ପ୍ରେମ ବ୍ୟାପାର କୁ କେନ୍ଦ୍ର କରି ପ୍ରେମିକାର ଭାଇକୁ ଖଣ୍ଡା ହାଣିଲା ପ୍ରେମିକ l

ଯାଜପୁର (କାଳିଆପାଣି) :- ବିଜେଡି ନେତାଙ୍କ ଗୁଣ୍ଡାଗିରି ପହଁଞ୍ଚିଛି ପରମ ସୀମରେ ଗତ କାଲି ରାତି ପାଖାପାଖି ୯ ଘଟିକା ସମୟରେ କାଳିଆପାଣି ଖଣି ଅଞ୍ଚଳ ସ୍ଥିତ ଟାଟା ତାରିଣୀ ବଜାରର ହାଡ଼ୱାର ଦୋକାନୀ ସନ୍ତୋଷ ମହାପାତ୍ରଙ୍କ ପୁଅ ଜିତେନ୍ଦ୍ର ମହାପାତ୍ର(୨୫)ଙ୍କୁ ରାସୋଳ ଗ୍ରାମର ବିରେନ ସାମଲ(ଶାନ୍ତନୁ ) ପ୍ରେମ ବ୍ୟପାରକୁ କେନ୍ଦ୍ର କରି ଖଣ୍ଡାରେ ଦୁଇ ଗୋଡ଼କୁ ହାଣି ପକାଇ ଥିଲା l ଏହି ସମୟରେ ପୁଅ ଜିତେନ୍ଦ୍ର ର ଚିତ୍କାର ଶୁଣି ବାପା ସନ୍ତୋଷ ଧାଇଁ ଆସି ପୁଅର ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରିଥିବା ବେଳେ ତାଙ୍କୁ ମଧ୍ଯ ଛାଡ଼ି ନ ଥିଲା ଦୁର୍ବୃତ୍ତ I ଗୁରୁତର ଆହତ ମଧ୍ୟ ହୋଇଥିଲେ ସନ୍ତୋଷ ମହାପାତ୍ର I ସଙ୍ଗେ ସଙ୍ଗେ ପୋଲିସ ପ୍ରଶାସନର ପିସିଆର ଗାଡି ଯୋଗେ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସନ୍ତୋଷ ମହାପାତ୍ରଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ପୁଅ ଜିତେନ୍ଦ୍ରଙ୍କ ମୃତ୍ୟ ହୋଇଥିବାର ସୂଚନା ଦେଇଥିଲେ ଡାକ୍ତର I ଏହି ମୃତ୍ୟୁକୁ କେନ୍ଦ୍ର କରି ଆଜି ସକାଳ ୫ଘଟିକା ଠାରୁ ଟାଟା ବଜାର ସମ୍ପୂର୍ଣ୍ଣ ବନ୍ଦ କରିବା ସହିତ ତାରିଣୀ ବଜାର ସମ୍ମୁଖରେ ଓ ବାମ୍ବିଲୋ ଛକରେ ଟାୟାର ଜାଳି ରାସ୍ତା ରୋକ କରାଯାଇଥିବାର ଦେଖିବାକୁ ମିଳିଥିଲା । ଆସାମୀ ଶାନ୍ତୁନୁ ସାମଲ ନାମରେ କାଳିଆପାଣି ଥାନାରେ ଆଗରୁ ଏକାଧିକ ମାମଲା ରୁଜୁ ହୋଇଛି l ଆସାମୀ ଶାସାକ ବି...