Posts

‘ଉଦୟବଟ’ ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) : - ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପ ଠାରେ ସନ୍ଧ୍ୟାରେ ‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୩୮ତମ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ରସାନନ୍ଦ ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ସ୍ଥାନୀୟ ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍ ଲିମିଟେଡ଼ (ଇଫକାଲ) କାରଖାନାର ଏ.ଜି.ଏମ(ମେକାନିକାଲ) ରଶ୍ମିରଂଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଏବଂ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ବକ୍ତାô ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ସକାଶେ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ପାଳନ ଉପରେ ସେମାନେ ଯୋର ଦେଇଥିବା ବେଳେ ସଚ୍ଚା ଶ୍ରମିକ ନେତାଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗାୟତ୍ରୀ ମଲ୍ଲିକ ଜାତୀୟ ସଂଗୀତ ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ସଂଜୟ କୁମାର ଦେ

ପଙ୍କପାଳ ଗ୍ରାମର ଦ୍ୱିତୀୟ ଭାଗବତ ପାରାୟଣ ସପ୍ତାହ ପାଳନ ହୋଇଯାଇଛି l

Image
      କଳିଙ୍ଗନଗର :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞ୍ଚାୟତର ପଙ୍କପାଳ ଗ୍ରାମରେ ଭାଗବତ ପାରାୟଣ ସପ୍ତାହ ପଙ୍କପାଳ ଗ୍ରାମର ଯୋଗେଶ୍ଵର ମନ୍ଦିର ଠାରେ ଉଦଯାପିତ ହୋଇଯାଇଛି । ଏହି ଭାଗବତ ପାରାୟଣ ସାତଦିନ ଧରି ପାଳିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ପାରାୟଣରେ ପ୍ରଥମ ଦିନରେ ଶୁଭଅଙ୍କୁରାରୋପଣ, ଶୁଭାଧିବାସ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା । ଭାଗବତ ପାରାୟଣର ଅନ୍ୟ ଦିନ ମାନଙ୍କରେ ଶ୍ରୀକୃଷ୍ଣ ଜନ୍ମ,ନାମକରଣ, ସତ୍ୟନାରାୟଣ ପୂଜା ଓ ମହାଯଜ୍ଞ ବିଧି ଅନୁଯାୟୀ ପାଳନ କରାଯାଇଛି । ସପ୍ତାହ ଧରି ଚାଲୁଥିବା ଭାଗବତ ପାରାୟଣର ଅନ୍ତିମ ଦିନରେ ନନ୍ଦ ଉତ୍ସବ, ରୁକ୍ମଣୀ ବିବାହ ଓ ପୂର୍ଣ୍ଣାହୁତି ଅନୁଷ୍ଟିତ ହୋଇଥିଲା । ପଙ୍କପାଳ ଗ୍ରାମ ବାସୀ ଙ୍କ ସହଯୋଗ ରେ ଏହି ଭାଗବତ ପାରାୟଣ କୁ ପଙ୍କପାଳ ସମେତ ଆଖପାଖ ଗ୍ରାମର ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଧର୍ମାନୁଷ୍ଠାନକୁ ଖୁବ ସୁନ୍ଦର ଓ ଶାନ୍ତିଶୃଙ୍ଖଳା ସହିତ ଗ୍ରାମବାସୀ ମାନେ ପାଳନ କରିଛନ୍ତି l               

ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜଟିଆ ଷ୍ଟିଲର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି ଶେଷ l

Image
ଯାଜପୁର (କଳିଙ୍ଗନଗର ) - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ନୂତନ ଭାବେ ନିର୍ମିତ ହେବାକୁ ଥିବା ଜଟିଆ ଷ୍ଟିଲ୍ ଲିମିଟେଡ ପାଇଁ ସ୍ଥାନୀୟ ଦାନଗଦି ଭବନ ଠାରେ ପରିବେଶ ସମ୍ବନ୍ଧୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରଶାସନିକ ଅଧିକାରୀ ତଥା କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର ଏବଂ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଉପସ୍ଥିତ ଥିଲେ l ଜଟିଆ ଷ୍ଟିଲ ପକ୍ଷରୁ ଦାନଗଦି ତହସିଲ ଅନ୍ତର୍ଗତ ଜଖପୁରା ଠାରେ ନିର୍ମାଣ ହେବାକୁ ଥିବା ଏହି କାରଖାନାରେ ଗ୍ରୀନଲିଫ୍ଟ ପରିଯୋଜନା ରୁ ବାର୍ଷିକ ୭,୫୦୦୦୦ ଟନ ରୋଲପଡକ୍ଟ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି l ଏହି କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ବହୁ ସ୍ଥାନୀୟ ନିଯୁକ୍ତି ଦିଆଯିବ ଏବଂ ଆବଶ୍ୟକତା ଅନୁସାରେ ସବୁ ସାମାଜିକ ଓ ମୌଳିକ ଅଧିକାର କୁ କମ୍ପାନୀ ପକ୍ଷରୁ ପୂରଣ କରିବା ପାଇଁ ପ୍ରତିଶୃତି ମିଳିଛି l ଶାନ୍ତିଶୃଙ୍ଖଳା ସହିତ ବହୁମତ ସମର୍ଥନ ରେ ଜନଶୁଣାଣି ଶେଷ ହୋଇଛି I ପୋଲିସ୍ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଦାନଗଦି ତହସିଲ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ଜନପ୍ରତିନିଧି ଓ ବୁଦ୍ଧିଜୀବୀମାନେ ଏହି ଜନଶୁଣାଣି ରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ l

ଆନନ୍ଦ ଏକ୍ସପୋର୍ଟ ଜନଶୁଣାଣି ସ୍ଥାନୀୟ ଅଞ୍ଚଳର ବେକାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ସହ ପୂର୍ଣ୍ଣ ସମର୍ଥନ l

Image
କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ଆନନ୍ଦ ଏକ୍ସପୋର୍ଟ ର ନୂତନ କ୍ରୋମ ଓର ବେନିଫିକେସନ ପ୍ରକଳ୍ପ ସୁକିନ୍ଦା ବ୍ଲକ ଗୋଲାଗାଁ ଠାରେ ପ୍ରତିଷ୍ଠା ହେବ l ଏହି ପରିପ୍ରେକ୍ଷୀରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ଜେଡିସିଏଲ୍ ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା ଜନଶୁଣାଣି l ଏହି ଜନଶୁଣାଣି ରେ ସୁକିନ୍ଦା ବ୍ଲକ୍ ର ଗୋଲାଗାଁ, ଚାନ୍ଦିଆ, ନିମପଲ୍ଲି, ପଙ୍କପାଳ, ମାଣତିରା , ରାବଣା ଆଦି ଗାଁ ର ଜନସାଧାରଣ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ l ସାଧାରଣ ଲୋକଙ୍କ ଅଭିଯୋଗ କାରଖାନା କୁ ଆମେ ବିରୋଧ କରୁନାହୁଁ କିନ୍ତୁ ବିଶେଷ କରି ପ୍ରଦୂଷଣ ନିୟନ୍ତ୍ରଣ ଓ ସ୍ଥାନୀୟ ନିଯୁକ୍ତି ଉପରେ ବିଶେଷ ଗୁରୁତ୍ଵ ଦେବାକୁ ଦାବି କରିଛନ୍ତି l ଆନନ୍ଦ ଏକ୍ସପୋର୍ଟ କଳିଙ୍ଗନଗର ଗୋଲାଗାଁ ଠାରେ ବାର୍ଷିକ ୧,୨୦୦୦୦ ଟନ ରୁ ୨,୦୦୦୦୦ ଟନ କ୍ଷମତା ବିଶିଷ୍ଟ ଏକ କାରଖାନା ପ୍ରତିଷ୍ଠା କରିବ, ଯେଉଁଥିରେ ବିକ୍ରେଟ, ଉଚ୍ଚ ମାନ ଯୁକ୍ତ କାର୍ବନ, ମଧ୍ୟମ ମାନ ଯୁକ୍ତ କାର୍ବନ ଓ ଫେରୋକ୍ରୋମ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖିଛି l ପ୍ରଶାସନିକ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପ୍ରମୋଦ କୁମାର ବେହେରା ଙ୍କ ସହିତ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍ ଟପୋ ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ରହି ଶାନ୍ତିଶୃଙ୍ଖ

ରାଜ୍ଯ ପ୍ରଦୂଷଣ ବୋର୍ଡ ର ଅଧିକାରୀ ଯାଞ୍ଚ କଲେ କଳିଙ୍ଗନଗର ପ୍ରଦୂଷଣ ମାତ୍ରା l

Image
କଳିଙ୍ଗନଗର - ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବହୁ ବଡ ବଡ଼ କାରଖାନା ସ୍ଥାପନ କରିଥିବା ବେଳେ ସେମାନଙ୍କ ମଧ୍ଯରୁ ବହୁତ କାରଖାନା ପ୍ରଦୂଷଣ କରୁଥିବା ଅଭିଯୋଗ ବାରମ୍ବାର କରିବା ପରେ ମଧ୍ଯ କୌଣସି ଫଳ ମିଳୁନାହିଁ। ଯାହା ଫଳରେ ଗତ ୪ ତାରିଖ ରେ କଳିଙ୍ଗନଗର ରେ ଥିବା ଗ୍ରାମ ବାସୀ ଓ ନିର୍ବାଚିତ ସରପଞ୍ଚ ମାନେ ରାଜ୍ଯ ପ୍ରଦୂଷଣ ବୋର୍ଡ ପାଖରେ ଫେରାଦ ହୋଇଥିଲେ । କଚେରୀ ଗାଁ ନାଳରେ ଜିନ୍ଦଲ, ଜେଏସ୍ଡବ୍ଲୁ, ମଇଥାନ କାରଖାନା ତାର ପ୍ରଦୂଷିତ ଜଳକୁ ଛାଡି କଚେରୀ ଗାଁ ନାଳ ପାଣି କୁ ବିଷାକ୍ତ କରୁଛି। ଯାହା ର ସରଜମିନ ତଦନ୍ତ ପାଇଁ ରାଜ୍ଯ ପ୍ରଦୂଷଣ ବୋର୍ଡ ତରଫରୁ ଗୋଟିଏ ଦଳ ଆସି ବାୟୁ ଓ ଜଳ ନମୁନା ସଂଗ୍ରହ କରିଥିବା ଦେଖିବାକୁ ମିଳିଛି । ରାଜ୍ୟ ପ୍ରଦୂଷଣ ବୋର୍ଡ ଜେ ଏସ ଡବ୍ଲୁ ସିମେଣ୍ଟ କାରଖାନା ସାମ୍ନା ଦେଇ ଯାଇଥିବା ନାଳରୁ ପାଣି ଓ ମାଟି ସଂଗ୍ରହ କରିଛନ୍ତି। ସେଠି ଦେଖିବାକୁ ପାଇଲେ, ଟାଟା କମ୍ପାନୀ ତାର ବର୍ଯ୍ୟ ପାଣି ସେହି ନାଳ ଦେଇ ଛାଡ଼ୁଛି । ଯାହାଫଳରେ ପାଣି ଦୁର୍ଗନ୍ଧ ହେଉଥିବାର ଦେଖିବାକୁ ମିଳିଛି।ସେହିପରି ଜିନ୍ଦଲ ତାର ବର୍ଯ୍ୟ ପାଣି ଯେଉଁ ପାଚେରୀ ବାଟ ଦେଇ ଛାଡ଼ୁଛି ସେଠୁ ମଧ୍ୟ ପାଣି ଓ ମାଟି ନମୁନା ସଂଗ୍ରହ କରାଯାଇଛି।ପୁଣି କଚେରି ଗାଁ ଦେଇ ଯାଇଥିବା ନାଳ ର ପାଣି ଓ ମାଟି ଦଶମାଣିଆ ଠାରୁ ସଂଗ୍ରହ କରିଛନ୍ତି।ଜିନ୍ଦଲ, ଜେ ଏସ ଡବ୍ଲୁ , ରୋହିତ ଓ ଟାଟା ଦ୍ଵାରା ସବୁ

କଳିଙ୍ଗନଗର ରେ ସମସ୍ତ କାରଖାନା ର ଅଧିକାରୀ ଙ୍କୁ ନେଇ ଜିଲ୍ଲା ପ୍ରଶାସନର ଗୁପ୍ତ ବୈଠକ l

Image
କଳିଙ୍ଗନଗର - ଦୀର୍ଘ ଦିନ ପରେ ଜେ ଡି ସି ଏଲ୍ ଠାରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ସମସ୍ତ କାରଖାନା ର ଅଧିକାରୀ ଙ୍କୁ ନେଇ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଇଥିରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ ଯୋଗଦେଇ କାରଖାନା ଦ୍ଵାରା ପ୍ରଭାବିତ ହେଉଥିବା ଗାଁ ମାନଙ୍କୁ ବିଭିନ୍ନ ସମସ୍ୟା ରୁ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ତାଗିଦ କରୁଥିବା ଦେଖିବାକୁ ମିଳିଛି l ବିଶେଷ କରି ବାରଗଡିଆ ହରିଜନ ସାହି, ସାରଙ୍ଗପୁର ଗାଁ, ଟାଙ୍ଗର ସାହି ଲୋକମାନେ ବିସ୍ଥାପିତ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କ ରେ ଉପସ୍ଥିତ ଜିଲ୍ଲା ପ୍ରଶାସନ ଓ କାରଖାନା କତୃପକ୍ଷ ଙ୍କୁ ପରାମର୍ଶ ଦେଇ ଯଥାଶୀଘ୍ର ଏହାର ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣ, ଯାତାୟତ, ଆଲୋକିକରଣ,ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ସମାଧାନ କରିବା ପାଇଁ ସହମତି ଜଣାଇଛନ୍ତି l କିନ୍ତ୍ ଦୁଃଖର ବିଷୟ ଦୀର୍ଘ ବର୍ଷ ହେବ କଳିଙ୍ଗନଗର ଜନସାଧାରଣ ଏହାର ସୁବିଧା ପାଇପରୁନାହାନ୍ତି lସୁକିନ୍ଦା-ଦାନଗଦୀର ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ l କଳିଙ୍ଗ ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ମାଇନିଂ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରି ସ୍ଥାନୀୟ ଯୁବ

ଟାଟା ଷ୍ଟିଲ୍‌ ଫାଉଣ୍ଡେସନ ପକ୍ଷରୁ “ବିଶ୍ବ ମାଲେରିଆ ଦିବସ’ରେ ସଚେତନତା ଅଧିବେଶନ ଆୟୋଜିତ l

Image
ଯାଜପୁର (କଳିଙ୍ଗନଗର ) ୨୫ ଏପ୍ରିଲ୍‌ ୨୦୨୩: - ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍ଏଫ) ପକ୍ଷରୁ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲାରେ ଦାନଗଦି ବ୍ଲକ ଅଧୀନସ୍ଥ ଶାଳିଜଙ୍ଗା ପଂଚାଯତ କାର୍ଯ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଓ ଜାତୀୟ ଭୂତାଣୁ (ଭେକ୍ଟର) ବାହିତ ରୋଗ (ଭିବିଡି) ନିୟନ୍ତ୍ରଣ କାର୍ଯ୍ୟକ୍ରମ ସହଯୋଗିତାରେ ଏକ ସଚେତନତା ଅଧିବେଶନେ ସହ ବିଶ୍ବ ମାଲେରିଆ ଦିବସ, ୨୦୨୩ ପାଳନ କରାଯାଇଛି । ସମାନରେ ସଚେତନତା ବଢ଼ାଇବା ଲାଗି ସଚେତନତା ଅଧିବେଶନ ବ୍ୟତୀତ, ପଂଚାୟତର ସମସ୍ତ ବାସିନ୍ଦାଙ୍କୁ ୧୩୦୦୦ ମଶାରି ବଂଟନ କରାଯାଇଥିଲା । ସାର୍ବଜନୀନ ସ୍ଵାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଫାଇଣ୍ଡେସନର ରହିଥିବା ସାମଗ୍ରିକ ରଣନୀତି ଅନୁସାରେ ଏହି ଅଭିଯାନ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଯାଜପୁରର ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ଶିବାଶିଷ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁରର ଅତିରିକ୍ତ ଜିଲ୍ଲା କନ ସ୍ବାସ୍ଥ୍ୟ ଅଧିକାରୀ (ଏଡିପିଏଚ), ଭିବିଡି ଡକ୍ଟର ପ୍ରଦୀପ୍ତ କୁମାର ସାହୁ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଉପଦେଷ୍ଟା ଶ୍ରୀ ସୁନିଲ କୁମାର ମହତୋ, ଶାଳିଜଙ୍ଗା ପଂଚାୟତର ସରପଂଚ ବିଜୟଲକ୍ଷ୍ମୀ ଦାଗ, ଟିଏସ୍ଏଫ୍ଟ ଜନ ସ୍ଵାସ୍ଥ୍ୟ ଓଡ଼ିଶାର ମୁଖ୍ୟ ଡକ୍ଟର ନୀଳିମା ତିର୍କୀ, ଟିଏସ୍ଏଫ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଭି