Posts

ବିଶାଳ ଆଦିବାସୀ ମେଳି..ଆଦିବାସୀ ସଂରକ୍ଷିତ ଆସନ ରେ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ପ୍ରସ୍ତାବ l

Image
ବଲାଙ୍ଗିର (ବ୍ୟୁରୋ ରିପୋର୍ଟ) :- ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅଧିନସ୍ଥ ରାତାଖଣ୍ଡି ଗ୍ରାମ ଠାରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି.ସଭା ପ୍ରାରମ୍ଭରୁ ଗାଁ ରେ ଶୋଭାଯାତ୍ରା କରାଯାଇଥିଲା, ପରେ ସଂଘ ର ଜ଼ିଲ୍ଲା ଉପସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିଲା l  ଆଗାମୀ ତ୍ରିସ୍ତରୀୟ ପଞ୍ଚଚାୟତ ନିର୍ବାଚନ ରେ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ବଲାଙ୍ଗିର ଜ଼ିଲ୍ଲା ର ବାସ୍ତର ଟି ସରପଞ୍ଚ ଏବଂ ବାସ୍ତର ଟି ସମିତି ସଭ୍ୟ ପଦବୀ ଆଦିବାସୀ ସମାଜର ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ବାଛିବା ପାଇଁ ସ୍ଥିର ହୋଇଥିଲା.ଆଦିବାସୀ ଙ୍କ ପାଇଁ ଉଦ୍ଧିଷ୍ଟ ସରପଞ୍ଚ ଓ ସମିତି ସଭ୍ୟ ଆସନ ଗୁଡିକ ଇଲେକ୍ସନ ନ କରି ସିଲେକ୍ସନ କରିବାକୁ ନିଷ୍ପତ୍ତି କରାଯାଇଛି.ଆଦିବାସୀ ମାନଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ କରିବାକୁ ନିଜ ସମାଜର ଲୋକଙ୍କ ମଧ୍ୟରେ ଲଢ଼େଇ କରି ଖର୍ଚ୍ଚାନ୍ତ ନ ହେବାକୁ ଧର୍ଯ୍ୟ କରାଯାଇଥିଲା I ସେହିପରି ଆଦିବାସୀ ଙ୍କ ପାଇଁ ସଂରକ୍ଷିତ ପାଟଣାଗଡ,ଆଗଲପୁର ଏବଂ ଗୁଡଭେଲା ବ୍ଲକ ର ଅଧ୍ୟକ୍ଷ ପଦବୀ ପାଇଁ ସଂଘ ସମର୍ଥିତ ପ୍ରାର୍ଥୀ ତଥା ଆଦିବାସୀ ସମାଜର ସକ୍ରିୟ କର୍ମକର୍ତ୍ତା ଙ୍କୁ ନିର୍ବାଚିତ କରିବା ରେ ପଦକ୍ଷେପ ନେବାକୁ ଆହ୍ୱାନ କରାଯାଇଥିଲା l ଭାରତୀୟ ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଅଧିକାର ହାସଲ ସକାଶେ ସମସ୍ତ ଆଦିବାସୀ ଏକଜୁଟ

ଇମ୍ଫାର ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣିକୁ କଳିଙ୍ଗ ନିରାପତ୍ତା ସମ୍ମାନ ପ୍ରଦାନ l

Image
  ଯାଜପୁର (ସୁକିନ୍ଦା):- ଖଣି ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ନିମନ୍ତେ ଇମ୍ଫା ପରିଚାଳନାଧୀନ ସୁକିନ୍ଦା ଓ ମହାଗିରି କ୍ରୋମାଇଟ ଖଣି ଦ୍ବୟକୁ ମର୍ଯ୍ୟାଦାଜନକ କଳିଙ୍ଗ ନିରାପତ୍ତା ସମ୍ମାନ ପ୍ରଦାନ କରାଯାଇଛି l ଓଡିଶା ରାଜ୍ୟ ସୁରକ୍ଷା ସମ୍ମିଳନୀ ୨୦୨୧ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଏକ ଉତ୍ସବରେ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର , ମୁଖ୍ୟ ଅତିଥି, ବାଂଲାଦେଶ ଉପ ଉଚ୍ଚ କମିଶନର ତୌଫିକ ହାସନ, ରାଜ୍ୟ ଶ୍ରମ ଆୟୁକ୍ତ ଏନ. ତିରୁମାଲା ନାୟକ ଓ ରାଜସ୍ବ ପର୍ଷଦ ପୂର୍ବତନ ସଦସ୍ୟ ଅଶୋକ ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗଦେଇ  ସୁକିନ୍ଦା କ୍ରୋମାଇଟ ଖଣି ସହ ପରିଚାଳକ ସରୋଜ କୁମାର ମହାନ୍ତଙ୍କୁ ସ୍ଵର୍ଣ ଫଳକ ଓ ମହାଗିରି କ୍ରୋମାଇଟ ଖଣି ବରିଷ୍ଠ ପରିଚାଳକ ରାଜେଶ ରାମଧର ଶର୍ମାଙ୍କୁ ରୌପ୍ୟ ଫଳକ ପ୍ରଦାନକରି ସମ୍ମାନିତ କରିଥିଲେ l  ଇମ୍ଫା ଖଣି ସମୂହ ସର୍ବଦା ଖଣି ସୁରକ୍ଷାକୁ ପ୍ରାଥମିକତା ଦେଇ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରି ମର୍ଯ୍ୟାଦାଜନକ ଏହି ପୁରଷ୍କାର ଲାଭ କରିବାରେ ସକ୍ଷମ ହୋଇପାରିଛି l  (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

ବଉଳ ଫୁଲର ୧୫ ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି l

Image
  ଯାଜପୁର(ବ୍ୟୁରୋ ରିପୋର୍ଟ) :- ଶିଶୁ ମାନଙ୍କ ଚିନ୍ତନ ଶକ୍ତି କୁ ପରିପ୍ରକାଶ କରିବା ପାଇଁ ଶିଶୁ ସାହିତ୍ୟିକ ମନେ ସେମାନଙ୍କ ପାଇଁ ବଳିଷ୍ଠ ଲେଖନୀ ଚାଳନା କରିବା ପାଇଁ ବରଣ୍ୟ ଅତିଥି ମାନେ ଆହ୍ୱାନ ଦେଇ ଥିଲେ ଶିଶୁ ମାନଙ୍କ ଭିତରେ ବହୁ ପ୍ରତିଭା ରହିଛି ସେହି ପ୍ରତିଭା କୁ ବିକଶିତ କରିବା ସେ ଭଳି ଲେଖା ପ୍ରକାଶ କଲେ ସେମାନଙ୍କ ଅସଜଡ଼ା ମନ କୁ ଠିକି ବାଟରେ ଆଣିବା ପାଇଁ ଶିଶୁ ସାହିତ୍ୟିକ ମନେ ଯତ୍ନ ସିଳ ହେବା କୁ ଅତିଥି ମନେ ପରାମର୍ଶ ଦେଇ ଥିଲେ l ଶିଶୁ ମାନ ବର୍ତ୍ତମାନ ଓ ଭବିଷ୍ୟତ ର ସମାଜ ପାଇଁ ମେରୁଦଣ୍ଡ ସଦୃଶ ତେଣୁ ଶିଶୁ ମାନଙ୍କ ଚିନ୍ତନ ଶକ୍ତ କୁ ଜାଗ୍ରତ କରିବା ଶିଶୁ ପତ୍ରିକା "ବଉଳ ଫୁଲ" ସାହିତ୍ୟ ଅପରିହାର୍ଯ୍ୟ ବଉଳ ଫୁଲ ସାହିତ୍ୟ ସଂସଦ ର ୧୫ତମ ସ୍ଵନକ୍ଷତ୍ର ଉତ୍ସବ ରେ ଅତିଥି ମାନେ ଆହ୍ୱାନ କରି ଥିଲେ l   ଯାଜପୁର ଜ଼ିଲ୍ଲା ର ବ୍ୟାସନଗର ର ରୟାଲ କଳିଙ୍ଗ ମଣ୍ଡପରେ ୧୫ତମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇ ଥିଲା lଏହି ଉତ୍ସବ କୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲା ପାଳ ସନ୍ତୋଷ କୁମାର ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଥିଲେ। ଶ୍ରୀ ମିଶ୍ର କହିଲେ ଶିଶୁ ପ୍ରତ୍ରିକା ବଉଳ ଫୁଲ ଶିଶୁ ମାନଙ୍କ ଚିନ୍ତନ ଶକ୍ତି ଜାଗ୍ରତ କରିବା ବିଭିନ୍ନ ଉପଦେୟ ଲେଖା ପ୍ରକାଶ କରି ଶିଶୁ ମାନଙ୍କ ପ୍ରିୟ ଭାଜନ ହୋଇ ପାରିଛି। ଏହି ପ୍ରତ୍ରିକା ର ଉତ୍ତୋରତ୍ତର ଉନ୍ନତି କାମନା କରି ଥିଲେ ମଧ୍ୟ।  ବଉଳ ଫୁଲ ର

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ବି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ l

Image
ବଲାଙ୍ଗିର:-ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ବି ବାର୍ଷିକ ସମ୍ମିଳନୀ ବଲାଙ୍ଗିର ମୁଖ୍ୟ ଡାକ ଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀ ରେ ଓଡ଼ଶା ର ବିଶିଷ୍ଟ ଶ୍ରମିକ ନେତା ତଥା ପଶ୍ଚିମ ଓଡିଶା ର ଗର୍ବ ଏବଂ ଗୌରବ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରିଥିଲେ l ସମ୍ମାନିତ ଅତିଥି ବଲାଙ୍ଗିର ପୋଷ୍ଟାଲ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ୟୁନିଅନ ର ପତାକା ଉତ୍ତୋଳନ କରିଥିଲେ l ମା ସମଲେଶ୍ୱରୀ ଙ୍କ ପୂଜା ଆରାଧନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା.ୟୁନିୟନ ର ସର୍କଲ ସଭାପତି ଜୟକୃଷ୍ଣ ସାହୁ ସମ୍ମିଳନୀ କୁ ଉଦଘାଟନ କରିଥିଲେେ l ସଭାରେ ମୁଖ୍ୟ ଅତିଥି ପ୍ରମୋଦ କୁମାର ମିଶ୍ର,ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ତଥା ଟ୍ରେଡ଼ ୟୁନିଅନ ନେତା ନିରଞ୍ଜନ ବିଶି,ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ହେଡ଼ ଅଫିସ ପୋଷ୍ଟ ମାଷ୍ଟର ସୁବାଷ ଷଡ଼ଙ୍ଗୀ,ମୁଖ୍ୟବକ୍ତା ଓଡିଶା ସର୍କଲ ସମ୍ପାଦକ କଳ୍ପବଟ ପଟ୍ଟନାୟକ,ସର୍କଲ ସମ୍ପାଦକ ପର୍ଶୁରାମ ଦାଶ,ଉପସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ,ପୂର୍ବତନ ସଭାପତି ଜଗଦାନନ୍ଦ ବହିଦାର,ଡିଭିଜନ ସମ୍ପାଦକ ଦଶରଥ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ.ବିଶିଷ୍ଟ କଳାକାର ନବୀନ କୁଅଁର ସ୍ୱାଗତ ସଂଗୀତ ଦ୍ୱାରା ଅତିଥି ମାନଙ୍କୁ ଅଭିନନ

ସ୍ବର୍ଗତ ନରହରି ଧରୁଆ ମେମୋରିଆଲ କ୍ରିକେଟ କପ ଟୁର୍ନାମେଣ୍ଟ,କଦଳୀ ଦଳ ବିଜୟୀ I

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-ବେଲପଡା, ପତରାପାଲି କ୍ରିକେଟ ଦଳ ରନର୍ସଅପ କଦଳୀ କ୍ରିକେଟ ଦଳ ବିଜୟୀ ତିନି ଦିନ ଧରି ଚାଲିଥିବା ଟୁର୍ନାମେଣ୍ଟ ରେ ଷୋହଳ ଟି କ୍ରିକେଟ ଦଳ ଉକ୍ତ କ୍ରିକେଟ ଟୁର୍ନାମେଣ୍ଟ ରେ ଅଂଶଗ୍ରହଣ କରିଥିଲେ l  ନରହରି ଧରୁଆ ମେମୋରିଆଲ କ୍ରିକେଟ କପ ଟୁର୍ନାମେଣ୍ଟ ର ପ୍ରତିଷ୍ଠାତା ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ ଟୁର୍ନାମେଣ୍ଟ ଆୟୋଜନ କରିଥିଲେ l  କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ଦିବସରେ ମୁଖ୍ୟଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି ଯୋଗଦେଇ ବିଜୟୀ ଦଳ, ରନର୍ସ ଅପ ଦଳ,ଚମ୍ପିୟାନ,ମେନ ଅଫ ଦି ମ୍ୟାଚ ଲଖ୍ମଣ ,ମେନ ଅଫ ଦି ସିରିଜ ଥବିର,ସ୍କୋରର ରଞ୍ଜନ ପଧାନ ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ତ୍ରିଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସୁପରିଚାଳନା ପାଇଁ ଅମପେୟାର ଭାବରେ ଶ୍ରୀକାନ୍ତ ପୋଢ଼ ଏବଂ ପ୍ରଶାନ୍ତ ରାଣା ଙ୍କୁ ଖେଳାଳି ଏବଂ ଦର୍ଶକ ପ୍ରଶଂସା କରିଥିଲେ l  ବଳ ଧରୁଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ବିଶି ଗ୍ରାମାଞ୍ଚଳ ର ଖେଳ ପ୍ରତିଭା ସମ୍ପର୍ଣ ଯୁବକ ଛାତ୍ର ମାନଙ୍କୁ ଉତ୍ସାହିତ କରିବା,କ୍ରିକେଟ ଖେଳ ପ୍ରୋତ୍ସାହନ କରିବା ପାଇଁ ଶ୍ରୀ ଧରୁଆ ଙ୍କ ଉଦ୍ୟମ କୁ ପ୍ରଶଂସା କରିଥିଲେ l ଉଦଯାପନୀ ସଭାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଯୁଗ୍ମ ସମ୍ପ

ଚୋରା ବନ୍ଧୁକ ବେପାରୀ ସହିତ ୮ ଦେଶୀ ବନ୍ଧୁକ ଜବଦ କରିଛି ଏସ୍ ଟି ଏଫ୍. l

Image
  ଅନୁଗୁଳ(ବ୍ୟୁରୋ ରିପୋର୍ଟ )ଏସ୍ଟିଏଫ ଓ ଛେଣ୍ଡିପଦା ଥାନା ପୋଲିସ ମିଳିତ ଚଢ଼ାଉ କରି ଜଣେ ଚୋରା ଦେଶୀ ବନ୍ଧୁକ ବେପାରୀ କୁ କବ୍ଜା କୁ ନେବା ସହ ତା ପାଖରୁ ଆଠଟି ଦେଶୀ ବନ୍ଧୁକ ଓ ସାତୋଟି ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡ଼ିଛି।  ଘଟଣାର ବିବାରଣୀରୁ ଜଣାପଡିଛି ଯେ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ ଟି ଏଫ ଓ ଛେଣ୍ଡିପଦା ଥାନା ପୋଲିସ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କେରଜଙ୍ଗ ଗ୍ରାମ ନିକଟରେ ଅତର୍କିତ୍ତ ଚଢ଼ାଉ କରି ସମ୍ବଲପୁର ସରପାଲ୍ଲୀ ଅଞ୍ଚଳର ରତ୍ନାକର କାଲଟା ନାମକ ଜୈନକ ବ୍ୟକ୍ତି କୁ ଗିରଫ କରି ତା ନିକଟରୁ ୮ ଦେଶୀ ବନ୍ଧୁକ ବିପୁଳ ପରିମାଣର ଗୁଳି ଜବତ କରିଥିଲେ।

ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ଠାରେ ଲକ୍ଷ୍ମୀନାରାୟଣ ପୂଜା ପାଳିତ ହୋଇଯାଇଛି l

Image
ଯାଜପୁର :- ବ୍ୟାସନଗର ପୌରାଞ୍ଚଳର ମୁଣ୍ଡମାଳ ଛକଠାରେ ଲକ୍ଷ୍ମୀ ନାରାୟଣ ପୂଜା କୋଭିଡ଼ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୧୬ ତାରିଖ ଦିନ କଳସ ସ୍ଥାପନ ହୋଇଥିବା ବେଳେ ତିନି ଦିନ ଧରି ଚାଲିବାକୁ ଏହିପୂଜାରେ କର୍ତ୍ତା ମନୋଜ କୁମାର ସାହୁ ଓ ଅନ୍ୟ ତିନିଜଣ ଚକ୍ରଧର ସାହୁୁ,ସୁରେଶ ସୁବୁଧିିି, ଶେଷାଶୁ ଶେଖର ବଳ, କଳସ ବୁଡ଼ାଇଥିଲେ I  ପୂଜା ଧନୁସଂକ୍ରାନ୍ତିରେ ରୁ ଆରମ୍ଭ ହୋଇ ୧୮ ତାରିଖରେ  ପୂର୍ଣ୍ଣାହୁତି ହୋଇଥିଲା I ଏହିପୂଜା  କମିଟୀତରଫରୁ ସବୁବେଳେ ପୂଜାର ମୁଖ୍ୟ କର୍ତ୍ତା ଓ ପୂଜାକୁ ପରିଚାଳନା କରିଆସୁଥିବା ସ୍ୱର୍ଗତ କେଶବ ଚନ୍ଦ୍ର ବେହେରା ଙ୍କ ଫଟୋ ରଖି ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୀପଦାନ କରିଥିଲେ I ସ୍ଵର୍ଗତ ବେହେରା ଙ୍କ ସହଯୋଗ ରେ ପୂଜା କମିଟି ଆଗକୁ ବଢିଚାଲିଛି I