Posts

ବିଆଇପିଏଫ -ଭୂମିକା ଭିଜନ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି l

Image
ଯାଜପୁର (ସୁକିନ୍ଦା) : -ଇମ୍ଫାର ସାମାଜିକ କଲ୍ୟାଣ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ଓ ଭୂମିକା ଭିଜନ ସେଣ୍ଟର ସହାଭାଗିତାରେ ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଖଣି ଅଞ୍ଚଳର କାଳିଆପାଣି କ୍ରୋମାଇଟ ଖଣି ହସପିଟାଲ ଠାରେ ଚକ୍ଷୁ ପରୀକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି l ଇମ୍ଫାର ଉପ ସଭାପତି ତଥା ବ୍ୟବସାୟିକ ମୁଖ୍ୟ ସନ୍ଦୀପ ବାପୁରାଓଜୀ ନାରାଡେ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନକରି ସୁକିନ୍ଦା ଖଣି ଅଞ୍ଚଳରେ ବାସକରୁଥିବା ଜନ ସାଧାରଣଙ୍କୁ ଗୁଣାତ୍ମକ ଚକ୍ଷୁ ଚିକିତ୍ସା ଯୋଗାଇ ଦେବା ପାଇଁ ବିଆଇପିଏଫ, ଭୂମିକା ଆଇ ହସ୍ପିଟାଲ ସହ ସହବନ୍ଧିତ ହୋଇଛି ବୋଲି କହିଥିଲେ l ଭୂମିକା ଭିଜନ ସେଣ୍ଟର ଅଧ୍ୟକ୍ଷ ଭୀଷ୍ମ ପ୍ରସାଦ ରଥ ଏଥିରେ ଯୋଗଦେଇ ଏହି ଚିକିତ୍ସା କେନ୍ଦ୍ରରେ ଚକ୍ଷୁ ରୋଗୀ ମାନଙ୍କୁ ନିଃଶୁଳ୍କ ରହଣି ସହ ରିହାତି ଦରରେ ଚିକିତ୍ସା ସମ୍ୱନ୍ଧୀୟ ସେବା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ l ବିଆଇପିଏଫର ଉପସଭାପତି ଅଶୋକ ବେହେରା ମଧ୍ୟ ଉଦବୋଧନ ଦେଇଥିଲେ l ଉଦଘାଟନୀ ଉତ୍ସବରେ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘ ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର, ଉପ ସଭାପତି ପ୍ରଭାତ ରଞ୍ଜନ ପରିଡା, ଯୁଗ୍ମ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଜିଲା ପରିଷଦ ସଭ୍ୟା ଜେମା ଚାଖୀ, କାଳିଆପାଣି ଓ ରାଁସୋଳ ପଞ୍ଚାୟତର ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ l

ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ ସହ ଶାନ୍ତିପୂର୍ଣ ବିକ୍ଷୋଭ ଦ୍ୱିତୀୟ ଦିନରେ I

Image
ବ୍ୟୁରୋ ରିପୋର୍ଟ :- ଓଡିଶାରୁ ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ସମ୍ପୂର୍ଣ ଉଚ୍ଛେଦ ଦାବିରେ ଅଗଷ୍ଟ ୧୬ ତାରିଖ ଠାରୁ ସପ୍ତାହ ବ୍ୟାପି ସାରା ରାଜ୍ୟରେ କଳା ବ୍ୟାଚ୍ ପିନ୍ଧି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଦ୍ୱିତୀୟ ଦିନରେ ।   ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ ପକ୍ଷରୁ ଅଗଷ୍ଟ ୧୬ ତାରିଖରୁ ସପ୍ତାହ ବ୍ୟାପି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଦ୍ୱାରା କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ଭାବେ ନିଜର ଯଥୋଚିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଉଛି। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଓଡିଶା ସରକାରଙ୍କ ସମସ୍ତ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ,ସାମଜିକ ସୁରକ୍ଷା,କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମ ଆଦି ବିଭିନ୍ନ ବିଭାଗ ରୁ କାର୍ଯ୍ୟରତ କର୍ମଚାରୀ ମାନେ ପ୍ରତେକ ଜିଲ୍ଲା, ବ୍ଲକ ସ୍ତରରେ ଅବସ୍ଥାପିତ ମୁଖ୍ୟ ଦପ୍ତର ଠାରୁ ଆରମ୍ଭକରି ଭୁବନେଶ୍ୱର ବିଭାଗୀୟ ମୁଖ୍ୟ କାର୍ଯ୍ୟଳୟରେ କାର୍ଯ୍ୟରତ ସମସ୍ତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନେ କଳା ବ୍ୟାଚ୍ ପରିଧାନ ସହ ଶାନ

ଧସିଲା ବେଦାନ୍ତ ଖଣି ,ଗ୍ରାମବାସୀ ଆତଙ୍କିତ।

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲାରେ କ୍ରୋମ୍ ଉତ୍ତୋଳନ କରୁଥିବା କମ୍ପାନୀ ବେଦାନ୍ତ ଖଣିରେ ଅଘଟଣ । ୫୦ ମିଟର ଓସାରରେ ଖଣି ସିମାଞ୍ଚଳ ଠାରୁ ୫୦ ମିଟର ଗୁରୁଜାଙ୍ଗ ଗ୍ରାମ ପର୍ଯ୍ୟନ୍ତ ମାଟି ଧସି ଖଣିର ବଟମ୍ ପର୍ଯ୍ୟନ୍ତ ଖସିଯାଇଛି । ଯାହାଫଳରେ ଖଣି ଭିତରେ ୬ଟି ମେସିନ ପୋତି ହୋଇଥିବା ସୂଚନା ମିଳୁଛି । ଘଟଣାରୁ ପ୍ରକାଶ ଯେ ଲଗାଣ ବର୍ଷା କାରଣରୁ ଶନିବାର ଦିନ ବେଦାନ୍ତ ଖଣି ପରିସିମା ଠାରୁ ୫୦ ମିଟର ଦୂରତାରେ ଗୁରୁଜଙ୍ଗ ଗ୍ରାମ ନିକଟରୁ ଫାଟ ସୃଷ୍ଟି ହୋଇଥିଲା । ଗ୍ରାମବାସୀ ମାନେ ଫାଟ ଦେଖି ଖଣି କର୍ତ୍ତୁପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖଣି କର୍ତ୍ତୁପକ୍ଷ ଦୁଇଗୋଟି ସେସିନ୍ ଦ୍ବାରା ଫାଟ ହୋଇଥିବା ସ୍ଥାନ କୁ ଲୁଚାଇବାକୁ ଚେଷ୍ଟାକରିଥିଲେ ଏବଂ ଘଟଣା ସମ୍ଭଧରେ କୌଣସି ଆଡେ ପ୍ରଘଟ ନକରିବାକୁ ବୁଝା ସୁଝା କରିଥିଲେ । ଗ୍ରାମ ବାସୀ ମାନେ କତ୍ରୁପକ୍ଷ ଙ୍କ କଥା ନ ଶୁଣି ମେସିନ କୁ ଫେରେଇ ଦେଇଥିଲେ । ଯାହାଫଳରେ ଅନ୍ୟ କୌଣସି ପଦକ୍ଷେପ ନ ନେଇ ଉକ୍ତ ସ୍ଥାନ ରୁ ପୋକ୍ ଲିନ୍ ମେସିନ ଫେରାଇ ଆଣିଥିଲେ । ଘଟଣାଟି ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ଦିନ ଅପରାହ୍ନ ୪-୩୦ ଘଟିକା ସମୟରେ ହଠାତ ଅତଡା ଭୂଷୁଳି ଯାଇଥିଲା ଫଳରେ ପାଖାପାଖି ୫୦୦ ଟ୍ରିପ୍ ବଡଟିପର ରେ ମାଟି ରୁ ଅଧିକ ଅନୁମାନ ହୁଏ । ବିରାଟ ଶବ୍ଦ ଶୁଣି ଗାଁ ଲୋକ ଭୟଭୀତ ହୋଇଯାଇଥିଲେ ଏବଂ ପରେ ଉକ୍ତ ସ୍ଥାନକୁ ଯାଇ ଦେଖିଥ

ଯାଜପୁର ରୋଡ଼ ପୋଲିସର ବଡ଼ ସଫଳତା ୨ ଚୋର ଗିରଫ ଓ ୨ ଗାଡି ଉଦ୍ଧାର I

Image
  ଯାଜପୁର (ବ୍ୟୁରୋ ରିପୋର୍ଟ) :-ଜିଲ୍ଳା ର ବ୍ୟାସନଗର (ଯାଜପୁର ରୋଡ) ରୁ ଗୋଟିଏ ଦିନରେ ଗୋଟିଏ କାର ଓ ଗୋଟିଏ ବାଇକ ଚୋରି ଘଟଣାରେ ଦୁଇ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ରୋଡ଼ ଥାନା ପୋଲିସ l କାର ଓ ବାଇକକୁ କଟକ ଅଞ୍ଚଳରୁ ଉଦ୍ଧାର କରିଛି ଯାଜପୁର ରୋଡ଼ ପୋଲିସ I ସୂଚନା ମୁତାବକ ଗତ ମାସ ୨୪ ତାରିଖରେ ହୋଟେଲ ମୀରାବିଲ ର ମ୍ୟାନେଜର ଜେତେନ୍ଦ୍ର କୁମାର ପଣ୍ଡା ନିଜ ଇଣ୍ଡିଗୋ କାର ଗାଡି ନଂ OD 02P -7324 କୁ ହୋଟେଲ ସମ୍ମୁଖରେ ରଖି ହୋଟେଲ ଭିତରକୁ ଯାଇଥିଲେ, କିଛି ସମୟ ପରେ ଆସି ଦେଖିଥିଲେ ତାଙ୍କ କାର ଉକ୍ତ ସ୍ଥାନରେ ନଥିଲା ଏବଂ କୌଣସି ଦୁର୍ବୁର୍ତ୍ତ ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ l ଏନେଇ ଶ୍ରୀ ପଣ୍ଡା ଯାଜପୁର ରୋଡ ଥାନାରେ ଏକ ଏତଲା କରିଥିଲେ l ଠିକ ସେହି ଦିନ ଯାଜପୁର ରୋଡ଼ ଦଳା ଶିବମନ୍ଦିର ସାମ୍ନାରୁ ମାନସ ବଳଙ୍କ ହୋଣ୍ଡା ବାଇକ ନଂ OR 05 AS 9562 ଚୋରି ହୋଇଥିଲା ଏବଂ ଶ୍ରୀ ବଳ ମଧ୍ୟ ଏକ ଏତଲା ଯାଜପୁରରୋଡ଼ ଥାନାରେ କରିଥିଲେ l ଉଭୟ ଏତଲାକୁ ଭିତିକରି କେସ ନମ୍ବର ୩୯୦/୨୨ ଓ ୩୯୧/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଯାଜପୁର ରୋଡ଼ ପୋଲିସ l ଏକା ଦିନରେ ସହର ମଧ୍ୟରେ ଦୁଇ ଦୁଇଟି ଚୋରୀ ପୋଲିସ୍ ଆଖିରୁ ନିଦ ହଜାଇ ଦେଇଥିଲା l ପୋଲିସ୍ ପାଇଁ ଏହା ବଡ଼ ଚାଲେଞ୍ଜ ହୋଇଥିବବେଳେ ଗତକାଲି କୌଣସି ସୂତ୍ରରୁ ଖବର ପାଇ ଯାଜପୁରରୋଡ଼

କର୍କଟ ପିଡୀତଙ୍କ ଚିକିତ୍ସା ଦାବିରେ ରାଜରାସ୍ତା ନେତାଜୀ ସୁଭାଷ ସେନା l

Image
  କଟକ (ବ୍ୟୁରୋ ରିପୋର୍ଟ) :- ଫିରିଙ୍ଗି ବଜାର ରେ ବାସ କରନ୍ତି ରଜନୀକାନ୍ତ ମହାନ୍ତି,ଏବେ ସେ ଫୁସଫୁସ କର୍କଟ ରେ ପୀଡିତ ହୋଇ ଶଯ୍ୟାଶାୟୀ।ଛୋଟ ଝିଅ ଓ ସ୍ତ୍ରୀ କୁ ନେଇ ଛୋଟ ସଂସାର ଟେ ଥିଲା ହେଲେ ହଟାତ ତାଙ୍କ ପରିବାର ଉପରେ କର୍କର ପରି ଦୁରାସାଧ୍ୟ ରୋଗ ର ଚଡକ ପଡିଛି,ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ସେ ସୋସିଆଲ ମିଡିଆ ରେ ଆକୁଳ ନିବେଦନ କରିଥିଲେ l  ରଜନୀକାନ୍ତ ଙ୍କ ଖବର ନେତାଜୀ ସୁଭାଷ ସେନା ଜାଣିବା ପରେ ରାଜରାସ୍ତା ରେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ଭିକ୍ଷା କରିବା ସହ ସରକାର ଙ୍କୁ ନିବେଦନ କରିଛନ୍ତି ରଜନୀକାନ୍ତ ଙ୍କୁ କର୍କଟ ଚିକିତ୍ସା ନିମନ୍ତେ ଆର୍ଥିକ ସାହାଯ୍ୟ କରାଯାଉ।ସୁବାସ ସେନା ତରଫ ରୁ କଟକ ନୂଆବଜାର ଠାରୁ କଲେଜ ଛକ ପର୍ଯ୍ୟନ୍ତ ରଜନୀକାନ୍ତ ଙ୍କୁ ଆର୍ଥିକ ସାହାଯ୍ୟ ଦାବି କରି ଏକ ସଭାଯାତ୍ରା ହୋଇଥିଲା।ଓଡିଶା ର ପ୍ରତ୍ୟକ ବ୍ୟକ୍ତି ନିଜ ସକ୍ଷମ ଅନୁଯାଇ ଫୋନ ପେ କରିବାକୁ ରଜନୀକାନ୍ତ ଙ୍କ ପତ୍ନୀ ଆକୁଳ ନିବେଦନ କରିଛନ୍ତି।ଫୋନ ପେ no-୯୮୫୩୩୪୦୭୫୦

ମୋରମ ମାଫିଆଙ୍କ କବଜାରେ ବ୍ୟାସଦେବ ଙ୍କ ପୀଠ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଯାଜପୁର ଜିଲ୍ଲା ବ୍ୟାସନଗର ସହର ରେ ଥିବା ବ୍ୟାସଦେବ ପୀଠ ରୁ ମୋରମ୍ ମାଫିଆ ମାନେ ମହରମ ଲୁଟି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ମଙ୍ଗଳ ବାର ରାତିରେ ଟାକ୍ଟର ଗାଡି ଓଲଟି ନିରୀହ ଆଦିବାସୀ ଯୁବକ ବଳି ପଡିଛି l ଘଟଣା ପରେ ମୋରମ ଚୋରା ଚାଲାଣ ହେଉଥିବା ନେଇ ଲୋକଲୋଚନକୁ ଆସିଛି l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ବ୍ୟାସସରବର ପୀଠକୁ ସୌନ୍ଦର୍ଯ୍ୟ କରଣ କରୁଥିବାବେଳେ ମୋରମ ମାଫିଆ ପୀଠ ର ଜଗନ୍ନାଥ ମନ୍ଦିର ପଛପଟୁ ତାଡି ବଡ ହ୍ରଦରେ ପରିଣତ କରିସାରିଲେଣି l ପୀଠ ର ଚାରିପଟେ ଜଙ୍ଗଲ ବିଭାଗ ଦ୍ୱାରା ଗଛ ଲଗାଯାଇ ବଡ ବଡ ଜଙ୍ଗଲରେ ପାରିଣତ ହୋଇଛି l ଏହି ଜଙ୍ଗଲ ମଝିରେ ଗଛ କାଟି ନିର୍ଭର ରେ ଟାକ୍ଟର ଗାଡି ଓ ଜେସିବି ଲାଗଇ ରାସ୍ତା ତିଆରି କରି ରାତିଅଧିଆ ସହ ସହ ମୋରମ ଚୋରା ଚାଲାଣ ହୋଇ ସହର ମଧ୍ୟ ରେ ବିକ୍ରି କରାଯାଉଛି l ଏହି ଚୋରି ରେ କିଛି ଅସାଧୁ ଗାଡିମଲିକ ସାମିଲ ହୋଇ ପୀଠ ଟିକୁ ଖୋଳି ନଷ୍ଟ କରିଦେଉଛନ୍ତି l ସବୁଦିନ ସୁରୁଖୁରୁ ରେ ଚୋରା ବେପାର ଚାଲୁଥିବା ବେଳେ ଦୁର୍ଭାଗ୍ୟ ବଶତଃ ମଙ୍ଗଳବାର ରାତିରେ ଜଣେ ଗାଡି ଚାଳକ ଙ୍କ ଘଟଣା ସ୍ଥଳ ରେ ଦୃଘଟଣା ଦ୍ୱାରା ମୃତ୍ୟୁ ହେବାଦ୍ବାରା ସାରାସହର ଲୋକମାନଙ୍କ ନଜରକୁ ମୋରମ ଚୋରା ଚାଲାଣ ଘଟଣା ଆସିଯାଇଥିଲା l ସୂଚନା ମୁତାବକ ବ୍ୟାସ ପୀଠ ପାଖ ମୁଣ୍ଡମାଳ

ଇଣ୍ଡିଆ ବୁକ ଅଫ ରେକର୍ଡ କରି ଯାଜପୁର ମାଟିର ଗୌରବ ଆଣିଲେ ୫ ବର୍ଷର ଶିଶୁ ଜନ୍ମଞ୍ଜୟ |

Image
ଯାଜପୁର - ଜିଲ୍ଳା ର ବ୍ୟାସନଗର ସହର ସ୍ଥିତ କହ୍ନେଇପୁର ରେ ଶିଶୁ ଛାତ୍ର ଜନ୍ମଞ୍ଜୟଙ୍କ ଘର | ବାପା ଧନଞ୍ଜୟ ମହାନ୍ତି ଜଣେ ଜିନ୍ଦଲ କାରଖାନାର କ୍ୱାଲିଟି ଡିପାର୍ଟମେଣ୍ଟର ମ୍ୟାନେଜର ଭାବେ କାର୍ଯ୍ୟରତ ଥିବାବେଳେ ମା ଲୋପାମୁଦ୍ରା ମହାନ୍ତି ଜଣେ ଆଦର୍ଶ ଗୃହିଣୀ ଭାବେ ପରିଚିତ | ଜନ୍ମଞ୍ଜୟଙ୍କ ବୟସ ୫ ବର୍ଷ ହୋଇଥିବାବେଳେ ଜନ୍ମରୁ ସେ ୩ ବର୍ଷ ପର୍ଯ୍ୟନ୍ତ କଥା କହିପାରୁନଥିଲେ | ଫଳରେ ବାପା ମା ତଥା ପରିବାର ବର୍ଗଙ୍କ ମନରେ ଦୁଃଖପ୍ରକାଶ ପାଇଥିଲା କିନ୍ତୁ ପରେ ପରେ ଭଗବାନଙ୍କ ଆଶୀର୍ବାଦରୁ ଜନ୍ମଞ୍ଜୟଙ୍କ ଭାଗ୍ୟ ଖୋଲିବା ପରି ସେ କଥା କହିବାକୁ ସକ୍ଷମ ହୋଇପାରିଲେ I ଏକ ବର୍ଷ ଭିତରେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରିଥିଲେ | ପୁଅର ଆଗ୍ରହକୁ ଦେଖି ବାପା ଓ ମାଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଭରିଯାଇଥିଲା | ଧିରେ ଧିରେ ଜନ୍ମଞ୍ଜୟ ପାଠ ପଢିଚାଲିଲେ, ଇଂରାଜୀ ପଢିବା ଓ ଲେଖିବାରେ ପ୍ରବୀଣ ହେବାରେ ଲାଗିଲେ | ଏହାକୁ ନେଇ ବାପା ଧନଞ୍ଜୟ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜ ପୁଅ ଜନ୍ମଞ୍ଜୟଙ୍କୁ ସାମିଲ କରିଥିଲେ ଏବଂ ଜନ୍ମଞ୍ଜୟଙ୍କ ପ୍ରତିଭା I  ଏମିତିକି ୨ଦିନ ମଧ୍ୟରେ ଏକ ହଜାର ଅଠାବନଟି ଇଂରାଜୀ ଶବ୍ଦ ଲେଖିଲେ ଏବଂ ଜନ୍ମଞ୍ଜୟଙ୍କ ପ୍ରତିଭାକୁ ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡର ଜୁରୀ ମାନେ ମୁଗ୍ଧ ହୋଇ ଏହି ୫ ବର୍ଷର ଶିଶୁ ଜନ୍ମଞ୍ଜୟଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡରେ ସାମିଲ କରି ତାଙ୍କୁ ପରିଚୟ ପତ୍ର,