Posts

ଇମ୍ଫା ଖଣିରେ କୋଭିଡ ଟୀକାକାରଣ କାର୍ଯ୍ୟକ୍ରମ I

Image
ଯାଜପୁର(ସୁକିନ୍ଦା) : ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ପକ୍ଷରୁ ଆପୋଲୋ ହସ୍ପିଟାଲ ସହଯୋଗରେ କୋଭିଡ ଟୀକାକାରଣ କାର୍ଯ୍ୟକ୍ରମ ଶୁକ୍ରବାର ମହାଗିରି କଲୋନୀ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନ୍ୟୁନ  ୩୩୦ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟୀକାକରଣ କରାଯାଇଥିଲା l ଇମ୍ଫାର ବରିଷ୍ଠ ଉପ ସଭାପତି ତଥା ଖଣି ବ୍ୟବସାୟିକ ମୁଖ୍ୟ ସଞ୍ଜୀବ ଦାସ, ଖଣି ଉପ ସଭାପତି ସୁଧାଂଶୁ ପାଟନୀ, ଇମ୍ଫା ଚିକିତ୍ସାଳୟର ମୁଖ୍ୟ ଚିକିତ୍ସକ ଡା. ଯୋଗୀ ଭାଷ୍କର ପାତ୍ର, ପ୍ରଶାସନିକ ମୁଖ୍ୟ ଅଜୟ କୁମାର ବେହୁରିଆ, ମାନବ ସମ୍ବଳ ପରିଚାଳକ ଗିରିଶ ପଟ୍ଟନାୟକ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ମାନବ ସମ୍ବଳ ବିଭାଗ କର୍ମଚାରୀମାନେ ପଞ୍ଜିକରଣ, ଟୀକାକରଣ ଆଦିରେ ସହାୟତା କରିଥିଲେ l ଏହି ଟୀକାକରଣରେ ସାମିଲ ହେବାପାଇଁ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପ୍ରକାଶ ପାଇଥିବା ପରିଲକ୍ଷିତ ହୋଇଥିଲା l କାର୍ଯ୍ୟକ୍ରମ ପରିଚାଳନାରେ ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ, ଅଜୟ କୁମାର ପାଣ୍ଡେ, ମିଲନ ରଞ୍ଜନ କର ପ୍ରମୁଖ ସହଯୋଗ କରିଥିଲେ l(ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l Covid vaccination program at Imfa mine.  Jajpur (Sukinda):

ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ହେଲେ ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ l

Image
ଯାଜପୁର - ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟ ର ପରିଚାଳନା କମିଟି ଗଠିତ ହୋଇଛି l ଏହି ପରିପ୍ରେକ୍ଷୀରେ ମୋଟ ୧୨ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଛି l ଶ୍ରୀଯୁକ୍ତ ପ୍ରଦୀପ କୁମାର ବିଶ୍ବାଳ ଙ୍କୁ ପରିଚାଳନା ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି l ଶ୍ରୀଯୁକ୍ତ ବିଶ୍ଵାଳ ଜଣେ ସୁଦକ୍ଷ ପ୍ରଶାସନିକ ଅଧିକାରୀ ଓ ପ୍ରଶାସକ ଭାବରେ ଖୁବ୍ ଜଣାଶୁଣା ବ୍ୟକ୍ତିତ୍ଵ l ସେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ, ରାଛିପୁର ଗ୍ରାମର I ଏହା ବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ତରୁଣ କୁମାର ଦାସ (ଉମାପଦା ଯାଜପୁର ରୋଡ଼), ଶ୍ରୀ ରସାନନ୍ଦ ମହାନ୍ତି (ବ୍ୟାଙ୍କ୍ ରୋଡ଼, ଯାଜପୁର ରୋଡ଼), ଶ୍ରୀ ପ୍ରଫୁଲ୍ଲ କୁମାର ସାମଲ (ଉମାପଦା, ଯାଜପୁର ରୋଡ଼),ଶ୍ରୀମତୀ ସରୋଜିନୀ ବଳ (ଅଫିସ୍ କଲୋନୀ, ଫେରୋକ୍ରୋମ, ଯାଜପୁର ରୋଡ଼), ଶ୍ରୀ ଶଶିଭୂଷଣ ଏସ୍ ଉପାଧ୍ୟାୟ (residents director Jindal stainless steel), ଡଃ. ବିନୋଦ ବିହାରୀ ସାହୁ (Reader in Botany V. N. AutoCollage Jajapur Road), ଡଃ. କୃଷ୍ଣ ଚନ୍ଦ୍ର ପ୍ରଧାନ (Reader in English V. N. AutoCollage Jajapur Road), UGC ମେମ୍ବର, UU ମେମ୍ବର, ରାଜ୍ଯ ସରକାର ଙ୍କ ପ୍ରତିନିଧି ସଦସ୍ୟ, ଶ୍ରୀ ଶିବ ଚରଣ ମାଝୀ (Principal V. N. AutoCollage Jajapur Road),. Mr. Pradeep Kumar Bishwal was

ମା କଳା ପରିଷଦ ପକ୍ଷରୁ କରୋନା 'ଯଶୋଦାଯୋଦ୍ଧା ସମ୍ମାନ ପ୍ରଦାନ l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ବିଞ୍ଝାରପୁର ବ୍ଲକ ବାଙ୍ଗରା ଗ୍ରାମର ମା' ଯଶୋଦା କଳା ପରିଷଦ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ - ୨୦୨୧ ପ୍ରଦାନ କରାଯାଇଛି l ଜରୀ ଫାଣ୍ଡି ପରିସରରେ କୋଭିଡ ନିୟମ ଅନୁସାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜରୀ ଫାଣ୍ଡି ଅଧିକାରୀ ଅଶୋକ କୁମାର ସ୍ଵାଇଁ, ସମାଜସେବୀ ବିଷ୍ଣୁ ଚରଣ ଭୂୟାଁ, ଅଶୋକ ପଲାଇ, ପିତାମ୍ବର ମହାନ୍ତ , ଅଶୋକ ମହାରଣା, ପ୍ରଶାନ୍ତ ସେନାପତି ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ସାମାଜିକ କର୍ମୀ ଦିନେଶ ମଲ୍ଲିକ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ, ପ୍ରଫୁଲ୍ଲ ସ୍ଵାଇଁ, ସଦାନନ୍ଦ ଦାସ, ଶିକ୍ଷୟତ୍ରୀ ତଥା ସମାଜସେବୀ ନନ୍ଦିନୀ ପ୍ରଭା ଦାସ, ଗୁରୁ ଅନୁପମା ନାୟକ, ରମାକାନ୍ତ ଦାଶ, ବୁଦ୍ଧିଜୀବୀ ମାନେ ଯୋଗଦାନ କରିଥିଲେ l On behalf of the Mother Arts Council, Karona was honored with the Yashodayoddha Award.  Jajpur (Beuro Report) - Maa Yashoda Kala Parishad, Maa Yashoda Kala Parishad, Bangra village, Binjharpur block, has been conferred the Korona Warrior Award - 2021. Jari Fandi officer Ashok Kumar Swain, social activist Vishnu Charan Bhuyan, Ashok Maharana, Prashant Senapati was given the North

ଏସ୍ ଟି ଏଫ୍ ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପୋଲିସ୍ ଡିଜି ଅଭୟ I

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : ରାଜ୍ୟରେ ଡ୍ରଗ୍ସ କାରବାର ବଢି ଚାଲିଥିବାବେଳେ ଏହାକୁ ରୋକିବାରେ ସଫଳ ହୋଇଛି ଓଡ଼ିଶା ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) । ରାଜ୍ୟରେ ନିଶା କାରବାର ରୋକିବାରେ ଏସଟିଏଫ୍‌ର ପ୍ରମୁଖ ଭୂମିକା ଥିବା କହି ଏହାର ପ୍ରଶଂସା କରିଛନ୍ତି ପୋଲିସ ଡିଜି ଅଭୟ । ଆଜି ଏକ ପ୍ରେସ୍ ମିଟ୍‌ରେ ଡିଜିପି କହିଛନ୍ତି, ଏସ୍‌ଟିଏଫ୍‌କୁ ଆହୁରି ସୁଦୃଢ଼ କରାଯିବ ।  ରାଜ୍ୟରେ ଡ୍ରଗ୍ସ କାରବାର ରୋକିବାକୁ ଏସଟିଏଫ୍‌ରେ ଏକ ସ୍ୱତନ୍ତ୍ର ନାର୍କୋଟିକ୍ସ ୟୁନିଟ୍ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି । ଏଥିଲାଗି ଜଣେ ଏସପି, ୩ ଡିଏସପି ସହ ୨୭ଟି ନୂଆ ପଦବୀକୁ ମଞ୍ଜୁରୀ ମିଳିଛି । ଏହା ଡ୍ରଗ୍ସ କାରବାର ରୋକିବାରେ ସହାୟକ ହେବ । ଆଗକୁ ଡ୍ରଗ୍ସ କାରବାର ରୋକିବାକୁ ଆହୁରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ।  ରାଜ୍ୟ ପୋଲିସ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ୨୦୨୦ ପରଠାରୁ ରାଜ୍ୟରେ ନିଶା କାରବାର ବିଶେଷ କରି ବ୍ରାଉନ୍ ସୁଗାର କାରବାର ବଢିଚାଲିଛି । ଏହି ଅନୁସାରେ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ବୃଦ୍ଧିପାଇଛି । କେବଳ ୨୦୨୦ରେ ୩୫ କିଲୋଗ୍ରାମ ୬୧୬ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିବା ପୋଲିସ କହିଛି । ଏହାସହ ୨୦୨୧ରେ ବର୍ତ୍ତମାନ ସୁଦ୍ଧା ୯ କେଜିରୁ ଅଧିକ ଓଜନର ବ୍ରାଉନସୁଗାର ଏବଂ ୧୫ଶହ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରାଯାଇଛି । Police DG

ଇମ୍ଫା ପକ୍ଷରୁ ବିଶ୍ଵ ପରିବେଷ ଦିବସ ପାଳିତ ହୋଇଯାଇଛି l

Image
ଯାଜପୁର (ସୁକିନ୍ଦା) :- ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଇମ୍ଫା ପରିଚାଳିତ ସୁକିନ୍ଦା ଓ ମହାଗୀରି ଖଣି ରେ ଆଜି ବିଶ୍ଵ ପରିବେଷ ଦିବସ ପାଳିତ ହୋଇଯାଇଛି l ଏହି କର୍ଯ୍ୟକ୍ରମ କୁ ସରକାରଙ୍କ କୋଭିଡ୍ ନିୟମାନୁସାରେ ସୁକିନ୍ଦା ଖଣି ପରିସରରେ ଥିବା ଡମ୍ପ ଓ ଇଟିପି ପାର୍ଶ୍ୱରେ ୧୦୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଛି l ବିଭିନ୍ନ ପ୍ରକାର ଲିମ୍ବ, ଜାମୁ, ବଉଳ, ଅରିକା, କରଞ୍ଜ ଇତ୍ୟାଦି ଅନେକ ପ୍ରକାରର ଚାରା ରୋପଣ କରାଯାଇଥିଲା l ଇମ୍ଫା ଖଣିର ଉପ ସଭାପତି ସୁଧାଂଶୁ ପାଟନୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ, ଚଳିତ ବର୍ଷ ର ବାର୍ତ୍ତା '' ପାଳନ କରୁଛି ଏ ବର୍ଷର ପରସ୍ପର ମଧ୍ୟରେ ସଂଶ୍ଲିଷ୍ଟ ଜୈବ ସାମାଜ ଓ ଏହାର ପରିବେଶ ର ପୁନରୁଦ୍ଧାର '' ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦା ଖଣି ପରିଚାଳକ ମନୋଜ କୁମାର ସାମଲ ଓ ମହାଗୀରି ଖଣି ପରିଚାଳକ ଜଳନ୍ଧର ପାତ୍ର, ଯୋଗାଣ - ଶୃଙ୍ଖଳ ବିଭାଗ ମୁଖ୍ୟ ବଦିତ୍ ନନ୍ଦ, ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ମୁଖ୍ୟ ଅଜୟ କୁମାର ବେହୁରିଆ, ଲୋକସମ୍ପର୍କ ବିଭାଗ ମୁଖ୍ୟ ଜଗନ ମୋହନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ l ଏହି କର୍ଯ୍ୟକ୍ରମ କୁ ପରିବେଶ ବିଭାଗ ର ମୂଖ୍ଯ ଏମ୍. ମାଣିକନ୍ଦନ ପରିଚାଳନା କରିଥିବା ବେଳେ ସହକାରୀ ପରିଚାଳକ ସମେନ୍ଦ୍ର ସ୍ୱାଇଁ

ଜିଲ୍ଲାରେ ଦିବ୍ୟାଙ୍ଗ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆଶା ଅଭିଳାଷ ସଂଗଠନ ପକ୍ଷରୁ ପ୍ରଶାସନ କୁ ଦାବିପତ୍ର I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଦିବ୍ୟାଙ୍ଗ ମାନଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଟିକା କରଣ କରିବା ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କଲା ଯାଜପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଶା ଅଭିଳାଷା l  କରୋନା ମହାମାରୀ ବିଶ୍ୱ ରେ ଆତଙ୍କ ଖେଳାଇ ଥିବା ବେଳେ ଏଥି ପାଇଁ ସରକାରଙ୍କ ପକ୍ଷରୁ ଟିକା କରଣ କରାଯାଉଛି, କିନ୍ତୁ ଏହାର ସୁଫଳ ଡିବ୍ୟାଙ୍ଗ ମାନେ ପାଇପରୁନଥିବା ପରିଲାଖିତ ହୋଇଛି l ତେଣୁ ଏହି ମର୍ମ ରେ ଆଶା ଅଭିଳାଷା ପକ୍ଷରୁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l  ଯାଜପୁର ଜିଲ୍ଲା ରେ ଥିବା ଦିବ୍ୟାଂଗ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପାଇଁ ଜିଲ୍ଲା ରେ ଥିବା ସମସ୍ତ ଟିକା କରଣ କେନ୍ଦ୍ର ରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ଟିକା କରଣ କରାଯାଉ ବୋଲି ଦାବି କରିଛି ସଂଗଠନ, ତେବେ ଏହାର ପ୍ରତିକ୍ରିୟା ରେ ପ୍ରତିଶ୍ରୁତି ଦେଇ ଶ୍ରୀ ମିଶ୍ର କହିଛନ୍ତି ଏହା ଜିଲ୍ଲାପାଳ ଙ୍କୁ ଅବଗତ କରି ବିହିତ ପଦକ୍ଷେପ ନେବେ ବୋଲି ମତ ପ୍ରକାଶ କରିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ l  ଅନୁଷ୍ଠାନ ର ସଭାପତି ଭଗବାନ ପଣ୍ଡା ଙ୍କ ସମେତ ସଂଘ ର ସମସ୍ତ କର୍ତ୍ତା ଏହା କାର୍ଯ୍ୟ କାରି ହେବା ନେଇ ଆଶା ପ୍ରକାଶ କରିଛନ୍ତି l A letter of demand from the Asha Abhilasha organization to the administration to make special a

କରୋନା ମହାମରୀ ରେ ମୃତ୍ୟୁବରଣ କରିଥିବା ବିଧବା ପରିବାର ଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - କରୋନା ସଂକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ନିର୍ଦ୍ଦେଶ । କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ପିଲାଙ୍କୁ ୧୫ ଦିନ ମଧ୍ୟରେ ଚିହ୍ନଟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁ ପେନସନ ଯୋଜନାରେ ସହାୟତା, ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ବ୍ଲାକ ଫଙ୍ଗସ୍ ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛି ମୁଖ୍ୟମନ୍ତ୍ରୀ । କୋଭିଡ ସ୍ଥିତିର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହରରେ ଶିଶୁଙ୍କୁ ଫୋକସ୍ କରିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତ୍ବପୂର୍ଣ୍ଣ କଥା ହେଲା ମେଡିକାଲରେ ଅକ୍ସିଜେନ ବ୍ୟବହାର ମଧ୍ୟ ହ୍ରାସ ପାଉଛି । Widows' families killed in Karona epidemic to be included in Madhuban pension scheme.  Bhubaneswar(Beuro Report) : - Chief Minister Naveen Patnaik's big order in the Karona crisis. Chief Minister Naveen