ପୋଷଣ ବଗିଚା ଦ୍ଵାର ସୁସ୍ଥ ଖାଦ୍ୟାଭାସ କୁ ପ୍ରୋତ୍ସାହିତ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନ l

(୮୪ ଗ୍ରାମରେ ୩୬୧୮ ଜଣ ହିତାଧିକାରୀ ଉପକୃତ) ଯାଜପୁର (କଳିଙ୍ଗନଗର ) :- ସୁସ୍ଥ ଜୀବନ ଯାପନକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଅନ୍ତର୍ଗତ ଟାଟାଷ୍ଟିଲ ଫାଉଣ୍ଡେସନ ବା ଟିଏସଏଫ କଳିଙ୍ଗନଗର ପକ୍ଷରୁ ଓଡିଶାର ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦି ବ୍ଲକ ର ସ୍ଥାନୀୟ ଲୋକ ମାନଙ୍କୁ ନିଜ ବଗିଚାରେ ପୃଷ୍ଟିକର ପନିପରିବା ଚାଷ କରିବାକୁ ପ୍ରୋତ୍ସାହିତ କରାଯାଉଛି I ଗତବର୍ଷ ୨୪ ଟି ପଞ୍ଚାୟତ ର ୮୪ଟି ଗ୍ରାମ ରେ ୩୬୧୮ ଜଣ ହିତାଧିକାରୀଙ୍କୁ ପୋଷଣ ବଗିଚା ପାଇଁ ସହାୟତା ଦ୍ବାରା କମ୍ପାନୀ ଯାଜପୁର ଜିଲ୍ଲାରେ ଏହାର କାର୍ଯ୍ଯକ୍ଷେତ୍ର ପାର୍ଶ୍ବବର୍ତି ଅଞ୍ଚଳ ର ହଜାରହଜାର ଲୋକଙ୍କ ନିକଟରେ ପହଞ୍ଚି ପାରିଛି I ଏହି ପଦକ୍ଷେପ ଅନ୍ତର୍ଗତ ଟିଏସଏଫ ପକ୍ଷରୁ ମାଗଣାରେ ବିହନ ଚାରା ଜୈବିକ ସାର ଯୋଗାଇ ଦିଆଯିବା ସହିତ ପୋଷଣ ବଗିଚାକୁ ବିକଶିତ କରିବା ଓ ଏହାର ନିରିକ୍ଷଣ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି l ଟିଏସଏଫ ପକ୍ଷରୁ ଘରର ବାରିପଟ ସହିତ ଅଳ୍ପ ଜମିରେ ସବୁଜ ପନିପରିବାରେ ଭରପୁର ପୋଷଣ ବଗିଚା ପାଇଁ ପ୍ରୋତ୍ସାହିତ କରାଯାଉଛି I ନିଜ ବାରିପଟେ ପନିପରିବାର ଚାଷ କରିବା ସହିତ ଘରର ବୈର୍ଜ ଜଳର ବ୍ୟବହାର କରିବା ବା କୌଣସି ରାସାୟନିକ ସାରର ପ୍ରୟୋଗ ହେଉନଥିବାରୁ ଏହା ସ୍ଥାନୀୟ ଲୋକ ମାନଙ୍କୁ ଆବଶ୍ୟକ ପରିମାଣର ପୋଷଣ ତତ୍ଵ ବିଶିଷ୍ଟ ଖାଦ୍ୟ ଯୋଗାଇ ଦେବାରେ ସକ୍ଷମ ହୋ...