରେଶ୍ୱରରୁ ଏସ୍‍ଟିଏଫ୍‍ର ସ୍ୱତନ୍ତ୍ର ଟିମ୍‍ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବାଘ ଛାଲ ବିକ୍ରି ପାଇଁ ଡିଲ୍‍ ଚାଲିଥିବା ବେଳେ ଅତର୍କୀତ ଚଢାଉ କରି ବାଘ ଛାଲ ସହ ଶୀକାରୀ ହର ରଣାକୁ କାବୁ କରି ନେଇଥିଲେ। ଜବତ ବାଘ ଛାଲର ଫରେନସିକ ଯାଞ୍ଚପାଇଁ ଡେରାଡୁନ୍‍ ପରୀକ୍ଷାଗାରକୁ ପଠାଯିବ ବୋଲି ସୂଚନା ମିଳିଛି। ସବିଶେଷ ତଥ୍ୟ ପାଇଁ ଏସ୍‍ଟିଏଫ୍‍ ଟିମ୍‍ ଦ୍ୱାରା ଗିରଫ ଶିକାରୀ ହର ରଣାକୁ ପଚରା ଉଚୁରା କରିବା ପାଇଁ ଅନ୍ୟତ୍ର ନେଇ ଯାଇଥିବା ଜଣାଯାଇଛି। ପ୍ରକାଶ ଥାଉକି କିଛି ଦିନ ତଳେ ମଧ୍ୟ ଏସ୍‍ଟିଏଫ୍‍ ଦ୍ୱାରା ଆଉ ଏକ ବାଘ ଛାଲ ବିକ୍ରୀ କରିବା ସମୟରେ ମନମୁଣ୍ଡା ପାଖରୁ ହିଁ ଜବତ କରାଯାଇଥିଲା। The hunter was arrested along with tiger skins.  KANTAMAL(Beuro Report) : - A tiger skin, a gun and live ammunition were reportedly seized in a raid by the State Task Force Team7 today near K

ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ।(ନାସା)

Image
ୱାଶିଂଟନ(ବ୍ୟୁରୋ ରିପୋର୍ଟ) : - ପୃଥିବୀ ଆଡ଼କୁ ଦ୍ରୁତଗତିରେ ମାଡ଼ି ଆସୁଛି ଗୋଟିଏ ବିରାଟ ଉଲକା ପିଣ୍ଡ। ଏହାର ଆକାର ଗୋଟିଏ ଷ୍ଟାଡିୟମ ଭଳି। ଏଥିରୁ ଅନୁମାନ କରିପାରୁଥିବେ, ଏହା କେତେ ବଡ଼ ଉଲକାପିଣ୍ତ। 2008Go20 ନାମକ ଏହି ଉଲକା ପିଣ୍ଡ ଜୁଲାଇ ୨୪ରେ ପୃଥିବୀକୁ ଅତିକ୍ରମ କରିବ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ଏହା ବିପର୍ଯ୍ୟୟ ଘଟାଇବାର ଆଶଙ୍କା ଥିବାରୁ ନାସା ପକ୍ଷରୁ ଏହା ବିପଦଜ୍ଜନକ କ୍ୟାଟାଗୋରୀରେ ରଖାଯାଇଛି। ସୂଚନା ଅନୁସାରେ, ଏହି ଉଲକାପିଣ୍ଡଟି ସେକେଣ୍ଡ ପିଛା ୮ କିମି ବେଗରେ ଗତି କରୁଛି। ଏହାର ଅର୍ଥ ଘଣ୍ଟାପ୍ରତି ବେଗ ୨୮,୮୦୦ ରହିଛି। ଗତି ଖୁବ ଅଧିକ ଥିବାରୁ ଏହାର ସାମ୍ନାରେ ଯାହା ବି ଆସିବ, ସେଗୁଡ଼ିକ ଧ୍ୱଂସ ପାଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ନାସା ଏହାର ଗତିପଥ ଉପରେ ନଜର ରଖିଛି। ଜୁନ୍‌ ମାସରେ ୨୦୨୧କେଟି୧ ନାମକ ଗୋଟିଏ ଉଲକା ପିଣ୍ଡ ପୃଥିବୀ ନିକଟରେ ପହଞ୍ଚିଥିଲା। ଏହାର ଆକାରର ଇଫେଲ ଟାୱାର ଭଳି ରହିଥିଲା। ଏହା ପୃଥିବୀ ଠାରୁ ୪.୫ ମିଲିୟନ ଦୂରତାରେ ଯାଇଥିଲା। ପୃଥିବୀ ଠାରୁ ୪.୬ ମିଲିୟନ ଦୂର ଦେଇ ଗତି କରୁଥିବା ସମସ୍ତ ବସ୍ତକୁ ବିପଦଜ୍ଜନକ ତାଲିକାରେ ରଖାଯାଇଥାଏ। ଏହି ଷ୍ଟାଡିୟମ ଆକାରର ଉଲକା ପିଣ୍ଡର ନିୟର ଆର୍ଥ ଅବଜେକ୍ଟ(ଏନଇଓ) ୨୦ ମିଟର ଚଉଡ଼ା ଓ ଏହା ୨୮,୭୦,୮୪୭,୬୦୭ କିଲୋମିଟର ଦୂରରୁ ଦୃଶ୍ୟମାନ ହେବ। ଯାହା ପୃଥିବୀ ଏବଂ ଚନ୍ଦ୍ରର ମୋଟ ଦୂରତା ଠାରୁ ୮ ଗୁ

ଦାନଗଦି ରେ କୋଭିଡ୍ ନିୟମାନୁସାରେ ପାଳନ ହେଲା ବାହୁଡ଼ା ଯାତ୍ରା l

Image
ଯାଜପୁର :- ସାରା ବିଶ୍ୱରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଳନ କରାଯାଉଛି l ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ପୁରପଲ୍ଲୀରେ ଏହାକୁ ପାଳନ କରାଯାଇଥାଏ l ଏହି ଅବସରରେ ଦାନଗଦି ତ୍ରିରଙ୍ଗା ଜଗନ୍ନାଥ କଲୋନୀ ରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରୀତିନୀତି ଅନୁସାରେ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ଶତାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥଲେ । ମନ୍ଦିର ପରିଚାଳନା କମିଟିର ସଭାପତି ଭାସ୍କର ଚରଣ ପୃଷ୍ଟି ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ବୋଲି ମନ୍ଦିର କମିଟିର ପରିଚାଳକ ସୂଚନା ଦେଇଛନ୍ତି l The Bahuda pilgrimage was observed in Danagadi as per the Covid rules.  Jajpur: - The world-famous rath yatra is being celebrated all over the world. On the occasion, the fourth idol was worshiped in the morning as per the custom. In the evening, hundreds of devotees drank prasad. Bhaskar Charan Pristi, chairman of the temple management committee, and all the members were present, the temple committee manager sai

ଗଳ୍ପ ସଙ୍କଳନ '' ମାଟି ଘୋଡ଼ା '' କୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡ଼ା’ର ଲୋକାର୍ପଣ କରିଛନ୍ତି । ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ୱତର ସନ୍ଧାନ କରିଛନ୍ତି ।  ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି । ମାଟିର ଘୋଡ଼ା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର ଗନ୍ଧ ଆଦି ଗଳ୍ପ ସଂକଳନ ଶ୍ରୀ ମହାପାତ୍ରଙ୍କ ଉଜ୍ଜଳ ସାରସ୍ୱତ ପ୍ରତିଭାର ପ୍ରତିଶ୍ରୁତି ବହନ କରୁଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଥାକାର ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକଟିର ସଫଳତା କାମନା କରିଛନ୍ତି । Chief Minister Shri Naveen Patnaik has unveiled the collection of stories "Mati Ghoda".  Bhubaneswar(Beuro Report) : - Chief Minister Naveen Patnaik has unveiled a collection of short stories by retired administrator and narrator Pradeep Mohapatra at Naveen Niwas. He has found eternity in the luminous wire that has lost itself in the honey of the soil.  He has created his identity a

ଯାଜପୁର ରୋଡ଼ ସେଣ୍ଟ୍ରାଲ ସ୍କୁଲ ଗୃହ ନିର୍ମାଣ ପାଇଁ କେନ୍ଦ୍ରସରକାର ଅର୍ଥ ମଞ୍ଜୁର କଲେ l

Image
ଯାଜପୁର : - ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପାଈଁ ଖର୍ଚ୍ଚ ହେବ ୨୩ କୋଟି ୩୨ ଲକ୍ଷ ସୂଚନା ଦେଲେ ସାଂସଦ ଶର୍ମିଷ୍ଠା ସେଠି। ପ୍ରକାଶ ଯୋଗ୍ୟ ଆଜି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଅଚାନକ ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ପରିଦର୍ଶନରେ ଆସିଥିଲେ। ସୂଚନା ମୁତାବକ ବ୍ୟାସନଗର ସ୍ଥିତ ସେଣ୍ଟ୍ରାଲ ସ୍କୁଲ ନିଜସ୍ଵ ଘରକି ଜାଗା ନଥିବାରୁ ବ୍ୟାସନଗର ସ୍ଥିତ ଏନସି ହାଇସ୍କୁଲ ପରିସରରେ ଅନେକ ଦିନ ହେବ ଚାଲୁ ରହୁଛି। ଯେଉଁଠି ୪୫୦ରୁ ଉର୍ଦ୍ଧ୍ବ ପିଲା ପାଠ ପଢ଼ୁଥିବା ବେଳେ ପର୍ଯ୍ୟାପ୍ତ ଶ୍ରେଣୀ ଗୃହ ନଥିବାରୁ ପାଠ ପଢିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲର ଅଭିଭାବକ ସଙ୍ଘ ଓ ସ୍କୁଲର ପ୍ରିନ୍ସପାଲ ସ୍ୱତନ୍ତ୍ର ସ୍କୁଲ ଘର ନିର୍ମାଣ ପାଇଁ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟକ ଅଶୋକ କୁମାର ବଳଙ୍କ ନିକଟରେ ଦାବି କରୁଥିଲେ । ତେବେ ସାଂସଦ ଓ ବିଧାୟକଙ୍କ ପ୍ରଚେଷ୍ଟାରେ ସେଣ୍ଟ୍ରାଲ ସ୍କୁଲର ସ୍ଵତନ୍ତ୍ର ଗୃହ ନିର୍ମାଣ ପାଇଁ ୨୩ କୋଟି ୩୨ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବା ଆଜି ସେଣ୍ଟ୍ରାଲ ସ୍କୁଲ ପରିଦର୍ଶନରେ ଆସି ସୂଚନା ଦେଇଛନ୍ତି ସାଂସଦ ଶ୍ରୀମତୀ ସେଠୀ । ଏଥିସହିତ ଏହି କାର୍ଯ୍ୟ କିଭଳି ଶୀଘ୍ର ଆରମ୍ଭ ହେବ ସେଥିପାଇଁ ପ୍ରୟାସ ଆରମ୍ଭ କରିବେ ବୋଲି ସାଂସଦଙ୍କ ପକ୍ଷରୁ ସୂଚନା ମିଳିଛି।ଆଜିର ଏହି ଗସ୍ତ ସମୟରେ ବ୍ୟାସନଗର ପୌରପର